ETV Bharat / bharat

18 ସୁଦ୍ଧା ସରିବ ଅଯୋଧ୍ୟା ମାମଲାର ଶୁଣାଣି - ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ

ବହୁ ବିବାଦୀୟ ଆଯୋଧ୍ୟା ମାମଲାର ଶୁଣାଣି ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ । ସେ କହିଛନ୍ତି ଆସନ୍ତା 18 ତାରିଖ ସୁଦ୍ଧା ଏହାର ଚୂଡ଼ାନ୍ତି ନିଷ୍ପତ୍ତି ସାରିବାକୁ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Sep 26, 2019, 2:02 PM IST

ନୁଆଦିଲ୍ଲୀ: ବହୁ ପ୍ରତିକ୍ଷିତ ତଥା ବିବାଦୀୟ ଆଯୋଧ୍ୟା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି । ଏହି ମାମଲାର ଆଜି ହେଉଛି 32ତମ ଦିବସ । ତେବେ ଏହି ମାମଲାର ଶୁଣାଣିକୁ ଖୁବ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ । ସେ କହିଛନ୍ତି କି ଆସନ୍ତା 4 ମାସ ମଧ୍ୟରେ ଏହାର ନିଷ୍ପତ୍ତି ବାହାର କରିବାକୁ 18 ତାରିଖ ସୁଦ୍ଧାର ଏହାର ଚୂଡ଼ାନ୍ତ ନିଷ୍ପତ୍ତି ଦେଇଦେଲେ ତାହା ଅତ୍ୟନ୍ତ ଚମତ୍କାର କଥା ହେବ ବୋଲି ସେ କହିଥିଲେ ।

ଅନ୍ୟ ବିଚାରପତିଙ୍କ ସହିତ ଆଲୋଚନା ସମ୍ପର୍କରେ ସେ କହିଥିଲେ, ଆସନ୍ତା ମାସ 2 ତାରିଖ ଏବଂ ଦିପାବଳୀକୁ ଦୃଷ୍ଟିରେ ରଖି ଏହାର ନିଷ୍ପତ୍ତି ଶୁଣାଇବାକୁ ହେବ । ଆସନ୍ତା 18 ତାରିଖ ସୁଦ୍ଧା ଏହାର ଚୁଡ଼ାନ୍ତ ନିଷ୍ପତ୍ତି ଆସିବ । ତେବେ ଏଥିପାଇଁ ସମୟ କମ ଥିଲେ ମଧ୍ୟ ଅସମ୍ଭବ ନୁହେଁ ବୋଲି ସେ କହିଥିଲେ ।

ସେପଟେ ବୁଧବାର ମୁସଲିମ ପକ୍ଷ ପୂର୍ବ ବୟାନରୁ ପଛଘୁଞ୍ଚା ଦେଇଥିବା ଜଣାପଡ଼ିଛି । ଏହା ସହିତ ମୁସଲିମ ଲିଗ ଅନୁଯାୟୀ ଅଯୋଧ୍ୟର ବିବାଦୀୟ ସ୍ଥାନର ବାହାର ସ୍ଥାନଟି ରାମ ଚବୁତରା ଅଟେ ଏବଂ ତାହା ରାମଙ୍କ ଜନ୍ମସ୍ଥଳୀ ବୋଲି କହିଛି । ସେହିପରି ଭାରତୀୟ ଐତିହାସିକ ସର୍ବେକ୍ଷଣ ସଂସ୍ଥାର ରିପୋର୍ଟକୁ ମଧ୍ୟ ବିରୋଧ କରିଛି । ସୂଚନା ଯୋଗ୍ୟ ଭାରତୀୟ ଐତିହାସିକ ସର୍ବେକ୍ଷଣ(ଏଏସଆଇ) ସଂସ୍ଥା ପକ୍ଷରୁ କୁହାଯାଇଥିଲା ଯେ, ଉକ୍ତ ସ୍ଥାନରେ ପୂର୍ବରୁ ବାବରୀ ମସଜିଦ ରହିଥିଲା । ମାତ୍ର ଏହାକୁ ମୁସଲିମ ଲିଗ ଭୁଲ ଦର୍ଶାଇଥିବା ଜଣାପଡ଼ିଛି ।

ତେବେ ସମ୍ପୂର୍ଣ୍ଣ ବିବାଦୀୟ 2.27 ଏକର ସ୍ଥାନକୁ ନେଇ ମୁସଲିମ ଲିଗ କହିଛି ଯେ, ଏହି ସମ୍ପୂର୍ଣ୍ଣ ସ୍ଥାନରେ ରାମ ମନ୍ଦିର ଥିବାର କୌଣସି ପ୍ରମାଣ କିମ୍ବା ସାକ୍ଷୀ ମଧ୍ୟ ନାହାନ୍ତି । ଲିଗ ଆହୁରି ମଧ୍ୟ କହିଛି ଯେ, 1886 ମସିହା ମେ 18 ତାରିଖରେ ଜିଲ୍ଲା ନ୍ୟାୟଧୀଶ ଶୁଣାଇଥିବା ଚୂଡ଼ାନ୍ତି ନିