ETV Bharat / bharat

'ଭେଣ୍ଟିଲେଟରରେ ଏବେ କଂଗ୍ରେସ, ତାର କୌଣସି ଭବିଷ୍ୟତ ନାହିଁ ' - ଆପ ବିଧାୟକ

କଂଗ୍ରେସ ଦଳର ଭବିଷ୍ୟତ ନାହିଁ । ସେ ଏବେ ଭେଣ୍ଟିଲେଟରରେ ଅଛି । କଂଗ୍ରେସର ମୃତ୍ୟୁ ସୁନିଶ୍ଚିତ ବୋଲି ଆପ ବିଧାୟକ ତଥା ରାଷ୍ଟ୍ରୀୟ ମୁଖପାତ୍ର ରାଘବ ଚଡ୍ଡା ଗୁରୁବାର କହିଛନ୍ତି ।

ଆମ୍ ଆଦମୀ ପାର୍ଟି
ଆମ୍ ଆଦମୀ ପାର୍ଟି
author img

By

Published : Jul 16, 2020, 5:48 PM IST

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିରେ ଚାଲିଥିବା 'କ୍ଷମତା ଯୁଦ୍ଧ' ଏବେ ରୋଚକପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଛି। ରାଜସ୍ଥାନ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି । ପାଇଲଟଙ୍କୁ ଦଳର ରାଜସ୍ଥାନ ମୁଖ୍ୟ ଓ ଉପ ମୁଖ୍ୟମନ୍ତ୍ରୀ ପଦରୁ ବିଦା କରିବା ପରେ ସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି। ତେବେ ଏହାକୁ ନେଇ କଂଗ୍ରେସକୁ କଟାକ୍ଷ କରିଛି ଦିଲ୍ଲୀର ଶାସକ ଦଳ ଆମ୍ ଆଦମୀ ପାର୍ଟି (ଆପ) । କଂଗ୍ରେସ ଦଳର ଭବିଷ୍ୟତ ନାହିଁ । ସେ ଏବେ ଭେଣ୍ଟିଲେଟରରେ ଅଛି । କଂଗ୍ରେସର ମୃତ୍ୟୁ ସୁନିଶ୍ଚିତ ବୋଲି ଆପ ବିଧାୟକ ତଥା ରାଷ୍ଟ୍ରୀୟ ମୁଖପାତ୍ର ରାଘବ ଚଡ୍ଡା ଗୁରୁବାର କହିଛନ୍ତି ।

ରାଜସ୍ଥାନର ରାଜନୈତିକ ଡ୍ରାମାକୁ ନେଇ ରାଘବ ଚଡ୍ଡା କହିଛନ୍ତି, ଦେଶରେ ଏବେ କୋରୋନା ପ୍ରଭାବ ବଢିବାରେ ଲାଗିଛି । ଏହି ସମୟରେ ପ୍ରତ୍ୟେକ ଦଳ ଆଇସିୟୁ, ଶଯ୍ୟା ଉପଲବ୍ଧତା, କୋରୋନା ସୁସ୍ଥ ହାରରେ ଉନ୍ନତି ଆଣିବା ଦିଗରେ ଏକତ୍ର କାର୍ଯ୍ୟ କରିବା ଉପରେ ଧ୍ୟାନ ଦେବା ଉଚିତ୍ । କିନ୍ତୁ ଏହି ସମୟରେ ବିଧାୟକମାନଙ୍କ କିଣା ବିକା ଜାରି ରହିଛି । ରାଜସ୍ଥାନରେ ଦେଶ ଏକ ଖରାପ ରାଜନୀତିକୁ ଦେଖୁଛି। ଗୋଟିଏ ପରେ ଗୋଟିଏ ରାଜ୍ୟରେ କଂଗ୍ରେସ ନିଜର ବିଧାୟକଙ୍କୁ ହରାଉଛି । ଏହାର ଭବିଷ୍ୟତ ନାହିଁ କିମ୍ବା ଏହା ଦେଶକୁ ଭବିଷ୍ୟତ ଦେଇପାରିବ ନାହିଁ ବୋଲି ସେ କହିଛନ୍ତି ।

135 ବର୍ଷ ପୁରୁଣା କଂଗ୍ରେସ ଦଳ ଆଜି ଭେଣ୍ଟିଲେଟରରେ ଅଛି । କୌଣସି ପ୍ଲାଜମା ଥେରାପି, ହାଇଡ୍ରୋକ୍ସିକ୍ଲୋରୋକୁଇନ୍, ରେମଦେସିଭିର କିମ୍ବା ଅନ୍ୟ କୌଣସି ଔଷଧ ଏହାକୁ ବର୍ତ୍ତମାନ ରକ୍ଷା କରିପାରିବ ନାହିଁ । ଏହାର ମ୍ୟୁତ୍ୟୁ ସୁନିଶ୍ଚିତ ବୋଲି ରାଘବ ଚଡ୍ଡା କହିଛନ୍ତି ।

ଗୋଆ, କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶର ଉଦାହରଣ ଦେଇ ତାଙ୍କ ଯୁକ୍ତିକୁ ପ୍ରମାଣ କରିଛନ୍ତି ଆପ ବିଧାୟକ । ଯେଉଁଠାରେ ଅତୀତରେ କଂଗ୍ରେସ ଗାଦିଚ୍ୟୁତ ହୋଇଥିଲା। ଲୋକମାନେ କଂଗ୍ରେସକୁ ନିଜର ଭୋଟ୍ ଦିଅନ୍ତି ଏବଂ ସେମାନେ ଏହାକୁ ବିଜେପିକୁ ବିକ୍ରି କରନ୍ତି। ଗୋଟିଏ ଦଳ ଭୋଟ୍ ବିକ୍ରି କରୁଥିବାବେଳେ ଅନ୍ୟ ଦଳ ଏହାକୁ କିଣୁଛି ବୋଲି ଉଭୟ ବିଜେପି ଏବଂ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ରାଘବ ଚଡ୍ଡା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.