ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସହ ବିଜେଡି ସାଂସଦ ପିନାକି ମିଶ୍ର ମଧ୍ୟ ଜେଟଲୀଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।
ପୂର୍ବରୁ ଜେଟଲୀଙ୍କ ବିୟୋଗରେ ନବୀନ ଟ୍ବିଟ କରି ଶୋକ ପ୍ରକାଶ କରିଥିଲେ । ଅରୁଣ ଜଣେ ବିଚକ୍ଷଣ ଆଇନଜୀବୀ, ସାଂସଦ ଏବଂ ଜ୍ଞାନୀ ବ୍ୟକ୍ତି ଥିଲେ । ଦେଶର ଶାସନ ବ୍ୟବସ୍ଥାକୁ ତାଙ୍କର ଯୋଗଦାନ ସୁଦୂରବିସ୍ତାରୀ । ପାର୍ଲାମେଣ୍ଟରେ ତାଙ୍କ ପ୍ରଦର୍ଶନ ଚମତ୍କାର ଥିଲା ବୋଲି ସେ କହିଥିଲେ । ତାଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ନବୀନ ।