ETV Bharat / bharat

ଗୁଜରାଟରେ କୋରୋନା ବିସ୍ତାର ପାଇଁ ‘ନମସ୍ତେ ଟ୍ରମ୍ପ’କୁ ରାଜ୍ୟ କଂଗ୍ରେସ କଲା ଦାୟୀ - ନମସ୍ତ ଟ୍ରମ୍ପ’କୁ ଦାୟୀ କଲା ରାଜ୍ୟ କଂଗ୍ରେସ

ଗୁଜରାଟ ରାଜ୍ୟ କଂଗ୍ରେସ ରାଜ୍ୟରେ କୋରୋନା ବିସ୍ତାର ପାଇଁ ‘ନମସ୍ତେ ଟ୍ରମ୍ପ' କାର୍ଯ୍ୟକ୍ରମକୁ ଦାୟୀ କରିଛି । ଏହାର ବିରୋଧରେ କୋର୍ଟରେ ପିଟିସନ ଦାଖଲ କରିବ ବୋଲି ମଧ୍ୟ ଦଳ କହିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

‘ନମସ୍ତ ଟ୍ରମ୍ପ’କୁ ଦାୟୀ କଲା ରାଜ୍ୟ କଂଗ୍ରେସ
‘ନମସ୍ତ ଟ୍ରମ୍ପ’କୁ ଦାୟୀ କଲା ରାଜ୍ୟ କଂଗ୍ରେସ
author img

By

Published : May 7, 2020, 12:20 AM IST

ଗାନ୍ଧୀନଗର: ଗୁଜରାଟ କଂଗ୍ରେସ ରାଜ୍ୟରେ କୋରୋନା ବିସ୍ତାର ପାଇଁ ‘ନମସ୍ତେ ଟ୍ରମ୍ପ' କାର୍ଯ୍ୟକ୍ରମକୁ ଦାୟୀ କରିଛି । ଏହାର ବିରୋଧରେ କୋର୍ଟରେ ପିଟିସନ ଦାଖଲ କରିବ ବୋଲି ମଧ୍ୟ ଦଳ କହିଛି । ରାଜ୍ୟ କଂଗ୍ରେସ ସଭାପତି ଅମିତ ଚାଭଡା କହିଛନ୍ତି ଯେ ତାଙ୍କ ଦଳ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଜରିଆରେ ଏହି ମାମଲାରେ ଏକ ନିରପେକ୍ଷ ଯାଞ୍ଚ ଚାହୁଁଛନ୍ତି, ଏବଂ ଖୁବଶୀଘ୍ର ସରକାରଙ୍କ ଅବହେଳା ବିରୋଧରେ ଗୁଜରାଟ ହାଇକୋର୍ଟରେ ପିଟିସନ ଦାୟର କରିବେ ।

କଂଗ୍ରେସର ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି ବିଜେପି ଖଣ୍ଡନ କରିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) କୋରୋନାକୁ ମହାମାରୀ ଘୋଷଣା କରିବା ପୂର୍ବରୁ ଏହି କାର୍ଯ୍ୟକ୍ରମ ଭଲ ଭାବରେ ଆୟୋଜିତ ହୋଇଥିବା ବିଜେପି କହିଛି । ଦଳ କହିଛି ଯେ ଘଟଣାର ପ୍ରାୟ ଏକ ମାସ ପରେ ରାଜ୍ୟରେ ପ୍ରଥମ କୋରୋନା ଭାଇରସ ମାମଲା ଆସିଥିଲା ।

ଫେବୃଆରୀ 24ରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅହମ୍ମଦାବାଦରେ ଏକ ରୋଡ ସୋରେ ଅଂଶଗ୍ରହଣ କରିଥିଲେ । ଯେଉଁଥିରେ ହଜାର ହଜାର ଲୋକ ଯୋଗ ଦେଇଥିଲେ । ରୋଡ୍ ସୋ ପରେ ଗୁଜୁରାଟ କ୍ରିକେଟ୍ ଆସୋସିଏସନ୍ (ଜିସିଏ) ଦ୍ବାରା ପରିଚାଳିତ ମୋଟେରା କ୍ରିକେଟ୍ ଷ୍ଟାଡିୟମରେ ଦୁଇ ନେତା ଏକ ଲକ୍ଷରୁ ଅଧିକ ଲୋକଙ୍କ ସମାବେଶକୁ ସମ୍ବୋଧିତ କରିଥିଲେ ।

ସୂଚନା ଥାଉକି ଗତ ସପ୍ତାହ ଠାରୁ ପ୍ରାୟ 3.75 ଲକ୍ଷ ପ୍ରବାସୀ ଶ୍ରମିକ ଗୁଜୁରାଟ ଛାଡିଛନ୍ତି । ବୁଧବାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ପ୍ରବାସୀ ଶ୍ରମିକମାନେ ଟ୍ରେନ୍, ବସ୍ ଏବଂ ଅନ୍ୟାନ୍ୟ ଗାଡିରେ ନିଜ ଘରକୁ ଚାଲିଯାଇଛନ୍ତି । ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ 36,000 ଅଧିକ ପ୍ରବାସୀ ଶ୍ରମିକ ଗୁଜୁରାଟର ସୁରଟ, ଅହମ୍ମଦାବାଦ, ରାଜକୋଟ ଏବଂ ଭଦୋଦରା ସମେତ ଅନ୍ୟ ଷ୍ଟେସନରୁ ନିଜ ନିଜ ରାଜ୍ୟକୁ ଫେରିବେ । ଏହି ସମସ୍ତ ଶ୍ରମିକ ଉତ୍ତରପ୍ରଦେଶ, ବିହାର, ଓଡିଶା ଏବଂ ଝାଡଖଣ୍ଡକୁ 30ଟି ଟ୍ରେନରେ ଯିବେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ ଅଶ୍ବିନୀ କୁମାର ଏକ ଭିଡିଓ କନଫରେନ୍ସରେ କହିଛନ୍ତି ଯେ ମଙ୍ଗଳବାର ପର୍ଯ୍ୟନ୍ତ ପ୍ରାୟ 47 ହଜାର ପ୍ରବାସୀ ଶ୍ରମିକ 39 ଟି ସ୍ବତନ୍ତ୍ର ଟ୍ରେନ୍ ଯୋଗେ ନିଜ ରାଜ୍ୟକୁ ଯାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.