ETV Bharat / bharat

ସର୍ଜିକାଲ ଷ୍ଟ୍ରାଇକ କରିବ କଂଗ୍ରେସ; ଜାଣନ୍ତୁ, କେବେ ?

author img

By

Published : Mar 31, 2019, 10:57 PM IST

Updated : Mar 31, 2019, 11:18 PM IST

କଂଗ୍ରେସ ଅଧ୍ୟକ୍ଷ ରବିବାର ସର୍ଜିକାଲ ଷ୍ଟ୍ରାଇକକୁ ନେଇ ଦେଇଛନ୍ତି ଏକ ମନ୍ତବ୍ୟ । ଆମେ ମଧ୍ୟ ସର୍ଜିକାଲ ଷ୍ଟ୍ରାଇକ କରିବୁ । କିନ୍ତୁ ଏହି ଷ୍ଟ୍ରାଇକ ଦେଶର ଗରିବୀ ଶେଷ କରିବା ପାଇଁ କରାଯିବ ବୋଲି ସେ କହିଛନ୍ତି । ଏହାସହ ସେ କହିଛନ୍ତି ଯେ ଆମେ ଚାହୁଁଛୁ ଏକବିଂଶ ଶତାବ୍ଦୀରେ କେହି ମଧ୍ୟ ମାସିକ ୧୨ ହଜାରରୁ କମ ଆୟ ନ କରନ୍ତୁ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ଜୋରାଦାର ପ୍ରଚାରରେ ଲାଗିଛନ୍ତି ରାଜନେତା । ଦେଶସାରା ବୁଲି ବୁଲି ନିଜ ଦଳ ପାଇଁ ମାଗୁଛନ୍ତି ଭୋଟ । ଏହାସହ ଦେଉଛନ୍ତି ପୁଳାଏ ପ୍ରତିଶ୍ରୁତିର ପୁଡିଆ । ଏହି କ୍ରମରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଘୋଷଣା କରୁଛନ୍ତି ଗୋଟିଏ ପରେ ଗୋଟିଏ ଯୋଜନା । କ୍ଷମତାକୁଫେରିଲେ କଂଗ୍ରେସ କାହିଁ କେତେଯୋଜନାକାର୍ଯ୍ୟକାରୀ କରିବବୋଲି ରାହୁଲ ଦେଉଛନ୍ତି ପ୍ରତିଶ୍ରୁତି।

ଅନ୍ୟପକ୍ଷେ କଂଗ୍ରେସ ଅଧ୍ୟକ୍ଷ ଆଜି ସର୍ଜିକାଲ ଷ୍ଟ୍ରାଇକକୁ ନେଇ ଦେଇଛନ୍ତି ଏକ ମନ୍ତବ୍ୟ । ଆମେ ମଧ୍ୟ ସର୍ଜିକାଲ ଷ୍ଟ୍ରାଇକ କରିବୁ, କିନ୍ତୁ ଏହି ଷ୍ଟ୍ରାଇକ ଦେଶର ଗରିବୀଶେଷ କରିବା ପାଇଁ କରାଯିବ ବୋଲି ସେ କହିଛନ୍ତି । ଏହା ସହ ସେ କହିଛନ୍ତି ଯେ କଂଗ୍ରେସ ଚାହୁଁଛି ଏକବିଂଶ ଶତାବ୍ଦୀରେ କେହି ମଧ୍ୟ ମାସିକ ୧୨ ହଜାରରୁ କମ ଆୟ ନ କରନ୍ତୁ ।

ରାହୁଲ ଆନ୍ଧ୍ରବାସୀଙ୍କୁ ଆଶ୍ବାସନା ଦେଇ କହିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନରେ ଆନ୍ଧ୍ର ପ୍ରଦେଶକୁ ବିଶେଷ ରାଜ୍ୟର ମାନ୍ୟତା ଦିଆଯିବ ଓ ଗରିବୀଉପରେ ସର୍ଜିକାଲ ଷ୍ଟ୍ରାଇକ ହେବ । ସର୍ବନିମ୍ନ ଆୟ ଗ୍ୟାରେଣ୍ଟି ଯୋଜନା (ନ୍ୟାୟ) ଅହିଂସାର ଅସ୍ତ୍ର ହେବ ଯାହା ଅତ୍ୟନ୍ତ ଗରିବ ଲୋକଙ୍କ ଉତଥାନ ପାଇଁ ଉପଯୋଗ କରାଯିବ ବୋଲି କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ।

Intro:Body:

