ETV Bharat / bharat

କୋଭିଡ-୧୯ ସଂକ୍ରମଣ ଚିହ୍ନଟର ନୂଆ ପଦ୍ଧତି

author img

By

Published : Sep 4, 2020, 9:28 AM IST

କ୍ୟାଂବ୍ରିଜର ଏକ ହସ୍ପିଟାଲ ସାର୍ସ-ସିଓଭି-୨ ସଂକ୍ରମଣ ପାଇଁ ମିଳିତ ରାପିଡ୍ ପଏଣ୍ଟ ଅଫ କେୟାର ନ୍ୟୁସ୍ଲେଇକ ଏସିଡ୍ ଓ ଆଣ୍ଟିବଡି ଟେଷ୍ଟ ଆରମ୍ଭ କରିଛି । କୋଭିଡ ଭୂତାଣୁ ଠାବ ଓ ରୋଗ ଚିହ୍ନଟ ପାଇଁ ଏଭଳି ପରୀକ୍ଷଣ ବେଶ ଉନ୍ନତମାନର ବୋଲି ଜଣାପଡିଛି । lତେବେ ଏହି ପଏଣ୍ଟ ଅଫ୍ କେୟାର ଟେଷ୍ଟିଂ କଣ ? ସେନେଇ ଅଧିକ ପଢନ୍ତୁ...

କୋଭିଡ-୧୯ ସଂକ୍ରମଣ ଚିହ୍ନଟର ନୂଆ ପଦ୍ଧତି
କୋଭିଡ-୧୯ ସଂକ୍ରମଣ ଚିହ୍ନଟର ନୂଆ ପଦ୍ଧତି

କ୍ୟାଂବ୍ରିଜର ଏକ ହସ୍ପିଟାଲ ସାର୍ସ-ସିଓଭି-୨ ସଂକ୍ରମଣ ପାଇଁ ମିଳିତ ରାପିଡ୍ ପଏଣ୍ଟ ଅଫ କେୟାର ନ୍ୟୁସ୍ଲେଇକ ଏସିଡ୍ ଓ ଆଣ୍ଟିବଡି ଟେଷ୍ଟ ଆରମ୍ଭ କରିଛି । କୋଭିଡ ଭୂତାଣୁ ଠାବ ଓ ରୋଗ ଚିହ୍ନଟ ପାଇଁ ଏଭଳି ପରୀକ୍ଷଣ ବେଶ ଉନ୍ନତମାନର ବୋଲି ଜଣାପଡିଛି ।

ତେବେ ପଏଣ୍ଟ ଅଫ୍ କେୟାର ଟେଷ୍ଟିଂ କଣ ? ସରଳ ଭାଷାରେ କହିବାକୁ ଗଲେ ହସ୍ପିଟାଲରେ ରୋଗୀ ପହଞ୍ଚିବା ମାତ୍ରକେ ତୁରନ୍ତ ଟେଷ୍ଟିଂକୁ ପଏଣ୍ଟ ଅଫ କେୟାର ଟେଷ୍ଟିଂ କୁହାଯାଏ । ରୋଗୀର ରୋଗ ଶୀଘ୍ର ଚିହ୍ନଟ କରିବା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଏହା ଆବଶ୍ୟକ ହୋଇଥାଏ । କ୍ୟାଂବ୍ରିଜ୍ ବିଶ୍ୱବିଦ୍ୟାଳୟ ଗବେଷକଙ୍କ ଦ୍ୱାରା କୋଭିଡ ୧୯ର ନୂଆ ପଏଣ୍ଟ ଅଫ କେୟାର ପିସିଆର୍ ଟେଷ୍ଟ ପାଇଁ ବିକଶିତ ପଦ୍ଧତିର ନାଁ ହେଉଛି ଏସଏଏମବିଏ -୨ । ଏହି ପଦ୍ଧତି ଦ୍ୱାରା କୋଭିଡ-୧୯ର ଟେଷ୍ଟିଂ ସମୟ ଯଥେଷ୍ଟ ହ୍ରାସ ପାଉଥିବା ଜଣାଯାଇଛି । ଏହି ପଦ୍ଧତି ଦ୍ୱାରା ଟେଷ୍ଟିଂ କଲେ ରୋଗୀର ସ୍ଥିତି ଶୀଘ୍ର ଜଣାପଡିଥାଏ ଓ ତା ବାବଦରେ ଶୀଘ୍ର ନିଷ୍ପତ୍ତି ବି ନେଇ ହୁଏ ।

