ETV Bharat / bharat

ଆମ ଯବାନ କାହା କ୍ଷେତ୍ରରେ ଶହୀଦ ହେଲେ: କଂଗ୍ରେସ - ପ୍ରଧାନମନ୍ତ୍ରୀ ମୋଦି

ଗଲୱାନ ଘାଟିରେ ଆମର 20 ଜଣ ସେନା ଶହୀଦ ହୋଇଗଲେ । ତେବେ ଯବାନ କାହିଁକି ଶହୀଦ ହେଲେ ସେନେଇ ମୋଦି ସରକାର ସ୍ପଷ୍ଟ କରିବେ କି ବୋଲି କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଛି ।

କଂଗ୍ରେସ
କଂଗ୍ରେସ
author img

By

Published : Jun 20, 2020, 5:16 PM IST

ନୂଆଦିଲ୍ଲୀ: ପୂର୍ବ ଦଲାଖର ଗଲୱାନ ଘାଟିରେ ଚୀନ ସୈନିକଙ୍କ ସହ ହୋଇଥିବା ସଂଘର୍ଷରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଏହି ଘଟଣାକୁ ନେଇ ପୁରା ଦେଶବାସୀ ଦୁଖଃରେ ଥିବା ବେଳେ ବିରୋଧୀ ଦଳ ଲଗାତାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଏପଟେ ସର୍ବଦଳୀୟ ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ବୟାନକୁ ନେଇ ମୋଦି ସରକାରଙ୍କୁ ଘେରିବାକୁ ପ୍ରୟାସ କରିଛି କଂଗ୍ରେସ ।

କଂଗ୍ରେସ
କଂଗ୍ରେସ

ଶନିବାର କଂଗ୍ରେସ ଏନେଇ ଟ୍ବିଟ କରି କହିଛି, ଚୀନ ଦାବି କରୁଛି ଯେ ଭାରତୀୟ ଯବାନ ତାଙ୍କ କ୍ଷେତ୍ରକୁ ଯାଇଥିଲେ । ପ୍ରଧାନମନ୍ତ୍ରୀ ମୋଦି ଦାବି କହୁଛନ୍ତି କି ଚୀନ ଆମ କ୍ଷେତ୍ରକୁ ଆସିନାହିଁ । ଗଲୱାନ ଘାଟିରେ ଆମର 20 ଜଣ ସେନା ଶହୀଦ ହୋଇଗଲେ । ତେବେ ଯବାନ କାହିଁକି ଶହୀଦ ହେଲେ ? ସେନେଇ ମୋଦି ସରକାର ସ୍ପଷ୍ଟ କରିବେ କି ? ଯବାନ କାହା କ୍ଷେତ୍ରରେ ଶହୀଦ ହେଲେ ? ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ କରିବେ କି ବୋଲି କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ସର୍ବଦଳୀୟ ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, 'ଆମ ସୀମାରେ କେହି ଅନୁପ୍ରବେଶ କରିନାହାନ୍ତି କି ଆମର କୌଣସି ବି ପୋଷ୍ଟ ଅନ୍ୟର ଅଧିଗ୍ରହଣରେ ନାହିଁ । ଲଦାଖରେ ଆମର 20 ଜଣ ଯବାନ ଶହୀଦ ହୋଇଛନ୍ତି । କିନ୍ତୁ ଯିଏ ଭାରତ ମାତା ଉପରେ ଆଖି ଉଠାଇ ଦେଖିବ ତାକୁ ଆମେ କଡା ଜବାବ ଦେବୁ ।'

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.