ETV Bharat / bharat

ନୂଆ ମଟରଯାନ ଆଇନର ଧଜିଆ ଉଡାଇଲେ ପ୍ରିୟଙ୍କା ଗାନ୍ଧୀ - Congress General Secretary

ବଡ ବଡିଆଙ୍କ କ୍ଷେତ୍ରରେ ପୁଣି ଆଇନ ବାଟ ହୁଡିଲା । ନୂଆ ମଟର ଯାନ ଆଇନର ଖୋଲା ଉଲ୍ଲଘଂନ କଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ଅଧିକ ପଢନ୍ତୁ...

PHOTO
with out helmate
author img

By

Published : Dec 28, 2019, 8:44 PM IST

ନୂଆଦିଲ୍ଲୀ: ରାଜନୈତିକ ଫାଇଦା ପାଇଁ ଦେଶର ନୀତି ନିୟମକୁ ଧଜିଆ ଉଡାଇଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଘଟଣା ଅନୁସାରେ ଲକ୍ଷ୍ନୌରେ ଜଣେ ପୂର୍ବତନ ଆଇପିଏସ ଅଫିସର ଏସଆର ଦୋରାପୁରି ଙ୍କ ପରିବାର କୁ ସାକ୍ଷାତ କରିବାକୁ ଯାଉଥିଲେ ସେ । ତେବେ ଶାନ୍ତି ବଜାୟ ରଖିବାକୁ ଯାଇ ପୋଲିସ ପ୍ରିୟଙ୍କାଙ୍କୁ ଯିବାକୁ ଅନୁମତି ଦେଇନଥିଲା । ପରେ ପ୍ରିୟଙ୍କା ଜଣେ ଦଳୀୟ କର୍ମୀଙ୍କ ସ୍କୁଟିରେ ଯାଇଥିଲେ ।

PHOTO
ଫଟୋ ସୌଜନ୍ୟ: ଏଏନଆଇ

ଦେଶରେ ଲାଗୁ ହୋଇଥିବା ନୂଆ ମଟରଯାନ ଆଇନକୁ ଖୁଲମଖୁଲା ଉଲ୍ଲଘଂନ କରିଛନ୍ତି କଂଗ୍ରେସ ମହାସଚିବ । ପ୍ରିୟଙ୍କା ଓ ଗାଡି ଚାଳକ ବିନା ହେଲମେଟରେ ଯାଉଥିଲେ । ଯାହକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ତେବେ ଏହି ଘଟଣାକୁ ଲକ୍ଷ୍ନୌ ପୋଲିସ ଓ ପରିବହନ ବିଭାଗ କୌଣସି ପଦକ୍ଷେପ ନେଇନାହିଁ ।

ସୂଚନାଯୋଗ୍ୟ, ପୂର୍ବତନ ଆଇପିଏସ ଏସଆର ଦୋରାପୁରୀ ସିଏଏକୁ ବିରୋଧ ପ୍ରଦର୍ଶନ ବେଳେ ହିଂସାରେ ସାମିଲ ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.