ETV Bharat / bharat

ଆତ୍ମନିର୍ଭର ବୁଲା ବିକାଳୀ: ଆକଳନ ଓ ଆଶଙ୍କା

ଏତେ ବଡ ଆକାରର ଅର୍ଥ ଯୋଗାଇବାର ଅନୁଭବ ପ୍ରାୟ କୌଣସି ବ୍ୟାଙ୍କ ପାଖରେ ନାହିଁ । ପ୍ରଥମ ଥର ପାଇଁ ବୁଲା ବିକାଳୀଙ୍କୁ ଏପରି ବିଶାଳ ଅର୍ଥ ଋଣ ଆକାରରେ ଦେବା ବ୍ୟାଙ୍କଙ୍କ ପାଇଁ କାଠିକର ପାଠ ହୋଇଯିବ । ଅଧିକ ପଢନ୍ତୁ...

author img

By

Published : May 31, 2020, 1:09 AM IST

ଆତ୍ମନିର୍ଭର ବୁଲା ବିକାଳୀ: ଆକଳନ ଓ ଆଶଙ୍କା
ଆତ୍ମନିର୍ଭର ବୁଲା ବିକାଳୀ: ଆକଳନ ଓ ଆଶଙ୍କା

ହାଇଦ୍ରବାଦ: କୋରୋନା ଯୋଗୁଁ ଦୋହଲିଯାଇଥିବା ଅର୍ଥନୀତିକୁ ସୁଧାରିବା ପାଇଁ ନିକଟରେ କେନ୍ଦ୍ର ସରକାର ଆଣିଥିଲେ ଆର୍ଥିକ ପ୍ୟାକେଜ । ଏଥିରେ ଆତ୍ମନିର୍ଭର ହେବା ପାଇଁ ସବୁ ସେକ୍ଟରକୁ ଆହ୍ବାନ ଦିଆଯିବ ସହ ଅର୍ଥମନ୍ତ୍ରୀ ସହାୟତା ଘୋଷଣା କରିଥିଲେ । ଏଥିରକୁ ବୁଲା ବିକାଳୀଙ୍କ ପାଇଁ ଥିଲା 5000 କୋଟି ଟଙ୍କାର ଋଣ ସହାୟତା ।

ଆକଳନ

ଏହାଦ୍ବାରା ଦେଶର ପ୍ରାୟ 50 ଲକ୍ଷ ଷ୍ଟ୍ରିଟ୍ ଭେଣ୍ଡର ଉପକୃତ ହେବେ ବୋଲି ଆଶା କରାଯାଉଛି । ଏହି କ୍ଷେତ୍ରରେ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ବ ଦିଆଯିବ । ଫଳରେ ଉପଯୁକ୍ତ ସମୟରେ ପେମେଣ୍ଟ କରୁଥିବା ଲୋକଙ୍କୁ ଅନଲାଇନରେ ଆର୍ଥିକ ପୁରସ୍କାର ମଧ୍ୟ ମିଳିବ । ଦେଶରେ ଟପ୍ ଟେନ୍ ରାଜ୍ୟରେ 35 ଲକ୍ଷ ବୁଲା ବିକାଳୀ ଅଛନ୍ତି । ଏଥିରୁ ଉତ୍ତର ପ୍ରଦେଶରେ ସର୍ବାଧିକ 7.8 ଲକ୍ଷ ଭେଣ୍ଡର ଅଛନ୍ତି । ଏହାପରେ ପଶ୍ଚିମବଙ୍ଗରେ 5.5 ଲକ୍ଷ ବିକାଳୀ ଅଛନ୍ତି । ସବୁଠାକୁ କମ ପଞ୍ଜାବ ଓ ମଧ୍ୟପ୍ରଦେଶରେ 1.4 ଲକ୍ଷ ରହିଛନ୍ତି ।

