ରାୟପୁର: ଶନିବାର ଦିନ ସୁକମା ଜିଲ୍ଲାରେ ବଡ ଧରଣର ନକ୍ସଲ ଆକ୍ରମଣ । ଏହି ଆକ୍ରମଣରେ 7 ଜଣ ଯବାନ ଶହୀଦ ହୋଇଛନ୍ତି । ଏଥିସହ 14ଜଣ ଆହତ ଓ 17 ଜଣ ନିଖୋଜ ଅଛନ୍ତି । ତେବେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଆହାତ ଯବାନଙ୍କ ସୁସ୍ଥ ସ୍ବାସ୍ଥ ପାଇଁ କାମନା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି ଯେ, ଯବାନମାନେ ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରୁଛି। ଆମର 2 ଯବାନ ଗମ୍ଭୀର ରୂପେ ଗୁରୁତର ଅଛନ୍ତି । ଏହା 5ଘଣ୍ଟାର ଲମ୍ବା ଅପରେସନ ଥିଲା । ଏଥିରେ ଅନେକ ନକ୍ସଲ ନେତା ନିହତ ହୋଇଛନ୍ତି ।
ସୂଚନାଥାଉକି, 14 ଆହତ ଯବାନଙ୍କୁ ହୋଇଥିବା ଯବାନଙ୍କୁ ଏୟରଲିଫ୍ଟ କରାଯାଇ ରାୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।