ପିସିଆର୍ ଟେଷ୍ଟରେ ଭାଇରସରୁ ଅତି କମ୍ ମାତ୍ରାରେ ଆରଏନଏ କଢାଯାଇ ଲକ୍ଷାଧିକ ଥର କପି କରାଯାଏ । ଫଳରେ ଭାଇରସର ଉପସ୍ଥିତି ଜଣାପଡେ । ନାସିକା ରନ୍ଧ୍ରରୁ ଓ ତଣ୍ଟିରୁ ସ୍ୱାବ୍ ସଂଗ୍ରହ କରାଯାଇ ଭାଇରସ୍ ଧରାଯାଏ । ତେବେ, ଜଣେ ବ୍ୟକ୍ତିଠାରେ କୋଭିଡ-୧୯ ଲକ୍ଷଣ ୧୪ ଦିନ ମଧ୍ୟରେ ହିଁ ପ୍ରକାଶ ପାଏ । ଆଉ ଏ ସମୟ ମଧ୍ୟରେ ଭାଇରସ ନାକ ଓ ତଣ୍ଟିରୁ ବାହାରି ଫୁସଫୁସ ଓ ଅନ୍ୟ ଅଙ୍ଗ ଓ ଟିସୁରେ ପ୍ରବେଶ କରିସାରିଥିବ । ଫଳରେ ସ୍ୱାବ ଟେଷ୍ଟ ଦ୍ୱାରା ଭାଇରସକୁ ଠାବ କରିବା କଷ୍ଟ ହୁଏ । ଅଧ୍ୟୟନରୁ ଜଣାପଡିଛି ଯେ, ପିସିଆର ଟେଷ୍ଟ ସଂକ୍ରମିତଙ୍କ ଚିହ୍ନଟ କ୍ଷେତ୍ରରେ ଶତ ପ୍ରତିଶତ ସଫଳ ହୁଏ ନାହିଁ ।

ସଂକ୍ରମିତ ବ୍ୟକ୍ତିଙ୍କ ଚିହ୍ନଟ ପାଇଁ ଆଣ୍ଟିବଡି ଟେଷ୍ଟ ଏକ ବିକଳ୍ପ ଉପାୟ ଭାବେ ରହିଛି । କିନ୍ତୁ ସଂକ୍ରମଣର ଜବାବରେ ଆମ ପ୍ରତିରୋଧକ ବ୍ୟବସ୍ଥା ଦ୍ୱାରା ସୃଷ୍ଟି ହେଉଥିବା ଅଣୁ ସାଧାରଣତଃ ସଂକ୍ରମଣର ୬ ଦିନ ପରେ ହିଁ ଦେଖାଯାଏ । କୋଭିଡ-୧୯ ପାଇଁ ଆମ ପାଖରେ ଏବେ ବି କୌଣସି ବିଶ୍ୱସନୀୟ ଓ ଉନ୍ନତମାନର ଟେଷ୍ଟିଂ ବ୍ୟବସ୍ଥା ନାହିଁ ବୋଲି କ୍ୟାଂବ୍ରିଜ ବିଶ୍ୱବିଦ୍ୟାଳର ଇନଷ୍ଟିଚ୍ୟୁଟ୍ ଅଫ୍ ଥେରାପେଟିକ୍ ଇମ୍ୟୁନୋଲୋଜି ଆଣ୍ଡ୍ ଇନଫେକ୍ସିଅସ୍ ଡିଜିଜ୍ ବିଭାଗ ପ୍ରଫେସର ରବି ଗୁପ୍ତା କହନ୍ତି । ଫଳରେ ସ୍ୱାସ୍ଥକର୍ମୀମାନଙ୍କ ପାଇଁ ରୋଗୀଙ୍କୁ କିପରି ଓ କେଉଁଠି ଚିକିତ୍ସା କରାଯିବ,ତାହା ବଡ ଆହ୍ୱାନ ସୃଷ୍ଟି କରିଛି ।

