ETV Bharat / bharat

ବାଦଲ ଫଟା ବର୍ଷା, ଉତ୍ତରାଖଣ୍ଡରେ ବନ୍ୟାବିତ୍ପାତ

ଶନିବାର ବିଳମ୍ବିତ ରାତିରେ ବାଦଲ ଫଟା ବର୍ଷା କାରଣରୁ ଉତ୍ତରାଖଣ୍ଡର ଚମୋଲି ଓ ଏହାର ଆଖପାଖ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଏକାଧିକ ଘର ପ୍ରବଳ ବର୍ଷା କାରଣରୁ ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଥିବାବେଳେ ଅନେକ ବାସହୀନ ହୋଇ ପଡ଼ିଛନ୍ତି । ସେପଟେ ଏହି ବର୍ଷାରେ କୌଣସି ପ୍ରକାର ମୃତାହତଙ୍କ ସୂଚନା ମିଳିପାରିନାହିଁ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Sep 9, 2019, 2:02 PM IST

ଡେରାଡୁନ: ବିଗତ କିଛି ଦିନ ଧରି ପ୍ରବଳ ବର୍ଷା କାରଣରୁ ଉତ୍ତରାଖଣ୍ଡରେ ବନ୍ୟା ବିତ୍ପାତ ଦେଖା ଦେଇଛି । ଫଳରେ ଅନେକ ଜନଜୀବନ କ୍ଷୟକ୍ଷତିର ସମ୍ମୁଖିନ ହୋଇଛନ୍ତି । ତେବେ ଗତକାଲି ରାତିରେ ଚମୋଲିରେ ହୋଇଥିବା ବାଦଲ ଫଟା ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ଚମୋଲିରେ ଥିବା ନଦୀନାଳରେ ବନ୍ୟା ସୃଷ୍ଟି ହୋଇଛି । ଏହି ବନ୍ୟାରେ 5 ରୁ 6ଟି ଘର ଭାସି ଯାଇ ମୋକ୍ଷ ନଦୀରେ ମିଶିଯାଇଛି । ସେହିପରି ଏହି ବର୍ଷାରେ 4ଟି କୋଠାଘର ବ୍ୟାପକ ଭାବେ କ୍ଷତି ପହଞ୍ଚିଛି । ଧୁର୍ମା ଗ୍ରାମର ଅନେକ ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ ଅନେକ ପରିବାର ବାସହୀନ ହୋଇପଡ଼ିଛନ୍ତି ।

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ସେପଟେ ଏହି ବାଦଲ ଫଟା ବର୍ଷା କାରଣରୁ ଅନେକ ସ୍ଥାନରେ ପାହାଡ଼ ଧସିଥିବା ନେଇ ସୂଚନା ମିଳିଛି । ମଲବାରୁ ଧୁର୍ମାକୁ ଯୋଗାଯୋଗ କରୁଥିବା ରାସ୍ତାରେ ଅନେକ ସ୍ଥାନରେ ପାହାଡ଼ ଧସିବାରୁ ଯାତାୟତ ଏକ ପ୍ରକାର ଠପ ହୋଇ ପଡ଼ିଛି । ଏହା ସହିତ ଅନେକ ସ୍ଥାନରେ ରାସ୍ତାରେ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ଯାତାୟତକୁ ସ୍ବାଭାବିକ କରିବାକୁ ଜେସିବି ଦ୍ବାରା ସରକାର ଓ ପ୍ରଶାସନ ରାସ୍ତା ସଫେଇ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ।

ଏହି ବାଦଲ ଫଟା ବର୍ଷା କାରଣରୁ ଚମୋଲି ସହିତ ଦେଓ୍ବାଲ ଘାଟ, ଗୋବିନ୍ଦ ଘାଟ, ବାଣ ଗ୍ରାମ ପ୍ରମୁଖ ଅଞ୍ଚଳରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ସେପଟେ ଏହି ବର୍ଷାରେ କୌଣସି ପ୍ରକାର ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିପାରିନାହିଁ ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.