ଏହାସହ ମୁଦ୍ରା ସ୍କିମ ଅଧୀନରେ ଥିବା ଶିଶୁ ଲୋନ ହୋଲଡରଙ୍କୁ ମଧ୍ୟ ସରକାର ସମର୍ଥନ ଦେଉଛନ୍ତି । ଲକଡାଉନ ଦ୍ବାରା ସବୁଠାରୁ ଅଧିକ କ୍ଷତି ବୁଲା ବିକାଳୀ ସହିଛନ୍ତି । ସେଥିପାଇଁ ଏମାନଙ୍କୁ ଶୀଘ୍ର ଏହି ଅର୍ଥ ଯୋଗାଇବାର ବ୍ୟବସ୍ଥା କରିବା ଆବଶ୍ୟକ । ପ୍ରତିଦିନ ଆୟ ମଧ୍ୟରେ ଦିଲ୍ଲୀରେ ବୁଲା ବିକାଳୀ ସର୍ବାଧିକ ଜଣକା ପିଛା 66 ଟଙ୍କା ଆୟ କରନ୍ତି । ଏହାପରେ କୋଲକାତା, ମୁମ୍ବାଇର ବିକାଳୀ ଜଣେ ପିଛା 65 ଟଙ୍କା ଲେଖାଏଁ ଇନକମ କରନ୍ତି । ତେବେ ଏହି ସମୟରେ ସେମାନଙ୍କ ଆୟ ଗଭୀର ଭାବେ ପ୍ରଭାବିତ ହୋଇଛି ଯାହାକୁ ସୁଧାରିବା ପାଇଁ ସରକାର ବ୍ୟାଙ୍କଙ୍କ ସହାୟତା ନେଇଛନ୍ତି ।

ଆଶଙ୍କା

ଏତେ ବଡ ଆକାରର ଅର୍ଥ ଯୋଗାଇବାର ଅନୁଭବ ପ୍ରାୟ କୌଣସି ବ୍ୟାଙ୍କ ପାଖରେ ନାହିଁ । ପ୍ରଥମ ଥର ପାଇଁ ବୁଲା ବିକାଳୀଙ୍କୁ ଏପରି ବିଶାଳ ଅର୍ଥ ଋଣ ଆକାରରେ ଦେବା ବ୍ୟାଙ୍କଙ୍କ ପାଇଁ କାଠିକର ପାଠ ହୋଇଯିବ । ମୁଦ୍ରା ଲୋନ ଅଧୀନରେ କିଛି ଋଣ ଯୋଗାଯାଇପାରିବ । ହେଲେ ଏତେ ବଡ ସେକ୍ଟର ପାଇଁ ଅର୍ଥ ଯୋଗାଇବା କଷ୍ଟକର ହୋଇପଡିବ ।

ଅଧିକାଂଶ ବୁଲା ବିକାଳୀଙ୍କର କ୍ରେଡିଟ ଆକାଉଣ୍ଟ ନାହିଁ । ବ୍ୟାଙ୍କରେ ଅଧିକାଂଶ ଲୋକଙ୍କ ଜମାଖାତା ହିଁ ନାହିଁ । ଫଳରେ ସେମାନଙ୍କୁ କିପରି ଏହି ଅର୍ଥ ଯୋଗାଯିବ ତାହା ବ୍ୟାଙ୍କମାନଙ୍କ ପାଇଁ ସମସ୍ୟାର ବିଷୟ ।

ବୁଲା ବିକାଳୀଙ୍କୁ ଋଣ ଯୋଗାଇବାରେ ତୃତୀୟ ପକ୍ଷ ବିଶେଷ କରି ରାଜନୈତିକ ହସ୍ତକ୍ଷେପର ଆଶଙ୍କା କରୁଛନ୍ତି ବ୍ୟାଙ୍କ । କାରଣ ଅଶିକ୍ଷିତ ଓ ଅନଭିଜ୍ଞ ଲୋକଙ୍କୁ ପାଠ ପଢାଇବାରେ ସିଦ୍ଧହସ୍ତ ରାଜନୈତିକ ବ୍ୟକ୍ତିତ୍ବ ହୁଏତ ଏହାର ଫାଇଦା ଉଠାଇପାରନ୍ତି । ମୁଦ୍ରା ଋଣ ଯୋଜନା ଭଳି ଏହି ସ୍କିମରେ ବି ଘୋଟଲା ହେବାର ସମ୍ଭାବନା ରହିଛି ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ଆଶଙ୍କା ପ୍ରକାଶ କରିଛନ୍ତି ।

ବଡ ବଡ ସହରରେ ଏହି ଅର୍ଥ ନିବେଶ ହେବା ବଦଳରେ ଖର୍ଚ୍ଚ ହେବାର ଆଶଙ୍କା ରହିଛି । ଫଳରେ ରିପେମେଣ୍ଟ ହେବାରେ ସମସ୍ୟା ଦେଖାଦେବ । ଦୀର୍ଘ 50 ଦିନ ହେବ ବୁଲା ବିକାଳୀମାନେ କାର୍ଯ୍ୟ କରୁନଥିବାରୁ ଏହି ବ୍ୟାଙ୍କ କାମ କରିବା ସହ ନିଜ ବେପାର ସମ୍ଭାଳିବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.