ETV Bharat / bharat

ପିଲାକୁ ଧରି ଟ୍ରକରେ ଚଢୁଥିବା ଶ୍ରମିକଙ୍କ ଫଟୋ ଭାଇରାଲ, ମୋଦିଙ୍କୁ କଂଗ୍ରେସର ଟାର୍ଗେଟ - ମୋଦିଙ୍କୁ କଂଗ୍ରେସର ଟାର୍ଗେଟ

ଜଣେ ଶ୍ରମିକ ନିଜର ଛୋଟ ପିଲାର ଗୋଟେ ହାତ ଟାଣି ଟ୍ରକ ଉପରେ ଚଢାଉଛି । ଯାହାକୁ ଦେଖି ଲୋକେ ଭାବବିହ୍ବଳ ହୋଇଛନ୍ତି । ଆଉ ଏହି ଫଟୋକୁ ନେଇ କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜେୱାଲା ମୋଦି ସରକାରଙ୍କୁ ଟାର୍ଗେଟ କରି ନିଜ ଟ୍ବିଟରରେ ପୋଷ୍ଟ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ନିଜ ପିଲା ସହ ଟ୍ରକରେ ଚଢୁଥିବା ଶ୍ରମିକଙ୍କ ଫଟୋ ଭାଇରାଲ

author img

By

Published : May 12, 2020, 7:21 PM IST

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ମହାମାରୀ କୋରୋନା ଭାଇରସ । କୋରୋନା ଭାଇରସ ନିୟନ୍ତ୍ରଣ ପାଇଁ ପ୍ରାୟ ଦେଢ ମାସ ହେବ ଲକଡାଉନ ଚାଲିଛି । ଏଥିରେ ସବୁଠୁ ଅଧିକ ହଇରାଣ ହେଉଛନ୍ତି ପ୍ରବାସୀ ଶ୍ରମିକ । ଦି ପଇସା ରୋଜଗାର କରିବା ପାଇ ନିଜ ରାଜ୍ୟ ଛାଡି ହଜାର ହଜାର କିଲୋମିଟର ଦୂର ଅଜଣା ସହରକୁ ଦାଦନ ଖଟିବାକୁ ଆସିଥିଲେ । ସେହି ଶ୍ରମିକଙ୍କ ଏପରି ଅବସ୍ଥା ଦେଖି ବିରୋଧୀ ଦଳ ମୋଦି ସରକାର ଉପରେ ଆକ୍ରମଣ କରିଛନ୍ତି ।

ନିଜ ପିଲା ସହ ଟ୍ରକରେ ଚଢୁଥିବା ଶ୍ରମିକଙ୍କ ଫଟୋ ଭାଇରାଲ
ନିଜ ପିଲା ସହ ଟ୍ରକରେ ଚଢୁଥିବା ଶ୍ରମିକଙ୍କ ଫଟୋ ଭାଇରାଲ

ସୋସିଆଲ ମିଡିଆରେ ପ୍ରତିଦିନ ଏହି ପ୍ରବାସୀ ଶ୍ରମିକଙ୍କର ଏପରି ଫଟୋ ଆସୁଛି, ଯାହାକୁ ଦେଖିଲେ ଲୋକେ ଭାବବିହ୍ବଳ ହେଉଛନ୍ତି । ଇତିମଧ୍ୟରେ ପୁଣି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଫଟୋରେ କିଛି ଶ୍ରମିକ ଟ୍ରକ ଉପରେ ଚଢୁଥିବା ନଜର ଆସୁଛନ୍ତି । ସେହି ଶ୍ରମିକଙ୍କ ମଧ୍ୟରୁ ଜଣେ ଶ୍ରମିକ ନିଜର ଛୋଟ ପିଲାର ଗୋଟେ ହାତ ଟାଣି ଟ୍ରକ ଉପରେ ଚଢାଉଛି । ଏଠାରେ ପୁରୁଷଙ୍କ ବ୍ୟତୀତ ମହିଳା ଶ୍ରମିକମାନେ ମଧ୍ୟ ଖାଲି ପାଦରେ ଟ୍ରକକୁ ଚଢିଯାଉଥିଲେ । ଏହି ଫଟୋକୁ ନେଇ କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜେୱାଲା ମୋଦି ସରକାରଙ୍କୁ ଲକ୍ଷ୍ୟ କଲେ । ଶ୍ରମିକଙ୍କ ଏପରି ଅବସ୍ଥା ହେବା ପଛରେ ମୋଦି ସରକାର ଦାୟୀ ବୋଲି କହିଲେ ରଣଦୀପ ।

ରଣଦୀପ ସୁରଜେୱାଲା ଟ୍ବିଟ କରି କହିଲେ, ‘ମୋଦିଜୀ, ଏମାନଙ୍କୁ ଜାହାଜରେ ବସାଇବାର ସ୍ବପ୍ନ ଦେଖାଇଲେ ଆପଣ ! ଏହି ଶ୍ରମିକଙ୍କ ପାଇଁ ‘ବନ୍ଦେ ଭାରତ’ ଦିଆଗଲା ନାହିଁ କାହିଁକି ! ଆଜି ରାତି 8ଟା ବେଳେ ଏମାନଙ୍କ ସମ୍ପର୍କରେ କହିବେ ତ !’ ସୂଚନା ଥାଉକି ଆଜି ରାତି 8 ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିବେ । ସେହିପରି ଲକଡାଉନ ଜାରି ହେବା ପରଠୁ ଭିନ୍ନ ଭିନ୍ନ ରାଜ୍ୟରୁ ପ୍ରବାସୀ ଶ୍ରମିକ ନିଜ ନିଜ ଘରକୁ ଫେରୁଛନ୍ତି । କିଏ ସାଇକେଲ ଯୋଗେ ଫରୁଛି ତ ଆଉ କିଏ ଚାଲି ଚାଲି ହଜାର ହଜାର କିଲୋମିଟର ଯାତ୍ରା କରୁଛି । କିଛି ଶ୍ରମିକ ଭୋକ ଉପାସରେ ରାସ୍ତାରେ ହି ପ୍ରାଣ ଛାଡିଦେଲେ । ଆଉ କିଛି ଶ୍ରମିକଙ୍କ ସହ ରାସ୍ତାରେ ଦୁର୍ଘଟଣା ମଧ୍ୟ ଘଟିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.