ବେଙ୍ଗାଲୁରୁ: ଆରମ୍ଭ ହେଲା କର୍ଣ୍ଣାଟକ ବିଧାନସଭାର ଅନାସ୍ଥା ପ୍ରସ୍ତାବ । ମୁଖ୍ୟମନ୍ତ୍ରୀ ଏଚଡି କୁମାର ସ୍ବାମୀ ନିଜ ଅଭିଭାଷଣ ଆରମ୍ଭ କରି କହିଛନ୍ତି ଯେଉଁଠି ବାଚସ୍ପତିଙ୍କ ଭୂମିକା ଉପରେ କିଛି ବିଧାୟକ ପ୍ରଶ୍ନ ଉଠାଇଛନ୍ତି ସେଠି ମୁଁ କିଏ । ଏବେ ପ୍ରଶ୍ନ ଉଠୁଛି କି ମୁଁ ମେଣ୍ଟ ସରକାରକୁ ଚଳାଇ ପାରିବି କି ନାହିଁ ।
ଗତକିଛିଦିନ ମଧ୍ୟରେ ଆମ ସରକାରକୁ ଅସ୍ଥିର କରିବା ପାଇଁ ଅନେକ ଶକ୍ତି କାମ କରୁଛି ବୋଲି କହିବା ସହ ନିଜ ସରକାର ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ଘଟଣାକୁ ଗୃହରେ ଉପସ୍ଥାପନା କରୁଛନ୍ତି ।
ବର୍ତ୍ତମାନ ଗୃହରେ ଜୋରଦାର ବିର୍ତକ ଚାଲିଥିବାବେଳେ ବହୁଜନ ସମାଜ ବାଦୀ ପାର୍ଟି ବିଧାୟକ ଏନ ମହେଶ ବର୍ତ୍ତମାନ ପର୍ଯ୍ୟନ୍ତ ବିଧାନସଭାକୁ ଆସି ନାହାଁନ୍ତି ଯାହା ମେଣ୍ଟ ସରକାରର ଚିନ୍ତା ବଢାଇଦେଇଛି ।