ଅହମ୍ମଦାବାଦ: ଆଜିଠାରୁ ଗୁଜୁରାଟରେ ପବିତ୍ର ଶ୍ରାବଣ ମାସର ଆରମ୍ଭ ହୋଇଛି । ଯେଉଁଥିପାଇଁ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ମାତ୍ର ସାମାଜିକ ଦୂରତା ନିୟମ ଉଂଲ୍ଲଘନ କରିଥିବାରୁ ପୋଲିସ-ଭକ୍ତ ମୁହାଁମୁହିଁ ପରିସ୍ଥିତି ଦେଖାଯାଇଥିଲା । ଏହି ଘଟଣା ଘଟିଛି ଗୁଜୁରାଟର ସୋମନାଥ ମନ୍ଦିରରେ ।
ସୂଚନା ଅନୁସାରେ, ଶ୍ରାବଣ ମାସର ପ୍ରଥମ ଜ୍ୟୋତିଲିଙ୍ଗ ଦେଖିବାକୁ ସୋମନାଥରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଯେଉଁଥିପାଇଁ ସେଠାରେ କୋଭିଡ ସାମାଜିକ ଦୂରତା ନିୟମ ଭୁଲି ଗହଳି କରିଥିଲେ ଶ୍ରଦ୍ଧାଳୁ ।
ଘଟଣା କିଛି ଏପରି ଥିଲା ଯେ, ଏକାସାଙ୍ଗରେ କିଛି ଭକ୍ତ ମନ୍ଦିର ଦ୍ବାର ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ସମୟରେ ପୋଲିସ ସେମାନଙ୍କୁ ପ୍ରତିହତ କରିଥିଲା । ଏହି ସମୟରେ ଜଣେ ଯୁବକ ତଳେ ପଡିଯିବାରୁ ରାଗି ଯାଇ ପୋଲିସ ସହ ମାରପିଟ କରିଥିବା ଦେଖାଯାଇଛି ।
ବ୍ୟୁରୋ ରିପୋର୍ଟ ଇଟିଭି ଭାରତ