ETV Bharat / bharat

ଅଗଷ୍ଟରେ ଖୋଲିବ କଲେଜ, ସେପ୍ଟେମ୍ବରରୁ ନୂଆ ଶିକ୍ଷାବର୍ଷ - ୟୁନିଭର୍ସିଟି ଗ୍ରାଣ୍ଟ କମିଶନ

ଅଗଷ୍ଟ ମାସରୁ ପୁରୁଣା ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ଖୋଲିବ । ସେହିପରି ସେପ୍ଟେମ୍ବରରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ । ଅଧିକ ପଢନ୍ତୁ...

ଅଗଷ୍ଟରୁ ଖୋଲିବ କଲେଜ, ସେପ୍ଟେମ୍ବରରୁ ନୂଆ ଶିକ୍ଷାବର୍ଷ

author img

By

Published : Apr 30, 2020, 1:20 PM IST

ନୂଆଦିଲ୍ଲୀ: କୋରୋନା ଯୋଗୁଁ ଗତ ମାସରୁ ଦେଶବ୍ୟାପୀ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । କୋରୋନା ସଂକ୍ରମଣ ଦୃଷ୍ଟିରୁ ସରକାର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିଛନ୍ତି । ତେବେ ଆସନ୍ତା ଅଗଷ୍ଟରୁ ସମସ୍ତ କଲେଜ ଖୋଲିବା ବୋଲି ୟୁନିଭର୍ସିଟି ଗ୍ରାଣ୍ଟ କମିଶନ(ୟୁଜିସି) ବୁଧବାର ସୂଚନା ଦେଇଛନ୍ତି ।

ଏହା ଅନୁସାରେ ଅଗଷ୍ଟ ମାସରୁ ପୁରୁଣା ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ଖୋଲିବ । ସେହିପରି ସେପ୍ଟେମ୍ବରରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ । ଜୁଲାଇ ମାସରେ ଶେଷ ସେମିଷ୍ଟାର ପିଲାଙ୍କ ପରୀକ୍ଷା ଅନୁଷ୍ଠିତ ହେବ । ଏହାପରେ ଅଗଷ୍ଟରୁ ପୁରୁଣା ପିଲା ଓ ସେପ୍ଟେମ୍ବରରୁ ନୂଆ ପିଲାଙ୍କ ଶିକ୍ଷା ଆରମ୍ଭ ହେବ ବୋଲି ୟୁଜିସି କହିଛି ।

ପୂର୍ବ ଏବଂ ବର୍ତ୍ତମାନର ସେମିଷ୍ଟାର ଆଧାରରେ ପ୍ଲସ ଟୁ ଛାତ୍ରଛାତ୍ରୀଙ୍କୁ ଗ୍ରେଡ ପ୍ରଦାନ କରାଯିବ । ଯେଉଁ ରାଜ୍ୟରେ କୋଭିଡ 19 ସ୍ଥିତି ସାମାନ୍ୟ ଥିବ ସେଠାରେ ଜୁଲାଇ ମାସରେ ପିଲାଙ୍କ ପରୀକ୍ଷା ହେବ । ନଚେତ ସମସ୍ତଙ୍କୁ ଗ୍ରେଡ ଆଧାରରେ ପ୍ରମୋସନ ଦିଆଯିବ । ତେବେ ଶେଷ ସେମିଷ୍ଟାର ପିଲାଙ୍କର କିନ୍ତୁ ପରୀକ୍ଷା ଜୁଲାଇରେ ହେବ ।

ଏମଫିଲ, ପିଏଚଡି ଛାତ୍ରଛାତ୍ରୀଙ୍କୁ 6 ମାସର ଅଧିକ ସମୟସୀମା ପ୍ରଦାନ କରାଯିବ । ସେମାନଙ୍କ ସାକ୍ଷାତକାର ଭିସି ଦ୍ବାରା ନିଆଯିବ । ତେବେ ୟୁଜିସି କହିଛନ୍ତି ଯେ ଏହି ସମସ୍ତ ନିଷ୍ପତ୍ତି କେବଳ ପରାମର୍ଶ ଆଧାରରେ ଦିଆଯାଇଛି । ସବୁ ବିଶ୍ବବିଦ୍ୟାଳୟ କୋଭିଡ 19 ପରିସ୍ଥିତି ଦେଖି ନିଜ ଯୋଜନା ବନାଇ ନିଷ୍ପତ୍ତି ନେଇପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.