ETV Bharat / bharat

ବିହାରରେ ମୂର୍ତ୍ତି ବିସର୍ଜନକୁ ନେଇ ତୁମୁଳକାଣ୍ଡ; ଜଣେ ମୃତ, ଅନେକ ଆହତ

author img

By

Published : Oct 27, 2020, 11:01 AM IST

ଆସନ୍ତାକାଲି ବିହାରର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ରାତିରେ ମୂର୍ତ୍ତି ବିସର୍ଜନକୁ ନେଇ ତୁମୁଳକାଣ୍ଡ ଘଟିଛି । ପୋଲିସ ଓ ଜନତାଙ୍କ ମଧ୍ୟରେ ସଂଘର୍ଷ ହୋଇ ଜଣେ ମୃତ ଓ ଅନେକ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ବିହାରରେ ମୂର୍ତ୍ତି ବିସର୍ଜନକୁ ନେଇ ତୁମୁଳକାଣ୍ଡ

ପାଟନା: ବିହାରରେ ମୂର୍ତ୍ତି ବିସର୍ଜନକୁ ନେଇ ତୁମୁଳକାଣ୍ଡ । ମୁଙ୍ଗେର ଜିଲ୍ଲାର କୋତୱାଲି ଥାନା ଅଞ୍ଚଳର ଦିନଦୟାଲ ଚୌକ ନିକଟରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ସେପଟେ ସ୍ଥାନୀୟ ଲୋକଙ୍କ ପଥରବର୍ଷାରେ ଥାନା ଅଧିକାରୀଙ୍କ ସମେତ 3 ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।

ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତାକାଲି ହେବାକୁ ଥିବାବେଳେ ଏହି ଜିଲ୍ଲାର ତିନୋଟି ବିଧାନସଭା ଆସନ ପାଇଁ ମତଦାନ ହେବ । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଶୀଘ୍ର ଶୀଘ୍ର ମେଢ ଭସାଣୀ କରିବାକୁ କହିଥିବାବେଳେ ଏହାକୁ ଲୋକେ ମାନି ନଥିବା ଦେଖିବାକୁ ମିଳିଥିଲା ।

ଯେଉଁଥିପାଇଁ ପ୍ରଶାସନ ପକ୍ଷରୁ ବିସର୍ଜନ ଶୀଘ୍ର ଶେଷ କରିବାକୁ ପୂଜା ସମିତିକୁ କୁହାଯ।ଇଥିଲା । ଏହାପରେ ଦିନଦୟାଲ ଚୌକ ନିକଟରେ ପୋଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ଏହାକୁ ନେଇ ପ୍ରଥମେ କଥାକଟାକଟି ଆରମ୍ଭ ହୋଇଥିଲା । ଧିରେ ଧିରେ ସ୍ଥିତି ଏପରି ହୋଇଥିଲା ଯେ, ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା ।

ତେବେ ଲାଠିଚାର୍ଜ ପରେ ପୋଲିସ ଓ ଲୋକଙ୍କ ମଧ୍ୟରେ ପଥର ବର୍ଷା ଆରମ୍ଭ ହୋଇଯାଇଥିଲା । ଏହାପରେ ଅଚାନକ ଗୁଳି ଫୁଟିଥିଲା । ପାଖାପାଖି 12 ରାଉଣ୍ଡ ଗୁଳି ଚାଲିଥିଲା । ଯେଉଁଥିରେ ଜଣେ 22 ବର୍ଷୀୟ ଯୁବକର ମୃତ୍ୟୁ ହୋଇଛି । ଏହାସହ ପାଖାପାଖି 7 ଜଣ ଆହତ ହୋଇଛନ୍ତି ।

ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଏହି ଗୁଳିକାଣ୍ଡ ପୋଲିସ ପକ୍ଷରୁ କରାଯାଇଥିବା ସାଧାରଣ ଲୋକେ ଅଭିଯୋଗ କରିଛନ୍ତି । ସେପଟେ ଏହି ଘଟଣା ପରେ ସମସ୍ତ ପୂଜା କମିଟି ମେଢ ଗୁଡିକୁ ରାସ୍ତା ଉପରେ ହିଁ ଛାଡି ଦେଇ ଯାଇଥିବା ଦେଖାଯାଇଛି । ପରେ ସମସ୍ତ ମୂର୍ତ୍ତିକୁ ପ୍ରଶାସନ ପକ୍ଷରୁ ବିସର୍ଜନ କରିବାର ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଘଟଣା ପରେ ସ୍ଥାନୀୟ ଲୋକେ ଭୋଟ ବର୍ଜନର ନିଷ୍ପତ୍ତି ନେଇଛନ୍ତି । ଆସନ୍ତାକାଲି ହେବାକୁ ଥିବା ମତଦାନରେ ସେମାନେ ନିଜର ମତ ସାବ୍ୟସ୍ତ କରିବେ ନାହିଁ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.