ETV Bharat / bharat

ଅଜୟ ମାକନଙ୍କୁ ରାଜସ୍ଥାନ କଂଗ୍ରେସର ପ୍ରଭାରୀ ମହାସଚିବ ନିଯୁକ୍ତ

author img

By

Published : Aug 16, 2020, 9:25 PM IST

ଅବିନାଶ ପାଣ୍ଡେଙ୍କ ସ୍ଥାନରେ ଅଜୟ ମାକନଙ୍କୁ ରଜସ୍ଥାନ କଂଗ୍ରେସର ପ୍ରଭାରୀ ମହାସଚିବ ଭାବରେ ତତ୍କାଳ ନିଯୁକ୍ତ କରାଯାଇଛି । ଅଧିକ ପଢନ୍ତୁ...

ଅଜୟ ମାକନଙ୍କୁ ରାଜସ୍ଥାନ କଂଗ୍ରେସର ପ୍ରଭାରୀ ମହାସଚିବ ନିଯୁକ୍ତ
ଅଜୟ ମାକନଙ୍କୁ ରାଜସ୍ଥାନ କଂଗ୍ରେସର ପ୍ରଭାରୀ ମହାସଚିବ ନିଯୁକ୍ତ

ନୂଆଦିଲ୍ଲୀ: ସଚିନ ପାଇଲଟଙ୍କ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ ଓ ବିଧାନଲଭାରେ ବହୁମତ ସାବ୍ୟସ୍ତ ପରେ ଦଳରେ ସଂସ୍କାର ଆଣିବାର ସମୟ ଆରମ୍ଭ ହୋଇଯାଇଛି । ଅବିନାଶ ପାଣ୍ଡେଙ୍କ ସ୍ଥାନରେ ଅଜୟ ମାକନଙ୍କୁ ରଜସ୍ଥାନ କଂଗ୍ରେସର ପ୍ରଭାରୀ ମହାସଚିବ ଭାବରେ ତତ୍କାଳ ନିଯୁକ୍ତ କରାଯାଇଛି ।

ସଚିନ ପାଇଲଟ ଦିଲ୍ଲୀରେ କଂଗ୍ରେସର ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏବଂ ପାର୍ଟିର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ସହ ସାକ୍ଷାତ ସମୟରେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ବିଶ୍ବାସ କରାଯାଉଛି।

ଏହା ସହିତ କଂଗ୍ରେସ ଏକ ତିନି ଜଣିଆ କମିଟି ମଧ୍ୟ ଗଠନ କରାଯାଇଛି । ଦଳ ପକ୍ଷରୁ ସଚିନ ପାଇଲଟ ଏବଂ ତାଙ୍କ ସମର୍ଥକ ବିଧାୟକମାନଙ୍କୁ ଆଶ୍ବାସନା ଦେଇଥିଲା। ଏହି କମିଟିରେ ଦଳର ବରିଷ୍ଠ ନେତା ଅହମ୍ମଦ ପଟେଲ, କେସି ଭେନୁଗୋପାଲ ଏବଂ ଅଜୟ ମାକନ ଅଛନ୍ତି ।

ରାଜ୍ୟରେ ସଚିନ ପାଇଲଟ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତଙ୍କ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ତିନିଜଣିଆ କମିଟି ଗଠନ କରିବାକୁ କଂଗ୍ରେସ ଶୀର୍ଷ ନେତୃତ୍ବ ନିଷ୍ପତ୍ତି ନେଇଛନ୍ତି। ଦଳର ଏହି ନିଷ୍ପତ୍ତିକୁ ଉଭୟ ପାଇଲଟ ଏବଂ ଗେହଲଟ ସ୍ବାଗତ କରିଥିଲେ।

ରାଜସ୍ଥାନରେ ପ୍ରାୟ ଏକ ମାସ ଧରି ରାଜନୈତିକ ସଙ୍କଟ ପରେ ବିଧାନସଭା ଅଧିବେଶନ ପୂର୍ବରୁ ସଚିନ ପାଇଲଟ ତାଙ୍କ ସାଥୀ ବିଧାୟକଙ୍କ ସହ ଦଳକୁ ଫେରିଛନ୍ତି। 14 ଅଗଷ୍ଟରେ ଅନୁଷ୍ଠିତ ବିଧାନସଭା ଅଧିବେଶନରେ ଅଶୋକ ଗେହଲଟ ସରକାର ଧ୍ବନି ମତ ଆଧାରରେ ଆସ୍ଥା ଭୋଟରେ ବିଜୟ ହାସଲ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.