ଜୟପୁର: ପିଙ୍କସିଟି ଜୟପୁରରେ ଗତ ସୋମବାର ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ଦ୍ବାରା ସାମ୍ପ୍ରଦାୟିକ ହିଂସା ପରିସ୍ଥିତି ଉପୁଜୁଛି । ଦୁଇ ପକ୍ଷରୁ ପରସ୍ପରକୁ ଇଟା ପଥର ମାଡ କରାଯାଇଥିବା ବେଳେ 9 ପୋଲିସ କର୍ମୀଙ୍କ ସମେତ ମୋଟ 24 ଜଣ ଲୋକ ଆହତ ହୋଇଛନ୍ତି ।
ଘଟଣା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି 10ଟି ଥାନା କ୍ଷେତ୍ରରେ ଇଣ୍ଟରନେଟ ସେବାକୁ ବୁଧବାର ରାତି ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି । ଏଥି ସହ ଏ ଘଟଣାରେ ଜଡିତ ଥିବା ଅଭିଯୋଗରେ 5 ଜଣଙ୍କୁ ଗିରଫ କରାଯାଇଛି।