ଭୋପାଳ: ମଧ୍ୟପ୍ରଦେଶରେ ବନ୍ୟା ସ୍ଥିତି ସଙ୍ଗୀନ ରହିଛି । ରାଜ୍ୟର ବନ୍ୟା ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ । ଅଧିକ ପ୍ରଭାବିତ ହୋଇଥିବା ହୋଶଙ୍ଗାବାଦ ଜିଲ୍ଲାର ବାବାଇରେ ପହଞ୍ଚି ଥିଲେ । ସେନା ଡଙ୍ଗାରେ ବସି ବନ୍ୟା ପରିସ୍ଥିତି ଦେଖିଥିଲେ। ଏହି ସମୟ ମଧ୍ୟରେ ସେ ବନ୍ୟା ପୀଡିତଙ୍କୁ ଭେଟିବାକୁ ଯାଇ ଗ୍ରାମବାସୀଙ୍କୁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ କହିଥିଲେ ।
ଏହାସହ ଶିବରାଜ ସିଂ ଚୌହାନ ସେହୋର ଜିଲ୍ଲାକୁ ମଧ୍ୟ ଗସ୍ତ କରି ବନ୍ୟା ସ୍ଥିତି ସମୀକ୍ଷା କରିଥିଲେ । ନର୍ମଦା ନଦୀରେ ବନ୍ୟା ଆସିବା ଯୋଗୁଁ 400ରୁ ଅଧିକ ଗାଁ ପ୍ରଭାବିତ ହୋଇଛି ।
@ ANI