ETV Bharat / bharat

ସଙ୍ଗରୋଧରେ ୟେଦୁରପ୍ପା, କୋଭିଡ୍ ସ୍ଥିତି ପାଇଁ ନିଯୁକ୍ତ କଲେ 7 ମନ୍ତ୍ରୀ 8 IAS - corona news

କୋଭିଡ୍ ମାମଲା ସଙ୍ଗୀନ ହେଉଥିବା ବେଳେ ଚିନ୍ତାରେ କର୍ଣ୍ଣାଟକ ସରକାର। ବେଙ୍ଗାଲୁରୁର 8 ଟି ବିଭାଗରେ କୋଭିଡ୍ ନିୟନ୍ତ୍ରଣ ସ୍ଥିତିର ତଦାରଖ କରିବା ପାଇଁ 7 ଜଣ ମନ୍ତ୍ରୀ ଓ 8 ଜଣ ଆଇଏଏସ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି ୟେଦୁରପ୍ପା।

ସଙ୍ଗରୋଧରେ ୟେଦୁରପ୍ପା, କୋଭିଡ୍ ସ୍ଥିତି ପାଇଁ ନିଯୁକ୍ତ କଲେ 7 ମନ୍ତ୍ରୀ 8 IAS

author img

By

Published : Jul 11, 2020, 10:39 AM IST

ବେଙ୍ଗାଲୁର: କୋଭିଡ୍ ମାମଲା ସଙ୍ଗୀନ ହେଉଥିବା ବେଳେ ଚିନ୍ତାରେ କର୍ଣ୍ଣାଟକ ସରକାର। ବେଙ୍ଗାଲୁରୁର 8 ଟି ବିଭାଗରେ କୋଭିଡ୍ ନିୟନ୍ତ୍ରଣ ପଦ୍ଧତିର ତଦାରଖ କରିବା ପାଇଁ 7 ଜଣ ମନ୍ତ୍ରୀ ଓ 8 ଜଣ ଆଇଏଏସ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି ୟେଦୁରପ୍ପା। ଏହାସହ ଘରେ କାର୍ଯ୍ୟରତ ଜଣେ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ନିଜେ ଏବେ ସଙ୍ଗରୋଧରେ ରହିଛନ୍ତି।

''ମୋ ଘରେ କାର୍ଯ୍ୟରତ ଜଣେ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମୁଁ କିଛି ଦିନ ପାଇଁ ଘରୁ କାମ କରିବାକୁ ନିଷ୍ପତ୍ତି ନେଇଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଁ ଆବଶ୍ୟକ ପରାମର୍ଶ ଦେବି । ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, ମୁଁ ସୁସ୍ଥ ଅଛି ବୋଲି ଶୁକ୍ରବାର ସିଏମ୍ ୟେଦୁରପ୍ପା ଟୁଇଟ୍ କରି କହିଛନ୍ତି।''

ତେବେ କୋଭିଡ୍ ସ୍ଥିତି ଉପରେ ନଜର ରଖିବା ପାଇଁ ନିଯୁକ୍ତ ହୋଇଥିବା ମନ୍ତ୍ରୀ ମାନେ ହେଲେ ଆର ଅଶୋକ, ଭି ସୋମନା, ବୀରଥୀ ବାସଭାରାଜୁ, ଡ ସି ଏନ ଅଶ୍ୱତନାରାୟଣ, କେ ଗୋପାଳୟା, ଏସ୍ ଟି ସୋମାଶେଖର ଏବଂ ଏସ୍ ସୁରେଶ କୁମାରଙ୍କୁ 7ଟି ଜୋନର ଦାୟିତ୍ବ ଦିଆଯାଇଛି।

ଶୁକ୍ରବାର ସୁଦ୍ଧା ବେଙ୍ଗାଲୁରୁରେ 11,687 ସକ୍ରିୟ ମାମଲା ରହିଥିଲାବେଳେ ଗତ କିଛି ଦିନ ଧରି ପ୍ରତିଦିନ 2,000 ରୁ ଅଧିକ ନୂଆ ମାମଲା ବାହାରୁଛି। ବର୍ତ୍ତମାନ ସମୟରେ ଚିନ୍ତାଜନକ ବିଷୟ ହେଉଛି ଯେ ବେଙ୍ଗାଲୁରୁରେ ମଧ୍ୟମରୁ ଗୁରୁତର କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ନିର୍ମିତ 1,377 ସରକାରୀ ଡାକ୍ତରଖାନା ଶଯ୍ୟା ସବୁ ପୂର୍ଣ୍ଣ ହୋଇସାରିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.