ଭୁବନେଶ୍ବର: ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହୋଇଯାଇଛି ଓଲିଉଡ ଜଗତର ନବମ ଫିଲ୍ମଫେୟାର ଆୱାର୍ଡ ସେରିମୋନୀ। ଆଉ 2018ର ଏହି ଆୱାର୍ଡରେ ଶ୍ରେଷ୍ଠ ଅଭିନେତା ବାବୁସାନ ମହାନ୍ତି ହୋଇଥିବାବେଳେ ଶ୍ରେଷ୍ଠ ଅଭିନେତ୍ରୀର ଶ୍ରେୟ ନେଇଛନ୍ତି ଶିବାନୀ ସଙ୍ଗୀତା। 

ୱାଇଟ କାନଭାସ ତଥା ରୁଚି ପକ୍ଷରୁ ଆୟୋଜିତ ହେଉଥିବା ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବଲିଉଡର ବିଶିଷ୍ଟ ହାସ୍ୟ ଅଭିନେତା ଜନି ଲିଭର।। ଚଳିତବର୍ଷ କଳାକାରଙ୍କ ଠାରୁ ଆରମ୍ଭ କରି ଟେକ୍ନିସିଆନଙ୍କ ପର୍ଯ୍ୟନ୍ତ ପ୍ରାୟ  25ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ଜୀବନବ୍ୟାପୀ ସାଧନା ପାଇଁ ବାବୁସାନଙ୍କ ପିତା ତଥା ବିଶିଷ୍ଟ ସିନେ ଅଭିନେତା ଉତ୍ତମ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଛି। ପୁରସ୍କାରରେ ତାଙ୍କୁ ନଗଦ 25ହଜାର ଅର୍ଥ ରାଶି ସହିତ ଫଳକ ଓ ମାନପତ୍ର ଦେଇ କାର୍ଯ୍ୟକ୍ରମର ଉଦଘାଟକ ପୁଲିସ କମିଶନର ସତ୍ୟଜିତ ମହାନ୍ତି ଏବଂ ରୁଚି ନିର୍ଦ୍ଦେଶକ ଶରତ କୁମାର ସାହୁ ଓ ଅନ୍ୟାନ୍ୟ ସମ୍ମାନିତ ଅତିଥିମାନେ ପୁରସ୍କୃତ କରିଥିଲେ।

ତେବେ କଳାକାରଙ୍କୁ ପୁରସ୍କାର ପ୍ରଦାନ ସହିତ ମଞ୍ଚରେ ଦେଖିବାକୁ ମିଳିଥିଲା ଓଲିଉଡର କାଲାକରଙ୍କ ଦ୍ବାରା ବିଭିନ୍ନ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ। ଯାହାକୁ ଉପସ୍ଥିତ ସିନେପ୍ରେମୀମାନେ ଭରପୁର ଉପଭୋଗ କରିଥିଲେ। ଓଡିଆ କଳାକାରଙ୍କ ଛଡା ଏହି ଅବସରରେ ଜନି ଲିଭର ମଧ୍ୟ ଓଡ଼ିଆ ଦର୍ଶକଙ୍କୁ ତାଙ୍କ କମେଡିପେଡିରୁ କିଛି ହସର ଖୋରାକ ଯୋଗାଇଥିଲେ।ପରେପରେ ସଂସ୍ଥା ପକ୍ଷରୁ ସ୍ମରଣୀକା ଉନ୍ମୋଚନ କରାଯିବା ସହିତ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କିଛି କର୍କଟ ପୀଡିତ ଶିଶୁମାନଙ୍କୁ ସହାୟତା ନିମନ୍ତେ ଓଫା ପକ୍ଷରୁ 50ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି।

ଶ୍ରେଷ୍ଠ କଳାକାରର ଆୱାର୍ଡ ପାଇ ବାବୁସାନ ଓ ଶିବାନୀ ମଧ୍ୟ ଖୁବ ଆନନ୍ଦିତ ଥିବା ପ୍ରକାଶ କରିଛନ୍ତି।ସେଥିପାଇଁ ସେ  ତାଙ୍କର ସମସ୍ତ ପ୍ରଶଂସକ ଓ ଓଡ଼ିଆ ଚଳଚ୍ଚିତ୍ରର ଦର୍ଶକମାନଙ୍କ ଭଲପାଇବା ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ପୁରସ୍କାର ତାଙ୍କୁ ଆଗକୁ ଆହୁରି ପ୍ରେରିତ କରି କାମ କରିବାକୁ ଉତ୍ସାହିତ କରିବ ବୋଲି କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Conclusion:
Last Updated : Mar 31, 2019, 11:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.