ETV Bharat / bharat

ଅଯୋଧ୍ୟା ମାମଲା: ୟୁପି ଡିଜିପି ଏବଂ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଲେ ସିଜେଆଇ

ଚଳିତ ନଭେମ୍ବର ମାସର ମଧ୍ୟଭାଗରେ ପ୍ରକାଶ ପାଇବ ବହୁଚର୍ଚ୍ଚିତ ରାମ ଜନ୍ମଭୂମି-ବାବ୍ରି ମସଜିଦ ମାମଲାର ରାୟ । ହେଲେ ଏହା ପୂର୍ବରୁ ଉତ୍ତର ପ୍ରଦେଶର ଆଇନଶୃଙ୍ଖଳା ପରିସ୍ଥିତକୁ ନେଇ ୟୁପି ପୋଲିସ ଡିଜି ଏବଂ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବଙ୍କ ଠାରୁ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି।

author img

By

Published : Nov 8, 2019, 12:19 PM IST

Updated : Nov 8, 2019, 5:42 PM IST

Ayodhya verdict

ଲକ୍ଷ୍ନୌ: ଚଳିତବର୍ଷ ନଭେମ୍ବରରେ ପ୍ରକାଶ ପାଇବ ଐତିହାସିକ ଏବଂ ବହୁଚର୍ଚ୍ଚିତ ରାମ ଜନ୍ମଭୂମି-ବାବ୍ରି ମସଜିଦ ମାମଲାର ରାୟ । ଯାହା ଉପରେ ରହିଛି ସମଗ୍ର ଦେଶର ନଜର । ସାମାଜିକ,ସାଂସ୍କୃତିକ ଏବଂ ରାଜନୈତିକ ଦୃଷ୍ଟିକୋଣରୁ ଏ ମାମଲା ଅନେକ ଗୁରୁତ୍ବ ବହନ କରିଥାଏ। ଏପରିକି ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ଭାବେ ସ୍ଥାନ ପାଇଥାଏ ।

ହେଲେ ଏହି ମାମଲାର ରାୟ ଶୁଣାଇବା ପୂର୍ବରୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇ, ଉତ୍ତର ପ୍ରଦେଶର ଆଇନ ଶୃଙ୍ଖଳା ପରିସ୍ଥିତି ବାବଦରେ ୟୁପି ପୋଲିସ ଡିଜିପି ଓପି ସିଂ ଓ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ରାଜେନ୍ଦ୍ର ତିଓ୍ବାରୀଙ୍କୁ ରିପୋର୍ଟ ମାଗିଛନ୍ତି । ଏହା ସହିତ ଶୁକ୍ରବାର ଉଭୟଙ୍କୁ ଭେଟିବେ ସିଜେଆଇ । ଅଯୋଧ୍ୟା ମାମଲାର ରାୟ ଆସିବା ପୂର୍ବରୁ ଉତ୍ତର ପ୍ରଦେଶର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯିବ।

Ayodhya verdict
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ANINewsUP

ଅନ୍ୟପଟେ ଗୁରୁବାର ରାତିରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ଜିଲ୍ଲାଧିକାରୀ ଓ ପୋଲିସ ଅଧୀକ୍ଷକଙ୍କ ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଏ ମାମଲାର ରାୟକୁ ନେଇ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେଥିପାଇଁ ରାଜ୍ୟର 22ଟି ସ୍ଥାନରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ ରାପିଡ ଆକ୍ସନ ଫୋର୍ସକୁ ମୃତୟନ କରାଯାଇଛି । ସେହିପରି 16ଟି ଜାଗାରେ ଏଟିଏସ କମାଣ୍ଡୋ ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି । ଅଯୋଧ୍ୟା ସନ୍ନିକଟସ୍ଥ ପ୍ରମୁଖ ସମ୍ବେଦନଶୀଳ ସ୍ଥାନ ଯେପରି ଚୌକ କ୍ଷେତ୍ର, ଶ୍ରୀ ରାମଙ୍କ ଜନ୍ମଭୂମିକୁ ଲାଗିଥିବା ଆଉଟର ରାମ କ୍ଷେତ୍ର, ହନୁମାନ ଗଢୀ ଚୌରା, ମକବରା ରୋଡ, ରୀକାବଗଞ୍ଜ ଓ ଲକ୍ଷ୍ମଣ କିଲା ରୋଡ ଆଦି କ୍ଷେତ୍ର ଉପରେ ଡ୍ରୋନ ସହାୟତାରେ ନଜର ରଖିଛି ପ୍ରଶାସନ ।

Intro:Body:

BLANK FOR LINK 

Conclusion:
Last Updated : Nov 8, 2019, 5:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.