ବେଙ୍ଗାଲୁରୁ: କୋରୋନା ମୁକ୍ତ ହେଲେ କର୍ଣ୍ଣାଟକ ସିଏମ ବି.ଏସ ୟେଦ୍ୟୁରପ୍ପା । ଆସନ୍ତାକାଲି(ମଙ୍ଗଳବାର) ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ । କୋରୋନା ପଜିଟିଭ ପରେ ତାଙ୍କୁ ସହରର ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଗତ 8 ଦିନ ଧରି ତାଙ୍କୁ ନିରନ୍ତର ଚିକିତ୍ସା ପରେ ସେ ସୁସ୍ଥ ହୋଇଛନ୍ତି । ଏନେଇ ଆଜି (ସୋମବାର) ତାଙ୍କର ପୁନର୍ବାର କୋଭିଡ ପରୀକ୍ଷା କରାଯାଇଥିଲା, ଯେଉଁଥିରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି ।
ପ୍ରଥମେ ସିଏମଙ୍କ ନିକଟରେ ଏହାର ଲକ୍ଷଣ ଦେଖାଯିବା ପରେ ସେ ମେଡିକାଲରେ ଆଡମିଟ ହୋଇଥିଲେ, ପରେ ଟେଷ୍ଟ ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଆଉ ଚିକିତ୍ସାପରେ ସେ ଏବେ ସୁସ୍ଥ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