ETV Bharat / bharat

ଭୂମି ପୁଜନକୁ ନେଇ ଗୋଷ୍ଠୀସଂଘର୍ଷ, ଅନେକ ଆହତ - ଆସାମ

ଆସାମର ସୋନୀତପୁର ଜିଲ୍ଲାର ଥେଲାମାରା ଅଞ୍ଚଳରେ ଭୂମି ପୁଜନକୁ ନେଇ ଗୋଷ୍ଠୀସଂଘର୍ଷ । ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ଭୂମି ପୁଜନକୁ ନେଇ ଗୋଷ୍ଠୀସଂଘର୍ଷ
ଭୂମି ପୁଜନକୁ ନେଇ ଗୋଷ୍ଠୀସଂଘର୍ଷ
author img

By

Published : Aug 5, 2020, 8:51 PM IST

ଗୋହାଟୀ: ଭୂମି ପୁଜନକୁ ନେଇ ଆସାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଆସାମର ସୋନୀତପୁର ଜିଲ୍ଲାର ଥେଲାମାରା ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି । ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । କେତେକ ମୋଟରସାଇକେଲ ଏବଂ ଚାରି ଚକିଆ ଗାଡିରେ ନିଆଁ ମଧ୍ୟ ଲଗାଇ ଦିଆଯାଇଛି ।

ଭୂମି ପୁଜନକୁ ନେଇ ଗୋଷ୍ଠୀସଂଘର୍ଷ

ବୁଧବାର ବଜରଙ୍ଗ ଦଳର କେତେକ ସଦସ୍ୟ ଅଯୋଧ୍ୟାରେ ପ୍ରଭୁ ରାମ ମନ୍ଦିରର ମୂଳଦୁଆ ପକାଇବା ସମାରୋହକୁ ସ୍ମରଣ କରିବା ପାଇଁ ଭରା ସିଙ୍ଗାରୀ ଶିବ ମନ୍ଦିର ପର୍ଯ୍ୟନ୍ତ ଏକ ରାଲି ବାହାର କରିଥିଲେ । ଏହି ସମୟରେ ସେମାନେ ଉଚ୍ଚ ସ୍ବରରେ ଗୀତ ବଜାଇଥିଲେ । ତେବେ ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିବା ପୋଲିସ କହିଛି ।

ଘଟଣା ପରେ ଜଣେ ମାଜିଷ୍ଟ୍ରେଟ୍ ଏବଂ ବରିଷ୍ଠ ପୋଲିସ୍ ଅଧିକାରୀ ତୁରନ୍ତ ଏହି ଅଞ୍ଚଳକୁ ଯାଇ ସ୍ଥିତି ନିୟନ୍ତ୍ରଣ କରିଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ମୋଟରସାଇକେଲ୍ ଏବଂ ଚାରି ଚକିଆ ଯାନରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ବଜରଙ୍ଗ ଦଳର ସଦସ୍ୟଙ୍କ ସମେତ ଉଭୟ ଦଳର ଲୋକମାନେ ଆହତ ହୋଇଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଏବଂ ହିଂସାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଏହି ଅଞ୍ଚଳରେ ଅତିରିକ୍ତ ସୁରକ୍ଷା ବାହିନୀ ନିୟୋଜିତ କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.