ETV Bharat / bharat

ଘରେ ବସି ପାଇବେ ମା' ଚିନ୍ତପୂର୍ଣ୍ଣି ଦେବୀଙ୍କ ପ୍ରସାଦ, ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ

author img

By

Published : Jul 27, 2020, 10:43 AM IST

Updated : Jul 27, 2020, 11:06 AM IST

ହିମାଚଳପ୍ରଦେଶର ମା' ଚିନ୍ତପୂର୍ଣ୍ଣି ମନ୍ଦିରର ପ୍ରସାଦ ଭାରତୀୟ ଡାକ ସେବା ମାଧ୍ୟମରେ ଘରେ ବସି ପାଇପାରିବେ ଶ୍ରଦ୍ଧାଳୁ । ମା'ଙ୍କ ପ୍ରସାଦର ମୂଲ୍ୟ 201,601 ଓ 1101 ରହିଛି ।

ମା' ଚିନ୍ତପୂର୍ଣ୍ଣି ଦେବୀଙ୍କ ପ୍ରସାଦର ହେବ ହୋମ ଡେଲିଭରୀ, ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ

ସିମଲା: ହିମାଚଳପ୍ରଦେଶର ଊନା ଜିଲ୍ଲାରେ ଅବସ୍ଥିତ ମା' ଚିନ୍ତପୂର୍ଣ୍ଣି ଦେବୀଙ୍କ ମନ୍ଦିର 51 ଶକ୍ତିପୀଠ ମଧ୍ୟରେ ଅନ୍ୟତମ । ମାନ୍ୟତା ରହିଛି ଏଠାରେ ମା' ସତୀଙ୍କ ଚରଣ ପଡିଥିଲା । ତେବେ କୋରୋନା କଟକଣା ଯୋଗୁଁ ମନ୍ଦିରରେ ଭକ୍ତଙ୍କ ପ୍ରବେଶରେ ପ୍ରତିବନ୍ଧକ ଲାଗିଛି । କିନ୍ତୁ ଏବେ ଶ୍ରଦ୍ଧାଳୁମାନେ ଏହି ପବିତ୍ର ପୀଠର ପ୍ରସାଦ ଅନଲାଇନ ମାଧ୍ୟମରେ ଘରେ ବସି ପାଇ ପାରିବେ । ହିମାଚଳପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମନ୍ଦିରର ପ୍ରଶାସନିକ ଅଧିକାରୀଙ୍କ ସହ ଭିସି ମାଧ୍ୟମରେ ଆଜି ସକାଳ10ଟାରେ ଶୁଭାରମ୍ଭ କରିବେ ।

ତେବେ ଏହି ପ୍ରସାଦ ଭାରତୀୟ ଡାକ ସେବା ମାଧ୍ୟମରେ ପାଇ ପାରିବେ ଭକ୍ତ । ମା'ଙ୍କ ପ୍ରସାଦର ମୂଲ୍ୟ ଯଥାକ୍ରମେ 201, 601 ଓ 1101 ରହିଛି ।

ତେବେ ପ୍ରସାଦରେ ଡ୍ରାଏ ଫ୍ରୁଟ, ମା'ଙ୍କ ଓଢଣୀ ଓ ଦେଶୀ ଘିଅରେ ପ୍ରସ୍ତୁତ ମିଠା ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 27, 2020, 11:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.