ETV Bharat / bharat

ରାମ ମନ୍ଦିର ନିର୍ମାଣ ନେଇ 11 ଟଙ୍କା ସହ ଗୋଟିଏ ଇଟା ମାଗିଲେ ଯୋଗୀ - up cm yogi aditya nath

ଝାଡଖଣ୍ଡବାସୀଙ୍କୁ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଭଳି ପୂଣ୍ୟ କର୍ଯ୍ୟରେ ଯୋଗଦେବା ନେଇ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆହ୍ବାନ। ଅଧିକ ପଢନ୍ତୁ...

CM Yogi
ଫାଇଲ ଫଟୋ
author img

By

Published : Dec 14, 2019, 2:06 PM IST

ଲକ୍ଷ୍ନୌ: ଶୁକ୍ରବାର ଝାଡଖଣ୍ଡ ନିର୍ବାଚନୀ ପ୍ରଚାର ସଭାରେ ଯୋଗ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହି ଅବସରରେ ରାମ ମନ୍ଦିର ନିର୍ମାଣ ନେଇ ପ୍ରତ୍ୟକ ଘରୁ 11 ଟଙ୍କା ସହ ଏକ ଇଟା ମାଗିଛନ୍ତି। ଏନେଇ ସେ କହିଛନ୍ତି ଯେ, ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କରିବା ନିଶ୍ଚିତ। କାରଣ 500 ବର୍ଷ ପୁରୁଣା ବିବାଦର ଅନ୍ତ ଘଟିଛି। ଏହି ପୁଣ୍ୟ କାମ ପାଇଁ ଝାଡଖଣ୍ଡବାସୀଙ୍କ ସହାୟତା ଦରକାର ଅଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୟାସ କ୍ରମେ କଳଙ୍କ ସମାନ ଦେଶରେ ଥିବା ଅନୁଚ୍ଛେଦ 370 ହଟାଯାଇଛି । ଏହି ନିଷ୍ପତ୍ତି ସମୟରେ ବିରୋଧି କହୁଥିଲେ ରାମ ମନ୍ଦିର ମାମଲାର ଶୁଣାଣୀ ହେବା ପରେ ଦେଶରେ ହିଂସା ବୃଦ୍ଧି ପାଇବ। ହେଲେ ମଶା ଟିଏ ମଧ୍ୟ ମରିଲାନି।

ଯୋଗୀ ନିର୍ବାଚନସଭାରେ ବିରୋଧୀଙ୍କୁ କଟାକ୍ଷ କରି କହିଥିଲେ ଯେ, କଂଗ୍ରେସ, ଆରଜେଡି ଓ ଜେଏମଏମ ସମସ୍ତେ ଏକାପରି । ସେମାନଙ୍କର ଚିନ୍ତାଧାରା କେବଳ ବିଧ୍ବଂସ କରିବା ଆଉ ଭାଷା ପାକିସ୍ତାନର । ଅନୁଚ୍ଛେଦ 370 ହଟିବା ଓ ଅଯୋଧ୍ୟା ରାମ ମନ୍ଦିର ମାମଲାରେ କେବଳ ସେମାନଙ୍କୁ ବାଧୁନି, ତ’ସହ ଏନଆରସି ଓ ନାଗରିକତା ସଂଶୋଧନ ବିଲ ନିଷ୍ପତ୍ତି ମଧ୍ୟ ସେମାନଙ୍କୁ ଆଘାତ ଦେଉଛି।

