ETV Bharat / bharat

ଦିଲ୍ଲୀ ବିଧାନସଭା ନିର୍ବାଚନ: ଆଜି ଘୋଷଣା ହେବ କଂଗ୍ରେସ ପ୍ରାର୍ଥୀ ତାଲିକା - ଆଜି ଘୋଷଣା ହେବ କଂଗ୍ରେସ ପ୍ରାର୍ଥୀ ତାଲିକା

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ। ଅଧିକ ପଢନ୍ତୁ...

delhi poll
ଦିଲ୍ଲୀ ବିଧାନସଭା ନିର୍ବାଚନ: ଆଜି ଘୋଷଣା ହେବ କଂଗ୍ରେସ ପ୍ରାର୍ଥୀ ତାଲିକା
author img

By

Published : Jan 17, 2020, 10:38 AM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ। ଗତକାଲି ପ୍ରାର୍ଥୀ ଚୂଡାନ୍ତ ପାଇଁ ଦଳୀୟ ବୈଠକ କରାଯାଇଥିଲା ବେଳେ ବିଧିବଦ୍ଧ ଭାବେ ଆଜି ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ ବୋଲି ଦିଲ୍ଲୀ କଂଗ୍ରେସ ସଭାପତି ସୁବାଷ ଚୋପ୍ରା କହିଛନ୍ତି।

ଏନେଇ ତାଙ୍କର କହିବା ଅନୁସାରେ, ହାଇକମାଣ୍ଡଙ୍କ ନିଷ୍ପତ୍ତି କ୍ରମେ ଦିଲ୍ଲୀ ବିଧାନସଭା ପାଇଁ ପ୍ରାର୍ଥୀ ଚୂଡାନ୍ତ ହୋଇଛି। ନୂଆଦିଲ୍ଲୀ ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ କିଏ ହେବ ତାହା ଚୂଡାନ୍ତ ହୋଇ ପାରିନାହିଁ। ଏହି ଆସନରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜ ଦଳ ଆପ୍ ପକ୍ଷରୁ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି।

ବରିଷ୍ଠ ନେତାଙ୍କୁ ଦଳ ପକ୍ଷରୁ ଅଗ୍ରାଧିକାର ଦିଆଯାଇଥିଲେ ମଧ୍ୟ ବହୁ ସ୍ଥାନରେ ଯୁବ ନେତାଙ୍କୁ ନିର୍ବାଚନରେ ଲଢିବାକୁ ସୁଯୋଗ ଦିଆଯାଇଥିବା ଦିଲ୍ଲୀ କଂଗ୍ରେସ ସଭାପତି ସୁବାଷ ଚୋପ୍ରା କହିଛନ୍ତି। ଗାନ୍ଧୀ ନଗର ଆସନରୁ ଅରଭିନ୍ଦର ଲଭଲୀଙ୍କୁ ପ୍ରାର୍ଥୀ କରାଯିବ। ସେହିପରି ମେଣ୍ଟ ସହଯୋଗୀ ଆରଜେଡିକୁ 4ଟି ସିଟ ଦେବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ସେହିପରି ଦଳର କେତେକ ବରିଷ୍ଠ ନେତା ନିଜ ସମ୍ପର୍କୀୟଙ୍କୁ ଟିକେଟ ଦେବା ପାଇଁ ଲବି କରିଥିବା ଦଳୀୟ ସୂତ୍ରରୁ ଜଣାପଡିଛି। ଦିଲ୍ଲୀର ମୋଟ 70ଟି ଆସନରେ ଆସନ୍ତା ଫେବୃଆରୀ 8 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି 11 ତାରିଖରେ ନିର୍ବାଚନ ଫଳ ପ୍ରକାଶ ପାଇବ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.