ETV Bharat / bharat

ତିନି ମାସ ପରେ ଖୋଲିବ ବେଟ୍‌ଲା ଜାତୀୟ ଉଦ୍ୟାନ - ବେଟ୍‌ଲା ଜାତୀୟ ଉଦ୍ୟାନ

ଆସନ୍ତାକାଲି ଠାରୁ ଖୋଲିବାକୁ ଯାଉଛି ଝାଡ଼ଖଣ୍ଡର ଲାତେହାର ବେଟ୍‌ଲା ଜାତୀୟ ଉଦ୍ୟାନ । ଯାହାକୁ ନେଇ ପର୍ଯ୍ୟଟକଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଦୀର୍ଘ 3 ମାସ ଧରି ଏଠାକାର ବ୍ୟବସାୟୀଙ୍କ ବ୍ୟବସାୟ ଏକ ପ୍ରକାର ଠପ ହୋଇ ଯାଇଥିଲା । ଗତ ଜୁଲାଇ ପହିଲାରୁ ଏହି ପାର୍କ ବନ୍ଦ ରହିଥିଲା ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Sep 30, 2019, 10:25 AM IST

ରାଞ୍ଚି: ପ୍ରାୟ 3 ମାସ ଧରି ବନ୍ଦ ଥିବା ଝାଡ଼ଖଣ୍ଡର ବେଟ୍‌ଲା ଜାତୀୟ ଉଦ୍ୟାନ ଖୋଲିବାକୁ ଯାଉଛି । ଏନେଇ ପର୍ଯ୍ୟଟକ ଖୁସି ଜାହିର କରିଛନ୍ତି । ଏହା ସହିତ ସ୍ଥାନୀୟ ଅଞ୍ଚଳରେ ବେଶ ଖୁସିର ମାହୋଲ ମଧ୍ୟ ଦେଖିବାକୁ ମିଳିଛି । ଗତ ଜୁଲାଇ ପହିଲାରୁ ଏହି ପାର୍କକୁ ବନ୍ଦ କରି ଦିଆଯାଇଥିଲା ।

ସେପଟେ ଚଳିତ ବର୍ଷ ଅକ୍ଟୋବର 1 ତାରିଖରୁ ଏହି ପାର୍କ ଖୋଲିବାକୁ ଯାଉଛି । ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟୀ ମଧ୍ୟ ଏନେଇ ଖୁସି ଜାହିର କରିଛନ୍ତି । ପର୍ଯ୍ୟଟକଙ୍କ ଆଗମନ ପାଇଁ ଛୋଟ ତଥା ହୋଟେଲ ବ୍ୟବସାୟୀ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି । ଏପରିକି କିଛି ହୋଟେଲ ବିଦେଶୀ ପର୍ଯ୍ୟଟକଙ୍କ ଠାରୁ ଆଡଭାନ୍ସ ବୁକିଂ ମଧ୍ୟ କରିସାରିଲେଣି । ଅନୂରୁପ ଭାବେ ପର୍ଯ୍ୟଟକ ମଧ୍ୟ ପାର୍କ ଖୋଲିବାକୁ ନେଇ ଅପେକ୍ଷା କରି ରହିଛନ୍ତି ।

ପାର୍କ ଖୋଲିବାକୁ ନେଇ ଛୋଟ ବ୍ୟବସାୟୀ, ଗାଡ଼ି ବ୍ୟବସାୟୀ ମଧ୍ୟ ବେଶ ଖୁସି ପ୍ରକାଶ କରିଛନ୍ତି । ପାର୍କ ବନ୍ଦ ହେବା ପରଠାରୁ ଏମାନଙ୍କର ରୋଜଗାର ଏକ ପ୍ରକାର ଠପ ହୋଇ ଯାଇଥିଲା । ପାର୍କ ଖୋଲିବା ସହିତ ଏମାନଙ୍କ ବ୍ୟବସାୟ ପୁନର୍ବାର ଆରମ୍ଭ କରିବାକୁ ପ୍ରସ୍ତୁତି କରିସାରିଲେଣି ।

Intro:Body:

PRABHU

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.