ETV Bharat / bharat

ବଡ ଧରଣର ସାଇବର୍ ଆଟାକକୁ ନେଇ ଟ୍ବିଟରର ସ୍ପଷ୍ଟୀକରଣ

author img

By

Published : Jul 16, 2020, 11:37 AM IST

ମାଇକ୍ରୋ ବ୍ଲଗିଂ ୱେବସାଇଟ୍ ଟ୍ବିଟରରେ ସବୁଠାରୁ ବଡ ସାଇବର୍ ଆକ୍ରମଣ । ଏହି ସମୟ ମଧ୍ୟରେ ବଡ ବ୍ୟବସାୟୀ, ରାଜନେତାଙ୍କ ସମେତ ଅନେକ ବରିଷ୍ଠ ବ୍ୟକ୍ତିବିଶେଷଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଛି । ଏଥିରେ ବାରାକ ଓବାମା, ଏଲୋନ୍ ମସ୍କ, ବିଲ୍ ଗେଟ୍ସ ଓ ଆପଲ୍ ଭଳି ଆକାଉଣ୍ଟ୍ ଅନ୍ତର୍ଭୁକ୍ତ ।

ଟ୍ବିଟର
ଟ୍ବିଟର

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ୱେବସାଇଟ୍ ଟ୍ବିଟରରେ ସବୁଠାରୁ ବଡ ସାଇବର୍ ଆକ୍ରମଣ । ଏହି ସମୟ ମଧ୍ୟରେ ବଡ ବ୍ୟବସାୟୀ, ରାଜନେତାଙ୍କ ସମେତ ଅନେକ ବରିଷ୍ଠ ବ୍ୟକ୍ତିବିଶେଷଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଛି । ଏଥିରେ ବାରାକ ଓବାମା, ଏଲୋନ୍ ମସ୍କ, ବିଲ୍ ଗେଟ୍ସ ଓ ଆପଲ୍ ଭଳି ଆକାଉଣ୍ଟ୍ ଅନ୍ତର୍ଭୁକ୍ତ । କିଏ ହ୍ୟାକିଂ କରିଛି ତାହା ଆଗାମୀ ସମୟରେ ସ୍ପଷ୍ଟ ହେବ, କିନ୍ତୁ ଟ୍ବିଟର ଏକ ବିବୃତ୍ତି ଜାରି କରିଛି ଯେଉଁଥିରେ ପ୍ରାରମ୍ଭିକ ଅନୁସନ୍ଧାନ ଆଧାରରେ ଅପଡେଟ୍ ଗୁଡିକ ସେୟାର କରାଯାଇଛି।

ବର୍ତ୍ତମାନ ପ୍ରଶ୍ନ ହେଉଛି ସୁରକ୍ଷା ବିଷୟରେ ବଡ ଦାବି କରୁଥିବା ଟ୍ବିଟରକୁ କିପରି ହ୍ୟାକ୍ କରାଯାଇଛି ? ଅନେକ ଉପାୟରେ ହ୍ୟାକିଂ ହୁଏ ଓ ଏହାର କାରଣ ମଧ୍ୟ ଭିନ୍ନ ଅଟେ । ଏହି ହ୍ୟାକିଂରେ ହ୍ୟାକର୍ ବିଟ୍ କଏନ୍ ଦାବି କରିଛି । ଅର୍ଥାତ୍ ଏହା ସୁରକ୍ଷା ପରୀକ୍ଷଣ ପାଇଁ କରାଯାଇଥିବା ହ୍ୟାକିଂ ନୁହେଁ ବରଂ ଭୁଲ ଉଦ୍ଦେଶ୍ୟରେ କରାଯାଇଥିବା ଏକ ହ୍ୟାକିଂ ।

