ETV Bharat / bharat

କୋରୋନା ସତର୍କତା ପାଇଁ ଜମ୍ମୁ ଓ କାଶ୍ମୀର ସମ୍ପୂର୍ଣ୍ଣ ଲକଡାଉନ

author img

By

Published : Mar 24, 2020, 1:28 PM IST

ଜମ୍ମୁ ଓ କାଶ୍ମୀରକୁ ସମ୍ପୂର୍ଣ୍ଣ ଲକଡାଉନ କରାଯାଇଛି। ଭାରତରେ 500 ପାର ହେଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଥିବା ବେଳେ ଏହାସହ ମୁକାବିଲା କରିବା ପାଇଁ ବିଶ୍ବସମୂହ ଅଣ୍ଟା ଭିଡିଛନ୍ତି । ଅଧିକ ଖବର ପଢନ୍ତୁ...

Union Territory of Jammu and Kashmir
କୋରୋନା ସତର୍କତା ପାଇଁ ଜମ୍ମୁ ଓ କାଶ୍ମୀରକୁ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା

ଶ୍ରୀନଗର: ଭାରତରେ 500 ପାର ହେଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଥିବା ବେଳେ ଏହାସହ ମୁକାବିଲା କରିବା ପାଇଁ ବିଶ୍ବ ସମୂହ ଅଣ୍ଟା ଭିଡିଛନ୍ତି । ତେବେ ଭାରତୀୟ ଶାସିତ କାଶ୍ମୀରରେ 4ଟି ମାମଲା ସାମ୍ନାକୁ ଆସିବା ପରେ ଭୟରେ କାଶ୍ମୀରବାସୀ । ଏନେଇ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କାଶ୍ମୀରକୁ ସମ୍ପୂର୍ଣ୍ଣ ଲକଡାଉନ କରାଯାଇଛି।

କାଶ୍ମୀରର ମୁଖ୍ୟ ସହର ତଥା ଏକ ଲକ୍ଷ ଲୋକ ବାସ କରୁଥିବା ଶ୍ରୀନଗର ଏହି ସପ୍ତାହରେ ମରୁଭୂମିରେ ପରିଣତ ହୋଇଯାଇଛି । ଦୋକାନ ବଜାର, ସାଧାରଣ ପରିବହନ ଉପରେ ପ୍ରତିବନ୍ଧକ ଲଗାଯିବା ସହ ଏବଂ ଯାତ୍ରୀମାନଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି।

ଶ୍ରୀନଗରର ମେୟର ଜୁନାଦ ମାତୁ କହିଛନ୍ତି, “ଏହି ପରିସ୍ଥିତିର ମୁକାବିଲା ପାଇଁ ଆମେ ସକ୍ରିୟ ଏବଂ ଯଥେଷ୍ଟ ସଜାଗ ନଥିଲୁ । ଦୀର୍ଘ 8 ମାସ ପରେ ଘାଟିରେ ସ୍ଥିତି ସୁଧୁରିବାକୁ ଲାଗିଥିବା ବେଳେ ପୁନର୍ବାର ଏହି ଜଟିଳ ପରିସ୍ଥିତି କାଶ୍ମୀରବାସୀଙ୍କୁ ଭାଙ୍ଗି ଦେଇଛି ।

ବିଦ୍ୟାଳୟ, କଲେଜ ଏବଂ ବିଶ୍ବବିଦ୍ୟାଳୟଗୁଡ଼ିକ, ଯାହାକି ସାତ ମାସ ପୂର୍ବରୁ ବନ୍ଦ ହୋଇଥିଲା ସାତ ମାସ ପରେ ପୁନଃ ଖୋଲା ଯାଇଥିଲା, ଆଉ ଏକ ଦୀର୍ଘ ସମୟର ବିଚ୍ଛିନ୍ନତା ପାଇଁ ଲୋକମାନେ ଆବଶ୍ୟକୀୟ ସାମଗ୍ରୀ ସଂଗ୍ରହ କରୁଥିବା ବେଳେ ପୁନର୍ବାର ବନ୍ଦ ହୋଇଯାଇଛି ।

ସାମିଆ ରସିଦଙ୍କ କହିବା ଅନୁସାରେ, 13,000 ରୁ ଅଧିକ ଏନ95 ମାସ୍କ, 3,300 ପିପିଏ କିଟ୍ ଅଛି।ଏହାକୁ ଛାଡି 122,000 ତ୍ରିସ୍ତରୀୟ ମାସ୍କ ମଧ୍ୟ ପ୍ରସ୍ତୁତ ହେଉଛି। ଏହାସହ ଭେଣ୍ଟିଲେଟର ଯଥେଷ୍ଟ ପରିମାଣର ଥିବା ବେଳେ ମାନବ ଶକ୍ତି ଯଥେଷ୍ଟ ନାହିଁ।

ଅଡିଟରେ ଦର୍ଶାଯାଇଛି ଯେ କାଶ୍ମୀର ଅଞ୍ଚଳରେ ଡାକ୍ତରଙ୍କ ଅନୁପାତରେ ଭାରତରେ ସର୍ବନିମ୍ନତମ। ଭାରତରେ 1: 2,000 ଡାକ୍ତର-ରୋଗୀ ଅନୁପାତ ତୁଳନାରେ ଜାମ୍ମୁ କାଶ୍ମୀରରେ 3,866 ଜଣଙ୍କ ପାଇଁ ଜଣେ ଆଲୋପାଥିକ୍ ଡାକ୍ତର ଅଛନ୍ତି। ଯେଉଁଥିରେ 1000 ଜନସଂଖ୍ୟା ପାଇଁ ଜଣେ ଡାକ୍ତରଙ୍କ WHO ନିୟମ ବିରୁଦ୍ଧରେ ଅଛି ବୋଲି ଏଥିରେ କୁହାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.