ମୁମ୍ବାଇ: ପ୍ରବାସୀ ଶ୍ରମିକଙ୍କ ଘରକୁ ପଠାଇବା ପାଇଁ ବ୍ୟବସ୍ଥା କରିବେ ମହାରାଷ୍ଟ୍ର ସରକାର । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏନେଇ ସମସ୍ତ ରାଜ୍ୟ ସରକାରଙ୍କ ସହ ଆଲୋଚନା କରୁଛନ୍ତି । କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରୁଥିବା ନେଇ ଉଦ୍ଧବ ଠାକରେ ଶ୍ରମିକଙ୍କ ଆଶ୍ବସନା ଦେଉଛନ୍ତି ।
ଲକଡାଉନ୍ କାରଣରୁ ଟ୍ରେନର ସୁବିଧା କରାଯାଇ ପାରୁନାହିଁ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ବର୍ତ୍ତମାନ ଟ୍ରେନ୍ ଆରମ୍ଭ ହେବ ନାହିଁ କାରଣ ବିପଦ ବଢିପାରେ । କୋଟାରେ ଆମର କିଛି ଛାତ୍ର ଅଛନ୍ତି, ସେମାନଙ୍କ ପାଇଁ ନିରନ୍ତର କଥାବାର୍ତ୍ତା ହେଉଛି । ଏହାର ବାଟ ଖୋଜିବାକୁ ଚେଷ୍ଟା କରାଯାଉଛି। ବିହାର ଏବଂ ଉତ୍ତରପ୍ରଦେଶର ଲୋକମାନେ ଏଠାରେ ଅଟକି ତ ରହିନାହାଁନ୍ତି କିନ୍ତୁ ସେମାନେ ନିଜ ଗାଁକୁ ଯିବାକୁ ଚାହୁଁଛନ୍ତି, ଆମେ ସେମାନଙ୍କୁ ପଠାଇବା ପାଇଁ ବ୍ୟବସ୍ଥା କରିବୁ । ଟ୍ରେନ୍ ଚଳାଚଳ କରିବ ନାହିଁ କିନ୍ତୁ ରାଜ୍ୟ ସରକାରଙ୍କ ସହ ଆଲୋଚନା ଚାଲିଛି। ଆମେ ସେମାନଙ୍କୁ ବସ୍ ଯୋଗେ ପଠାଇବୁ । ଆଜି ଆମେ ପୁଣି ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବୁ ’।
ଏହା ସହିତ ସେ କହିଛନ୍ତି ଯେ, ‘ଯେଉଁମାନେ ଲୁଚାଉଛନ୍ତି ଏବଂ ପରୀକ୍ଷା କରୁନାହାଁନ୍ତି ଯଦି ଲକ୍ଷଣ ଦେଖାଦେଉଛି, ତେବେ ପରୀକ୍ଷା କର । କୋରୋନା ପାଇଁ କୌଣସି ଔଷଧ ନାହିଁ, ତଥାପି ଯଦି ଆମେ ଆମର ସଠିକ୍ ଯତ୍ନ ନେଉଛୁ ତେବେ ଏହାକୁ ଏଡାଇ ଦିଆଯାଇପାରେ । ଆପଣଙ୍କ ଆଖପାଖର ସରକାରୀ ଡାକ୍ତରଖାନାକୁ ଯାଇ ଆପଣ ପରୀକ୍ଷା କରାଇ ପାରିବେ ’।