ETV Bharat / bharat

DRDOକୁ ଏଯାଏଁ ମିଳିନି ରାଫେଲ୍ ଟେକ୍ନୋଲୋଜି, ସରକାରଙ୍କୁ ଟାର୍ଗେଟ କଲେ ବିରୋଧି - modi government

ରାଫେଲ ପୁଣି ଥରେ ଦେଶରେ ରାଜନୈତିକ ଲଢେଇର କାରଣ ହୋଇଛି । ରାଫେଲ ଉପରେ କଣ୍ଟ୍ରୋଲର ଏବଂ ଅଡିଟର ଜେନେରାଲ (CAG) ଦେଇଥିବା ରିପୋର୍ଟ ପରେ ବିରୋଧୀ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ରଣଦୀପ ସୁରଜେୱାଲା
ରଣଦୀପ ସୁରଜେୱାଲା
author img

By

Published : Sep 24, 2020, 1:52 PM IST

ନୂଆଦିଲ୍ଲୀ: ରାଫେଲ ପୁଣି ଥରେ ଦେଶରେ ରାଜନୈତିକ ଲଢେଇର କାରଣ ହୋଇଛି । ରାଫେଲ ଉପରେ କଣ୍ଟ୍ରୋଲର ଏବଂ ଅଡିଟର ଜେନେରାଲ (CAG) ଦେଇଥିବା ରିପୋର୍ଟ ପରେ ବିରୋଧୀ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରିପୋର୍ଟରେ ଦର୍ଶାଯାଇଛି ଯେ ଚୁକ୍ତିନାମା ଅନୁଯାୟୀ, ଡାସଲ୍ଟ ଏପର୍ଯ୍ୟନ୍ତ DRDOକୁ ଟେକ୍ନୋଲୋଜି ସ୍ଥାନାନ୍ତରିତ କରିନାହିଁ। ଉକ୍ତ ପ୍ରସଙ୍ଗକୁ ନେଇ ବିରୋଧୀ ବର୍ତ୍ତମାନ ଆକ୍ରମଣକାରୀ ।

କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଗୁରୁବାର ଏହି ପ୍ରସଙ୍ଗରେ ଟ୍ବିଟ୍ କରିଛନ୍ତି। ସେ କହିଛନ୍ତି, ‘ସବୁଠୁ ବଡ ପ୍ରତିରକ୍ଷା ଡିଲର କ୍ରୋନୋଲୋଜିର ଖୁଲାସା ହେବା ଜରୁରୀ । ସିଏଜି ରିପୋର୍ଟ ସ୍ବୀକାର କରିଛି ଯେ ରାଫେଲକୁ ଟେକ୍ନୋଲୋଜି ସ୍ଥାନାନ୍ତରଣ ସମ୍ପୂର୍ଣ୍ଣ ହୋଇନାହିଁ। ପ୍ରଥମେ ରାଫେଲ ଫ୍ରାନ୍ସରେ ପ୍ରଥମେ ‘ମେକ୍ ଇନ୍ ଇଣ୍ଡିଆ’ରୁ ମେକ୍ ଇନ୍ ଫ୍ରାନ୍ସ’ ହେଲା । ବର୍ତ୍ତମାନ DRDO କୁ ଟେକ୍ ଟ୍ରାନ୍ସଫର୍ ହୋଇନାହିଁ । କିନ୍ତୁ ମୋଦି ଜୀ କହିବେ ସବୁ ଭଲ ଅଛି ’ ।

ସୁରଜେୱାଲା ବ୍ୟତୀତ ପୂର୍ବତନ ଗୃହମନ୍ତ୍ରୀ ପି. ଚିଦାମ୍ବରମ୍ ମଧ୍ୟ ଏ ବିଷୟରେ ପ୍ରଶ୍ନ ଉଠାଇଥିଲେ। ପ୍ରକାଶଥାଉକି, ଯେତେବେଳେ ମୋଦି ସରକାର ଫ୍ରାନ୍ସ ସହିତ ରାଫେଲ ବିମାନ ନେଇ ନୂତନ ଚୁକ୍ତି ସ୍ବାକ୍ଷର କରିଥିଲେ, ସେବେଠାରୁ ଏହାକୁ ନେଇ ରାଜନୈତିକ ବିବାଦ ଜାରି ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.