ମିଳିତ ରାପିଡ୍ ପଏଣ୍ଟ ଅଫ କେୟାର ପିସିଆର୍ ଓ ଆଣ୍ଟିବଡିର ଟେଷ୍ଟର ଫଳାଫଳ ଜାଣିବା ପାଇଁ ପ୍ରଫେସର ରବି ଗୁପ୍ତା ଏକ ଟିମ୍‌ର ନେତୃତ୍ୱ ନେଇଥିଲେ । ଏହି ପଦ୍ଧତି ଜରିଆରେ ୪୫ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା । ଏଭଳି ପରୀକ୍ଷଣ ଓ ଫଳାଫଳ ‘ସେଲ୍ ରିପୋର୍ଟସ ମେଡିସିନ’ରେ ପ୍ରକାଶିତ ହୋଇଛି ।

ଯେଉଁ ରୋଗୀଙ୍କ ଉପରେ ମିଳିତ ଟେଷ୍ଟ୍ କରାଯାଇଥିଲା, ସେମାନେ ମଧ୍ୟମରୁ ଗୁରୁତର ସଂକ୍ରମିତ ହୋଇଥିଲେ । ନାକ ଓ ତଣ୍ଟିରୁ ସେମାନଙ୍କ ସ୍ୱାବ ପରୀକ୍ଷଣ ପାଇଁ ନିଆଯାଇଥିଲା । ଅସୁସ୍ଥତାର ୭ ଦିନ ପରେ ସେମାନଙ୍କ ପରୀକ୍ଷଣ କରାଯାଇଥିଲା ।

କୋଭିଡ-୧୯ ଚିହ୍ନଟ ପାଇଁ ଗବେଷକମାନେ ଦୁଇ ଭାଗ ବିଶିଷ୍ଟ ଗୋଲ୍ଡ ଷ୍ଟାଣ୍ଡାର୍ଡ ରେଫରେନ୍ସ ପ୍ରସ୍ତୁତ କରିଥିଲେ । ଏଥିମଧ୍ୟରୁ ଯେକୌଣସି ଟେଷ୍ଟ କୋଭିଡ-୧୯ ସଂକ୍ରମଣକୁ ଶୀଘ୍ର ଚିହ୍ନଟ କରିପାରିବ । ପ୍ରଥମଟି ହେଉଛି ଇନ୍ ଭିଟ୍ରୋ ଟେଷ୍ଟ । ଏହି ବ୍ୟବସ୍ଥା ଅନୁସାରେ କୃତ୍ରିମ ଭାଇରସ ପ୍ରସ୍ତୁତ କରାଯିବା ସହ ରୋଗୀଙ୍କ ବ୍ଲଡ୍ ସେରମରେ ମିଶ୍ରଣ କରାଯାଇ ଆଣ୍ଟିବଡିକୁ ନ୍ୟୁଟ୍ରାଲାଇଜ କରିବା ଉପାଦାନ ସେରମରେ ରହିଛି କି ନାହିଁ , ତାହା ଅଧ୍ୟୟନ କରାଯାଏ । ଦ୍ୱିତୀୟ ଗୋଲଡ ଷ୍ଟାଣ୍ଡାର୍ଡ ହେଉଛି ନାକ ଓ ତଣ୍ଟିରୁ ନିଆଯାଇଥିବା ସ୍ୱାବରେ ଜେନେଟିକ୍ ଭାଇରାଲ ମ୍ୟାଟେରିଆଲ୍ ଅନ୍ୱେଷଣ କରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.