ETV Bharat / bharat

ଆଇଆଇଟି ଛାତ୍ରଙ୍କୁ ରକ୍ତ କର୍କଟ, 10 ଲକ୍ଷର ସହାୟତା ପ୍ରଦାନ କଲେ ଯୋଗୀ - ଆଇଆଇଟି ଛାତ୍ରଙ୍କୁ ରକ୍ତ କର୍କଟ

ରକ୍ତ କର୍କଟ ରୋଗରେ ପୀଡିତ ଆଇଆଇଟିର ଜଣେ ଛାତ୍ରଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ 10 ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ଛାତ୍ରଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବା ଏବଂ ପ୍ରତ୍ୟେକ ଉପାୟରେ ସାହାଯ୍ୟ କରିବାକୁ ଯୋଗୀ ପିଜିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
author img

By

Published : Sep 19, 2020, 2:09 PM IST

ନୂଆଦିଲ୍ଲୀ: ରକ୍ତ କର୍କଟ ରୋଗରେ ପୀଡିତ ଆଇଆଇଟିର ଜଣେ ଛାତ୍ରଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ 10 ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ଛାତ୍ରଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବା ଏବଂ ପ୍ରତ୍ୟେକ ଉପାୟରେ ସାହାଯ୍ୟ କରିବାକୁ ଯୋଗୀ ପିଜିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଛାତ୍ରଙ୍କ ବିଷୟରେ ସୂଚନା ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଜରିଆରେ ପାଇଥିଲେ ।

ପ୍ରକାଶଥାଉକି, ଛାତ୍ର ଆଶିଷ ଦୀକ୍ଷିତ ରକ୍ତ କର୍କଟ ଭଳି ବିପଜ୍ଜନକ ରୋଗରେ ପୀଡିତ। ଯୋଗୀ ମାନବିକତା ଦୃଷ୍ଟିକୋଣରୁ ଏହି ସାହାଯ୍ୟ କରିଛନ୍ତି । ପଦକ୍ଷେପ ଗ୍ରହଣ କରୁଥିବାବେଳେ ଆଶିଷ ଦୀକ୍ଷିତଙ୍କୁ ସାହାଯ୍ୟ କରିବା ପାଇଁ ନିୟମରେ ଆରାମ ପ୍ରଦାନ କରିଥିଲେ। ତାଙ୍କ ବାପା ସରକାରୀ ସେବାରେ ଥିବାରୁ, ଏହାସହ ଛାତ୍ରବୃତ୍ତି ପାଇଥିବାରୁ ସରକାରୀ ସହାୟତା ପାଇବାରେ ବାଧା ସୃଷ୍ଟି ହୋଇଥିଲା।

ଯୋଗୀ ସୋସିଆଲ ମିଡିଆରୁ ଛାତ୍ରଙ୍କ ଅସୁସ୍ଥତା ବିଷୟରେ ସୂଚନା ପାଇଥିଲେ । ଏହାପରେ ସେ ନିଜେ ପରିବାର ସହ ଯୋଗାଯୋଗ କରି ସେମାନଙ୍କୁ ଆର୍ଥିକ ସହାୟତା ଦେଇଥିଲେ। ଲକ୍ଷ୍ମୀପୁରର ବନ କର୍ମଚାରୀ ଅଶୋକ କୁମାର ଦୀକ୍ଷିତଙ୍କ ଏକମାତ୍ର ପୁଅ ଆଶିଷ କୁମାର ଦୀକ୍ଷିତ ଶିକ୍ଷା କ୍ଷେତ୍ରରେ ବହୁତ ଦକ୍ଷ। ଆଇଆଇଟି ରୁର୍କିରେ ପାଠ ପଢୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.