ETV Bharat / bharat

ସ୍ବାସ୍ଥ୍ୟକର୍ମୀଙ୍କୁ ସାହାଯ୍ୟ କରିବ ରୋବର୍ଟ, ରୋଗୀଙ୍କ ନେବ ଯତ୍ନ

ରାଜସ୍ଥାନ ସ୍ଥିତ ଏକ କ୍ଲବ ଫାଷ୍ଟ କମ୍ପାନୀ କୋଭିଡ-19 ମହାମାରୀ ମଧ୍ୟରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ସାହାଯ୍ୟ କରିବା ପାଇଁ ରୋବଟ୍ ବିକଶିତ କରିଛି । ଅଧିକ ପଢନ୍ତୁ....

କ୍ଲବ ଫାଷ୍ଟ ପକ୍ଷରୁ ରୋବର୍ଡ ବିକଶିତ, ଥର୍ମାଲ ସ୍କ୍ରିନିଂ ସହ ରୋଗୀଙ୍କ ରଖିବ ଧ୍ୟାନ

author img

By

Published : May 16, 2020, 10:43 AM IST

ଜୟପୁର: କୋରୋନା ସଂକ୍ରମିତ ସଂଖ୍ୟାରେ ଚୀନକୁ ଟପିଛି ଭାରତ । ପ୍ରତ୍ୟେକ ଦିନ ହୁହୁ ହୋଇ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଆଉ ଏଥିରେ ସାଧାରଣ ଲୋକଙ୍କ ସହ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନେ ମଧ୍ୟ ବହୁ ସଂଖ୍ୟାରେ ସଂକ୍ରମିତ ହେଉଥିବା ଘଟଣା ସାମ୍ନାକୁ ଆସୁଛି । ଆଉ ଏଥିରୁ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ କିଛି ମାତ୍ରାରେ ରକ୍ଷା କରିବାକୁ ବିଭିନ୍ନ ସଂସ୍ଥା, ସଂଗଠନ ଓ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ପ୍ରକାରର ମେସିନ, ରୋବର୍ଟ ଆଦି ଡେଭଲପ କରାଯାଉଛି ।

ସେହିପରି ରାଜସ୍ଥାନ ସ୍ଥିତ ଏକ କ୍ଲବ ଫାଷ୍ଟ କମ୍ପାନୀ କୋଭିଡ-19 ମହାମାରୀ ମଧ୍ୟରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ସାହାଯ୍ୟ କରିବା ପାଇଁ ରୋବଟ୍ ବିକଶିତ କରିଛି । କମ୍ପାନୀର ଏମଡି କହିଛନ୍ତି ଯେ, ଆମେ ବିକଶିତ କରିଥିବା ରୋବଟ ଥର୍ମାଲ ସ୍କ୍ରିନିଂ କରିପାରିବ । ଜଣେ ବ୍ୟକ୍ତି ମାସ୍କ ପିନ୍ଧିଛନ୍ତି କି ନାହିଁ ତାହା ମଧ୍ୟ ଜାଣିପାରିବ। ଏହାସହ ମେଡିସିନ ଓ ସନିଟାଇଜର ହାତରେ ଧରି ରୋଗୀଙ୍କ ନିକଟରେ ପହଞ୍ଚିବ ରୋବୋର୍ଟ । ଯାହାଦ୍ବାରା କିଛି ମାତ୍ରାରେ ଆଶ୍ବସ୍ତି ପାଇବେ ସ୍ବାସ୍ଥ୍ୟକର୍ମୀ।

ଆମର ଉତ୍ପାଦ ଭାରତରେ ନିର୍ମିତ 95 ପ୍ରତିଶତ ଅଟେ । ଏହା ହେଉଛି ବିଶ୍ବର ପ୍ରଥମ ରୋବଟ ଯାହା ସ୍ପାଇନ ଡେକନୋଲୋଜି ଉପରେ ଆଧାରିତ, ଯାହା ରୋବଟକୁ ନିୟନ୍ତ୍ରଣ ଓ ସନ୍ତୁଳନ କରିବାରେ ସାହାଯ୍ୟ କରେ । ରୋବଟ୍ କୌଣସି ରେଖା କିମ୍ବା ଚୁମ୍ବକୀୟ ପଥ ଅନୁସରଣ କରେ ନାହି । ଏହା ସ୍ବୟଂ ନେଭିଗେଟ୍ କରୁଥିବା କହିଛନ୍ତି କ୍ଲବ ଫାଷ୍ଟ ରାଜସ୍ଥାନର ପରିଚାଳନା ନିର୍ଦ୍ଦେଶକ ଭୁବନେଶ ମିଶ୍ର ।

ତେବେ ବର୍ତ୍ତମାନ ସୁଦ୍ଧା ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 85 ହଜାର ପାର ହୋଇଥିବାବେଳେ, ମୃତ୍ୟୁ ସଂଖ୍ୟା 2 ହଜାର 753କୁ ଛୁଇଁଛି । ସେହିପରି 30 ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ମୋଟ 52 ହଜାର 768ଟି ସକ୍ରିୟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.