ETV Bharat / bharat

ଆସନ୍ତା ବର୍ଷ ଦଶମ ବୋର୍ଡ ପରୀକ୍ଷା ନକରିବାକୁ କପିଲ ସିବଲଙ୍କ ଅପିଲ

author img

By

Published : Jun 28, 2020, 4:33 PM IST

କୋରୋନା ମହାମାରୀ ହେତୁ ଚଳିତ ଶିକ୍ଷାବର୍ଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏଣୁ ଆସନ୍ତା ବର୍ଷ ଦଶମ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବା ଉଚିତ ନୁହେଁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଶିକ୍ଷା ଓ ମାନବ ସମ୍ବଳ ବିକାଶ ମନ୍ତ୍ରୀ କପିଲ ସିବଲ । ଅଧିକ ପଢନ୍ତୁ...

ଆସନ୍ତା ବର୍ଷ ଦଶମ ବୋର୍ଡ ପରୀକ୍ଷା ନକରାଇବାକୁ କପିଲ ସିବଲଙ୍କ ଅପିଲ

ନୂଆଦିଲ୍ଲୀ: ଦିନକୁ ଦିନ ବଢିଚାଲିଛି ମହାମାରୀ କୋରୋନାର ପ୍ରକୋପ । ଏହାର ପ୍ରଭାବରେ ଅଧିକ ପ୍ରଭାବିତ ହୋଇଛନ୍ତି ଛାତ୍ରଛାତ୍ରୀ । ସ୍କୁଲ ଓ କଲେଜ କେବେ ଖୋଲିବ ଏନେଇ ଲାଗି ରହିଛି ଅନିଶ୍ଚିତତା । ଏପରିସ୍ଥିତିରେ ଆଗାମୀ ବର୍ଷ ମଧ୍ୟ ଦଶମ ବୋର୍ଡ ପରୀକ୍ଷା ନକରାଇବାକୁ ଅପିଲ କରିଛନ୍ତି ପୂର୍ବତନ ଶିକ୍ଷା ଓ ମାନବ ସମ୍ବଳ ବିକାଶ ମନ୍ତ୍ରୀ କପିଲ ସିବଲ ।

ପୂର୍ବତନ ଶିକ୍ଷା ଓ ମାନବ ସମ୍ବଳ ମନ୍ତ୍ରୀ କପିଲ ସିବଲ କହିଛନ୍ତି, କୋରୋନା ମହାମାରୀ ହେତୁ ଚଳିତ ଶିକ୍ଷାବର୍ଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏଣୁ ଆସନ୍ତା ବର୍ଷ ଦଶମ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବା ଉଚିତ ନୁହେଁ । ଏହାସହ ମହାମାରୀର ସଂକ୍ରମଣ ମଧ୍ୟରେ ବିଶ୍ବବିଦ୍ୟାଳୟଗୁଡ଼ିକ ପରୀକ୍ଷା କରିବା ମଧ୍ୟ ଉଚିତ ନୁହେଁ । ଅନ୍ୟପକ୍ଷେ ଅନଲାଇନ ପରୀକ୍ଷା କରିବା ଆଦୌ ଠିକ ନୁହେଁ କାରଣ ଏହା ଗରିବ ଛାତ୍ରମାନଙ୍କ ପ୍ରତି ଭେଦଭାବପୂର୍ଣ୍ଣ ବୋଲି ପୂର୍ବତନ କପିଲ ସିବଲ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

କଂଗ୍ରେସର ବରିଷ୍ଠ ନେତା ଏହା ମଧ୍ୟ କହିଛନ୍ତି ଯେ କୋରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ସ୍କୁଲଗୁଡିକରେ 2020-21 ଶିକ୍ଷାବର୍ଷର ଅଧାରୁ ଅଧିକ ସମୟ ବିନା କ୍ଲାସରେ ବିତି ଯାଇଛି । ଫଳରେ ଆସନ୍ତା ବର୍ଷ ଦଶମ ଶ୍ରେଣୀ ପାଇଁ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବା ଉଚିତ ନୁହେଁ , କାରଣ ଏହା ଛାତ୍ରଛାତ୍ରୀଙ୍କ ଉପରେ ଅନାବଶ୍ୟକ ବୋଝ ହେବ ବୋଲି ସେ କହିଛନ୍ତି ।

@PTI_News

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.