ETV Bharat / bharat

'ଅଯୋଧ୍ୟାରେ ବୃହତ ମନ୍ଦିର ଚାହୁଁଛି କଂଗ୍ରେସ'

ଅଯୋଧ୍ୟାରେ ରାମଙ୍କ ବୃହତ ମନ୍ଦିର ଚାହୁଁଛି କଂଗ୍ରେସ । ଏହାକୁ ନେଇ ଏବେ ରାଜନୀତି ବନ୍ଦ କରିବା ଉଚିତ ବୋଲି ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କହିଛନ୍ତି।

author img

By

Published : Nov 23, 2019, 10:46 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଅଯୋଧ୍ୟାରେ ଭାଗବାନ ଶ୍ରୀରାମଙ୍କ ଭବ୍ୟ ଏବଂ ବୃହତ ମନ୍ଦିର ପ୍ରତିଷ୍ଠା ଚାହୁଁଛି କଂଗ୍ରେସ। ଏ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ସମସ୍ତେ ଗ୍ରହଣ କରିବା ଉଚିତ । ଏହାକୁ ନେଇ ଏବେ ରାଜନୀତି ବନ୍ଦ କରିବା ଉଚିତ ବୋଲି ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କହିଛନ୍ତି।

କିଛି ଦିନ ପୂର୍ବରୁ ଅଯୋଧ୍ୟା ରାୟ ଆସିବାରେ ବିଳମ୍ବ କରାଇବା ନେଇ କଂଗ୍ରେସକୁ ଦାୟୀ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ତାଙ୍କ ମନ୍ତବ୍ୟର ଜବାବ ଦେବାକୁ ଉପରୋକ୍ତ ପ୍ରତିକ୍ରିୟା ରଖିଛନ୍ତି ସଚିନ ପାଇଲଟ। ଏନେଇ ସେ କହିଛନ୍ତି ଯେ, କୋର୍ଟଙ୍କ ରାୟକୁ ସମସ୍ତେ ସ୍ବାଗତ କରିଥିଲେ। ଆମେ ମଧ୍ୟ ଏହାକୁ ସମ୍ମାନ ଜଣାଇଥିଲୁ। କଂଗ୍ରେସ ଚାହେଁ ଏଠାରେ ଭବ୍ୟ ମନ୍ଦିର ହେଉ। ଏବେ ଆମକୁ ଏହି ପ୍ରସଙ୍ଗରେ ରାଜନୀତି ବନ୍ଦ କରିବାକୁ ହେବ। ବିଶ୍ବ ଆଗକୁ ଆଗକୁ ବଢ଼ୁଛି ବୋଲି କହିଛନ୍ତି।

ନାଁ ନନେଇ ବିଜେପିକୁ ଟାର୍ଗେଟ କରି ସେ କହିଛନ୍ତି, ବିଗତ 30 ବର୍ଷରୁ ଅଯୋଧ୍ୟା ମାମଲା ଉପରେ ରାଜନୀତି କରୁଥିବା ଲୋକଙ୍କୁ ବୁଝିବା ଉଚିତ ଯେ ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ଲାଭ ଉଠାଯାଇପାରିବ ନାହିଁ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.