ବେଙ୍ଗାଲୁରୁ: କୋରୋନା ଭୟରେ ଥରହର ସମଗ୍ର ବିଶ୍ବ। ଯାହାକୁ ନେଇ ଚାରିଆଡେ ଲୋକଙ୍କୁ ସଚେତନତା କରାଯାଉଛି। ସମସ୍ତ ମେଡିକାଲ ମାନଙ୍କରେ ଅତ୍ୟଧିକ ଆଇସୋଲେସନ ଓ୍ବାର୍ଡ ଖୋଲାଯାଉଛି। ଏହି ପରିପ୍ରେକ୍ଷିରେ କର୍ଣ୍ଣାଟକରେ ବସ କଣ୍ଡକ୍ଟର ଓ ଡ୍ରାଇଭର ମହାନତା ଦେଖାଇଛନ୍ତି ।
ତେବେ ୟାରାଗୁପ୍ପି ରୁ ହୁବଲି ଯାଉଥିବା ବସର କଣ୍ଡକ୍ଟର ଏମ.ଏଲ. ନାଦାଫ ଓ ଡ୍ରାଇଭର ଏଚ.ଟି ମାୟାନାଭର ସମସ୍ତ ଯାତ୍ରୀଙ୍କୁ ମାଗଣାରେ ମାସ୍କ ବାଣ୍ଟିଛନ୍ତି । ଯାହା ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାରେ ବସ କଣ୍ଡକ୍ଟର କହିଛନ୍ତିଯେ, କୋରୋନା ବ୍ୟାପିବା କାରଣରୁ ପିପିଏଲ ପକ୍ଷରୁ ବସ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାହାକୁ ଆଖି ଆଗରେ ରଖି ଆମେ ସରକାରଙ୍କୁ ଅପିଲ କରୁଛୁଯେ, ସେ ଯାତ୍ରୀ ମାନଙ୍କୁ ମାଗଣାରେ ମାସ୍କ ବିତ୍ତରଣ କରନ୍ତୁ ।
ବ୍ୟୁରୋ ରିପୋର୍ଟ