ତେବେ ଏହାର ଅନୁସନ୍ଧାନ ଚାଲିଛି ବୋଲି ଟ୍ବିଟର କହିଛି । କିନ୍ତୁ ଏପର୍ଯ୍ୟନ୍ତ ଯାହା ପ୍ରକାଶ ପାଇଛି ସେହି ଆଧାର କରି କମ୍ପାନୀ ଏକ ବିବୃତ୍ତି ଜାରି କରିଛି। କମ୍ପାନୀ କହିଛି, ‘ଆମେ ଏକ ସୋସିଆଲ ଇଞ୍ଜିନିୟରିଂ ଆକ୍ରମଣ ଚିହ୍ନଟ କରିଛୁ। ଯେଉଁମାନେ ଆଭ୍ୟନ୍ତରୀଣ ସିଷ୍ଟମ ଓ ଉପକରଣ ସାହାଯ୍ୟରେ ଆମର କିଛି କର୍ମଚାରୀଙ୍କ ଆକାଉଣ୍ଟକୁ ସଫଳତାର ସହିତ ଟାର୍ଗେଟ କରିଛନ୍ତି ସେମାନଙ୍କ ଦ୍ବାରା ଏହା କରାଯାଇଛି ’।

ଟ୍ବିଟର କହିଛି ଯେ ଆକ୍ରମଣକାରୀମାନେ ଏହାର ନିୟନ୍ତ୍ରଣରେ ଯାଞ୍ଚ ହୋଇଥିବା ଆକାଉଣ୍ଟ ସମେତ ଅନେକ ଲୋକପ୍ରିୟ ଆକାଉଣ୍ଟକୁ ପ୍ରବେଶ କରିଥିଲେ ଓ ସେହି ଆକାଉଣ୍ଟରେ ପୋଷ୍ଟ କରିବାରେ ସଫଳ ହୋଇଥିଲେ । କମ୍ପାନୀ ଅନୁଯାୟୀ, ଏହି ଘଟଣାର ଅନୁସନ୍ଧାନ ଜାରି ରହିଛି ଓ ଆକ୍ରମଣକାରୀମାନେ କିପରି ଏହି ଆକାଉଣ୍ଟଗୁଡିକର ଅପବ୍ୟବହାର କରିଛନ୍ତି ଏବଂ କେଉଁ ପ୍ରକାରର ସୂଚନା ଆକ୍ସେସ୍ କରାଯାଇଛି ତାହା ଜାଣିବା ପାଇଁ ଉଦ୍ୟମ ଜାରି ରହିଛି।

ଟ୍ବିଟର କହିଛି ଯେ କମ୍ପାନୀ ଏହି ବିଷୟରେ ସୂଚନା ପାଇବା ମାତ୍ରେ ସମସ୍ତ ପ୍ରଭାବିତ ଆକାଉଣ୍ଟକୁ ତୁରନ୍ତ ବନ୍ଦ କରିଦିଆଯାଇଥିଲା ଓ ଆକ୍ରମଣକାରୀଙ୍କ ଦ୍ବାରା କରାଯାଇଥିବା ଟ୍ବିଟ୍ ଡିଲିଟ୍ ହୋଇଯାଇଥିଲା। କେବଳ ଏତିକି ନୁହେଁ, କମ୍ପାନୀ କହିଛି ଯେ ଟ୍ବିଟର ଆକାଉଣ୍ଟଗୁଡିକର କିଛି କାର୍ଯ୍ୟ ବହୁ ପରିମାଣରେ ସୀମିତ ରହିଛି। ତେବେ କମ୍ପାନୀ ଦ୍ବାରା ହ୍ୟାକ୍ ହୋଇଥିବା ଆକାଉଣ୍ଟଗୁଡିକ ଲକ୍ କରାଯାଇଛି । ସେମାନଙ୍କର ମାଲିକମାନେ ସେହି ଆକାଉଣ୍ଟ ଗୁଡିକୁ ପୁନଃ ଚଲାଇବାକୁ ସକ୍ଷମ ହେବେ ।l

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.