ETV Bharat / bharat

ଜାଣନ୍ତୁ, ତାମିଲନାଡୁରେ କେଉଁ ମୃଦୁପାନୀୟ ହେବ ବ୍ୟାନ ?

author img

By

Published : May 18, 2019, 1:48 AM IST

ତାମିଲନାଡୁରେ ବ୍ୟାନ ହେବ କୋକା କୋଲା ଏବଂ ପେପସି ବିକ୍ରି । ବଜାରରେ ଆଉ ମିିଳିବ ନାହିଁ ଏହି ମୃଦୁପାନୀୟ ।

ପ୍ରତିକାତ୍ମକ ଫଟୋ

ଚେନ୍ନାଇ: ଆଉ ତାମିଲନାଡୁରେ ମିଳିବନି କୋକା କୋଲା ଏବଂ ପେପସି । ଆସନ୍ତା ଅଗଷ୍ଟ ମାସରୁ ଏହି ମୃଦୁପାନୀୟ ଉପରେ ଲାଗିବ ରୋକ । ବଜାରରେ ବନ୍ଦ ହେବ ଏହି ମୃଦ୍ୟୁପାନୀୟ ବିକ୍ରି । 2 ବର୍ଷ ପରେ ପୁଣି ଏହି ପାନୀୟ ଉପରେ ରୋକ ଲଗାଯାଇଥିବା ତାମିଲନାଡୁ ବ୍ୟବସାୟୀ ସଂଘ ଘୋଷଣା କରିଛି ।

ପୂର୍ବରୁ 2017ରେ ଏହି ପ୍ରଡକ୍ଟ ଉପରେ ଲାଗିଥିଲା ବ୍ୟାନ। କିନ୍ତୁ କିଛି ଦିନ ଭିତରେ ଏହା ପୁଣି ବଜାରରେ ବିକ୍ରି ହୋଇଥିଲା । କିନ୍ତୁ ବର୍ତ୍ତମାନ ଆଉ ଥରେ ତାମିଲନାଡୁ ବ୍ୟବସାୟୀ ସଙ୍ଘ ରୋକ ଲଗାଇବା ପାଇଁ ନିଷ୍ପତ୍ତି ନେଇଛି । କାରଣ ବ୍ୟବସାୟ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏଥିରେ ବିଭିନ୍ନ ପ୍ରକାର କେମିକାଲ ମିଶାଯାଉଛି । ଯାହା ସ୍ବାସ୍ଥ୍ୟପାଇଁ କ୍ଷତିକାରକ ।

ଚେନ୍ନାଇର ଜଣେ ଏଫଏମସିଜି ମ୍ୟାନେଜରଙ୍କ କହିବା ଅନୁସାରେ, ଗତଥର ବ୍ୟାନ ଶୁଣିବା କ୍ଷଣି ଷ୍ଟକ ଥିବା ପ୍ରଡକ୍ଟକୁ ମଧ୍ୟ ନଷ୍ଟ କରିଦିଆଗଲା । ହେଲେ କିଛି ଦିନ ପରେ ଏହା ପୁଣି କାର୍ଯ୍ୟକାରୀ ହେଲା । ଆଉ ବ୍ୟବସାୟୀ କ୍ଷତି ସହିଲେ । ତେଣୁ ଚଳିତ ଥର ସମ୍ପୂର୍ଣ୍ଣ ଭାବେ ବ୍ୟାନ ହେବା ପରେ ସମସ୍ତ ଷ୍ଟକ ନଷ୍ଟ କରାଯିବ । ଖୁବ ଶୀଘ୍ର ବ୍ୟାନ ହେବାର ତାରିଖ ଘୋଷଣା କରାଯିବ ବୋଲି କହିଛନ୍ତି ବ୍ୟବସାୟୀ ସଂଘର ମୁଖ୍ୟ ବିକ୍ରମ ରାଜା ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.