ETV Bharat / bharat

ମହଙ୍ଗା ଡିଜେଲରୁ ମିଳିବ ଆଶ୍ବସ୍ତି, କମିଲା ଭାଟ୍‌

author img

By

Published : Jul 30, 2020, 12:51 PM IST

ଡିଜେଲର ମୂଲ୍ୟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀରେ ଡିଜେଲ ଉପରେ କେବଳ 16 ପ୍ରତିଶତ ଭାଟ୍ ଲାଗୁ ହେବ। ତେବେ କେଜ୍ରିୱାଲ ସରକାରଙ୍କ ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ଦିଲ୍ଲୀରେ ଡିଜେଲର ମୂଲ୍ୟ 8.36 ଟଙ୍କା ହ୍ରାସ ପାଇବ।

ଦିଲ୍ଲୀ ସରକାର
ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର ବଡ଼ ଘୋଷଣା କରିଛନ୍ତି। ରାଜଧାନୀରେ କୋରୋନା ସଙ୍କଟ ମଧ୍ୟରେ କେଜ୍ରିୱାଲ ସରକାର ସାଧାରଣ ଲୋକଙ୍କୁ ଆଶ୍ବସ୍ତି ଦେଇଛନ୍ତି । ଡିଜେଲର ମୂଲ୍ୟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀରେ ଡିଜେଲ ଉପରେ କେବଳ 16 ପ୍ରତିଶତ ଭାଟ୍ ଲାଗୁ ହେବ। ତେବେ କେଜ୍ରିୱାଲ ସରକାରଙ୍କ ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ଦିଲ୍ଲୀରେ ଡିଜେଲର ମୂଲ୍ୟ 8.36 ଟଙ୍କା ହ୍ରାସ ପାଇବ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏନେଇ କହିଛନ୍ତି, ଦିଲ୍ଲୀରେ ଏବେ ଡିଜେଲ ଲିଟର ପିଛା 82 ଟଙ୍କାରେ ବିକ୍ରି ହେଉଛି । ବର୍ତ୍ତମାନ ଏହାର ଭାଟ 30 ପ୍ରତିଶତରୁ ହ୍ରାସ କରି 16 ପ୍ରତିଶତ କରାଯାଇଛି। ଏହା ସହିତ ଡିଜେଲର ମୂଲ୍ୟ ବର୍ତ୍ତମାନ 8 ଟଙ୍କା ହ୍ରାସ ପାଇବ । ଡିଜେଲ ବର୍ତ୍ତମାନ 73.64 ଟଙ୍କାରେ ମିଳିବ ବୋଲି ସେ କହିଛନ୍ତି ।

ରାଜ୍ୟର ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ କ୍ୟାବିନେଟ ଏହି ନିଷ୍ପତ୍ତି ନେଇଛି ବୋଲି କେଜ୍ରିୱାଲ କହିଛନ୍ତି । ଦିଲ୍ଲୀରେ ବର୍ତ୍ତମାନ ଲୋକମାନେ ନିଜ କାମକୁ ଫେରୁଛନ୍ତି । ପରିବେଶରେ ଉନ୍ନତି ଆସୁଛି ଏବଂ କୋରୋନା ମାମଲା ମଧ୍ୟ ହ୍ରାସ ପାଉଛି ବୋଲି ସେ କହିଛନ୍ତି ।

କୋରୋନା ସଙ୍କଟ ଏବଂ ଲକଡାଉନ୍ ମଧ୍ୟରେ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇଥିଲା। ଏହି ସମୟରେ ଦିଲ୍ଲୀରେ ଡିଜେଲ ଦର ପ୍ରଥମ ଥର ପାଇଁ 80 ଟଙ୍କା ଅତିକ୍ରମ କରିଥିଲା । ଯାହା ବହୁ ବିବାଦ ସୃଷ୍ଟି କରିଥିଲା। ତେବେ ଦିଲ୍ଲୀରେ ଭାଟ୍ ବହୁତ ଅଧିକ ତେଣୁ ମୂଲ୍ୟ ବଢୁଛି ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ଏହାପରେ ଦିଲ୍ଲୀ ସରକାର ଭାଟ୍‌ କମାଇବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ଦିଲ୍ଲୀର ଲୋକଙ୍କୁ ଆଶ୍ବସ୍ତି ପ୍ରଦାନ କରିପାରିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.