ETV Bharat / bharat

ପୁଣି ଫେରିଲା ଆୟରଙ୍କ ‘ନୀଚ୍ ଆଦମୀ’ - modi

ନିଜ ପୂର୍ବ ବୟାନକୁ ସଠିକ ପ୍ରମାଣ କରିବାକୁ ଯାଇ ପୁଣି ବିବାଦ ଘେରରେ ଫସିଲେ ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ଆୟର ।

ଫାଇଲ ଫଟୋ
author img

By

Published : May 14, 2019, 7:38 PM IST

ନୂଆଦିଲ୍ଲୀ: ପୁଣି ଥରେ ବିବାଦ ଘେରରେ ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ଆୟର । 2017ରେ ପିଏମ ମୋଦିଙ୍କ ଉପରେ କଡା ଟିପ୍ପଣୀ ଦେଇ ତାଙ୍କୁ ‘ନୀଚ୍ ଆଦମୀ’ କହିଥିଲେ ଆୟର । ଏବେ ସେହି ବୟାନକୁ ଠିକ ପ୍ରମାଣିତ କରିବା ପାଇଁ ନିଜ ପ୍ରତିକ୍ରିୟାରେ କହିଛନ୍ତି ‘ ମୁଁ ବୋକା ଅଟେ, କିନ୍ତୁ ଏତେ ବଡ ବୋକା ନୁହେଁ।’ ଯାହା ତାଙ୍କୁ ପୁଣି ବିବାଦ ଘେରକୁ ଟାଣି ନେଇଛି ।

କ'ଣ କହିଥିଲେ ଆୟର ?

2017ରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ସମୟରେ ଅୟର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି କହିଥିଲେ ଯେ ମତେ ଲାଗୁଛି ମୋଦି ଜଣେ ‘ନୀଚ୍ ଆଦମୀ’। ତାଙ୍କ ଭିତରେ କୌଣସି ସଭ୍ୟତା ନାହିଁ । ଏହାପରେ ଆୟରଙ୍କ ଏହି ମନ୍ତବ୍ୟକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା ।

ଏହାସହ ଆୟର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ସେପଟେ ଜେଡିୟୁ ନେତା କେସି ତ୍ୟାଗୀ କହିଛନ୍ତି ଯେ ମଣିଶଙ୍କର ଆୟର 2014ରେ ମୋଦିଙ୍କୁ ଚାଏଓ୍ବାଲା ବୟାନ ଦେଇଥିଲେ ତ ମୋଦି ପ୍ରଧାନମନ୍ତ୍ରୀ ହୋଇ ଯାଇଥିଲେ । ଏବେ ପୁଣି ‘ନୀଚ ଆଦମୀ’ କହିଛନ୍ତି, ଏହା ଅର୍ଥ ସେ ଆଉଥରେ ପ୍ରଧାନମନ୍ତ୍ରୀ ହେବେ ।

Intro:Body:

sdfd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.