ETV Bharat / bharat

ତେଲେଙ୍ଗାନା ବର୍ଷା ବିତ୍ପାତ, 550 କୋଟି ରିଲିଫ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ - ତେଲେଙ୍ଗାନା ବର୍ଷା ବିତ୍ପାତ

ତେଲେଙ୍ଗାନା ବନ୍ୟାରେ ଯେଉଁମାନଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ସେମାନଙ୍କୁ 1 ଲକ୍ଷ ଟଙ୍କା ଓ ଯେଉଁମାନଙ୍କ ଘରକୁ ଆଂଶିକ କ୍ଷତି ପହଞ୍ଚିଛି, ସେମାନଙ୍କୁ 50 ହଜାର ସହାୟତା ଅର୍ଥ ଯୋଗାଇଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କେସିଆର । ଅଧିକ ପଢନ୍ତୁ...

ତେଲେଙ୍ଗାନା ବର୍ଷା ବିତ୍ପାତ, 550 କୋଟି ରିଲିଫ ଅର୍ଥ ଘୋଷଣା କଲେ ମୁଖ୍ୟମନ୍ତ୍ରୀ KCR

author img

By

Published : Oct 19, 2020, 7:36 PM IST

ହାଇଦ୍ରାବାଦ: ତେଲେଙ୍ଗାନାରେ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଚାରି ଦିନ ତଳେ ହୋଇଥିବା କ୍ଷୟକ୍ଷତିର ଚିହ୍ନ ଏବେସୁଦ୍ଧା ଲିଭିନଥିବା ବେଳେ ଶନିବାର ପୁଣି ହୋଇଥିଲା ବାଦଲ ଫଟା ବର୍ଷା । ଏହା ଯୋଗୁଁ ଅନେକ ସ୍ଥାନ ପୁଣି ଜଳ ଘେରରେ ରହିଥିବା ଦେଖିବାକୁ ମିଳିଛି । ବର୍ଷା ଓ ବନ୍ୟା ପୀଡିତଙ୍କ ପାଇଁ 550 କୋଟିର ଉଦ୍ଧାର ସହୟତା ଅର୍ଥ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କେସିଆର ।

ତେଲେଙ୍ଗାନା ବନ୍ୟାରେ ଯେଉଁମାନଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ସେମାନଙ୍କୁ 1 ଲକ୍ଷ ଟଙ୍କା ଓ ଯେଉଁମାନଙ୍କ ଘରକୁ ଆଂଶିକ କ୍ଷତି ପହଞ୍ଚିଛି, ସେମାନଙ୍କୁ 50 ହଜାର ସହାୟତା ଅର୍ଥ ଯୋଗାଇଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ତଳିଆ ଅଞ୍ଚଳର ପ୍ରତ୍ୟେକ ବନ୍ୟା ପୀଡିତଙ୍କ 10 ଟଙ୍କା ସହାୟତା ଅର୍ଥ ପାଇବେ ବୋଲି କୁହାଯାଇଛି ।

ଗତ 100 ବର୍ଷ ମଧ୍ୟରେ ତେଲେଙ୍ଗାନାରେ ଏପରି ବର୍ଷା ବିତ୍ପାତ ଦେଖିବାକୁ ମିଳିନଥିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ କେସିଆର । ଏହାପୂର୍ବରୁ ତେବେ ବନ୍ୟା ଯୋଗୁଁ ତେଲେଙ୍ଗାନା ଓ ରାଜଧାନୀ ହାଇଦ୍ରାବାଦରେ ପାଖାପାଖି 5 ହଜାର କୋଟି ଟଙ୍କାର ଧନ ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ବିଟ କରି କ୍ଷୟକ୍ଷତିର ସୂଚନା ଦେଇଥିଲେ । ଏହାସହ ରାଜ୍ୟକୁ 1350 କୋଟିର ଆର୍ଥିକ ସହାୟତା ଯୋଗାଇ ଦେବାକୁ ମୋଦିଙ୍କୁ ଅନୁରୋଧ କରିଥିଲେ ସେ ।

ମହାମାରୀ ସଙ୍କଟ ମଧ୍ୟରେ ପ୍ରବଳ ବର୍ଷା ଓ ବନ୍ୟା ତେଲେଙ୍ଗାନା ଉପରେ ସାଜିଛି ବଜ୍ର ଚଡକ । ବର୍ତ୍ତମାନ ସୁଦ୍ଧା ବର୍ଷା ବିତ୍ପାତ ଯୋଗୁଁ ରାଜ୍ୟରେ 50 ଜଣଙ୍କ ମୃତ୍ୟୁ ହୋଇସାରିଛି । ସେପଟେ ମୁସି ନଦୀ ଉଛୁଳିଥିବାରୁ ଆଖପାଖ ଲୋକେ ଆତଙ୍କିତ ହୋଇପଡିଛନ୍ତି ।

ସବୁବେଳେ ଶୁଷ୍କ ଦିଶୁଥିବା ସହର ପ୍ରବଳ ବର୍ଷା ଯୋଗୁଁ ହୋଇଥିଲା ଜଳମଗ୍ନ । ଗଳିକନ୍ଦିରୁ ସହରର ପ୍ରମୁଖ ରାସ୍ତା ସବୁକିଛି ଜଳତାଣ୍ଡବରେ ହୋଇଥିଲା ଉବୁଟୁବୁ । କେଇ ଘଣ୍ଟା ବର୍ଷାରେ ଭାସିଯାଇଥିଲେ ମଣିଷ, ଭାସିଗଲା ଗାଡିମୋଟର । ବିଦ୍ୟୁତ ସେବା ବିଚ୍ଛିନ୍ନ ଯୋଗୁଁ ମୋତି ଭଳି ଚମକୁଥିବା ନୱାଜ ସହର ପ୍ରାୟ 12 ଘଣ୍ଟା ଅନ୍ଧକାର ହୋଇଯାଇଥିଲା । ସହରର ବିଭିନ୍ନ ସ୍ଥାନରେ 190 ମିଲିମିଟର ପର୍ଯ୍ୟନ୍ତ ହୋଇଥିଲା ବାଦଲଫଟା ବର୍ଷା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.