ସ୍କ ଗ ବଲାଙ୍ଗିର ରେ ମାଓ ହିଂସା, ପୋଲିସ୍ ଇଁନ୍ ଫର୍ମର ସନ୍ଦେହ ରେ ଜଣକୁ କଲେ ନିର୍ମମ ହତ୍ୟା
ରିପୋର୍ଟ ଶେଖ୍ ମହମ୍ମଦ ୱାହିଦ୍ଦ
ସ୍ଥାନ ବଲାଙ୍ଗିର
ତାରିଖ ୨୯_୪_୧୯
ଫର୍ମାଟ ଏଭିଓ ବାଇଟ
ଏଂକର
       ବଲାଙ୍ଗୀରରେ ଦୀର୍ଘ ଦିନର ନିରବତା ପରେ ପୁଣି ନିଜର ସ୍ଥିତି ଜାହିର କଲେ ମାଓ ବାଦି । ଏବଂ ପୋଲିସ୍ ଇନ ଫର୍ମର ସନ୍ଦେହରେ ଜଣକୁ ହତ୍ୟା କରିଛନ୍ତି । ବଲାଙ୍ଗିର ଖପ୍ରାଖୋଲ ବ୍ଲକ୍ ଅନ୍ତର୍ଗତ ଖୁରେ ପାଣି ଗ୍ରାମରେ ମାଓବାଦୀ ଏହି ହତ୍ୟା କାଣ୍ଡ ଭିଆଇ ଛନ୍ତି । ଯେଉଁଥିରେ ସେମାନେ ଏହି ଗାଁ ର ତ୍ରିଲୋଚନ ତରିଆ ଙ୍କୁ ପୋଲିସ୍ ଇନ୍ ଫର୍ମର ସନ୍ଦେହରେ ଘରୁ ଟେକି ନେଇ ହତ୍ୟା କରିଛନ୍ତି । ସୂଚନା ଅନୁସାରେ ଗତ କାଲି ବିଳମ୍ବିତ ରାତିରେ କୋଡ଼ିଏ ରୁ ଉର୍ଦ୍ଧ୍ବ ମାଓ ବାଦି ଏହି ଗାଁକୁ ଆସିଥିଲେ । ଏବଂ ତ୍ରିଲୋଚନ ତାରିଆ ଙ୍କୁ ଘରୁ ଡାକି ନେଇ ଗାଁ ମଝିରେ ତାକୁ ଗୁଳି କରି ହତ୍ୟା କରିଥିଲେ । ଏବଂ ସେ ପୋଲିସ୍ ର ଇନ୍ ଫର୍ ମର୍ ସାଜି ମାଓ ମାନଙ୍କେ ସବୁ ଖବର ପୋଲିସ୍ କୁ ଦେଉଥିଲେ ତେଣୁ ତାକୁ ମୃତ୍ୟୁ ଦଣ୍ଡ ଦିଆ ଯାଇଥିବାର ପୋଷ୍ଟର ରେ ଉଲ୍ଲେଖ କରିଛନ୍ତି । ଏବଂ ଅନ୍ୟ କିଛି ଲୋକଙ୍କୁ ମଧ୍ୟ ପୋଲିସ୍ ର ସୂଚନା ଦାତା ନ ହେବା ପାଇଁ ଧମକ ଦେଇଛନ୍ତି । ସେପଟେ ଏହି ଘଟଣା ପରେ ଗାଁ ଏବେ ଜଣ ଶୂନ୍ୟ ହୋଇଛି । ଏବଂ ଗ୍ରାମବାସୀ ଭୟବିତ ଅବସ୍ଥାରେ ରହିଛନ୍ତି । ସେପଟେ ପୋଲିସ ବିଳମ୍ବରେ ଘଟଣା ସ୍ଥଳକୁ ପହଞ୍ଚିଛି । ଏବଂ ଶବକୁ ଉଦ୍ଧାର କରିବା ସହ ସେଠି ଥିବା ମାଓ ପୋଷ୍ଟ ର ମଧ୍ୟ ଜବତ କରି ତଦନ୍ତ ଜାରି ରଖିଛି । ସେହିପରି ଏହି ଘଟଣା ପରେ ପୋଲିସ ର କମ୍ବିଁ ମଧ୍ୟ ଜୋରଦାର ହୋଇଛି । 

V
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.