ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର ଚେନ୍ନାଇରେ ଭାରତୀୟ କୋଷ୍ଟ ଗାର୍ଡ ଉଦ୍ଦେଶ୍ୟରେ 'ବରାହ' ପାଟ୍ରୋଲିଂ ଜାହାଜକୁ ଅର୍ପଣ କରିଛନ୍ତି । ବୁଧବାର ଆୟୋଜିତ ଏକ ଉତ୍ସବରେ ଏହାକୁ ଚେନ୍ନାଇ ପୋର୍ଟ ଟ୍ରଷ୍ଟ୍ଠାରେ କୋଷ୍ଟ ଗାର୍ଡରେ ସାମିଲ୍ କରାଇଛନ୍ତି । ଆୟୋଜିତ ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ବୀରତ୍ବ ଓ ସାହସିକତାଙ୍କ ପାଇଁ ତଟରକ୍ଷୀ ବାହିନୀଙ୍କୁ ସମ୍ମାନିତ କରିଛନ୍ତି । ଏହି ପୁରସ୍କାର ପ୍ରଦାନ ଉତ୍ସବରେ ଓଡିଶା ତରରକ୍ଷୀ ବାହିନୀ ଡିଆଜି ଅନୱାର ଖାନଙ୍କୁ ‘ତଟରକ୍ଷକ’ ସାହସିକତା ମେଡାଲ ପ୍ରଦାନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।
ଅନୱାର ଖାନଙ୍କୁ ଶୌର୍ଯ୍ୟ, ବୀରତ୍ବ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି । କୋଷ୍ଟ ଗାର୍ଡ ସିପ୍ ‘ବରଦ’ରେ କମାଣ ସମ୍ବାଳିଥିଲେ ଅନୱାର । 2016 ମେ 18 ତାରିଖରେ ବାତ୍ୟା ରୋହାନୁ କବଳରୁ 11 ଜଣଙ୍କୁ ଉଦ୍ଧାର କରିଥିଲେ । ଏଥିସହ ଚେନ୍ନାଇ ଉପକୂଳରୁ ଜାହଜ ଧନୁଶ୍ରୀକୁ ଉଦ୍ଧାର ମଧ୍ୟ କରିଥିଲେ । ଦୁଃସାହସିକ କାର୍ଯ୍ୟ ପାଇଁ ତାଙ୍କୁ ତଟରକ୍ଷକ ସମ୍ମାନରେ ସମ୍ମାନିତ କରାଯାଇଛି ।
ଏହାପୂର୍ବରୁ 1997 ବ୍ୟାଚର ଭାରତୀୟ ତଟରକ୍ଷକ ଅଫିସର ଅନୱାର ଖାନଙ୍କୁ ନିଜର ଅଦମ୍ୟ ସାହସ ଓ ସାହସିକତା ପାଇଁ DGICG, COMCG ତଥା CINCAN ସମ୍ମାନରେ ସମ୍ମାନିତ କରାଯାଇଛି ।
ବର୍ତ୍ତମାନ ସେ ବିଶାଖାପାଟନା ସ୍ଥିତ, ପୂର୍ବ ସାଗର ବୋର୍ଡର ପ୍ରଦୂଷଣ ନିୟନ୍ତ୍ରଣ ଜାହଜ ‘ସମୁଦ୍ର ପେହେରେଦାର’ର କମାଣ ସମ୍ଭାଳୁଛନ୍ତି ।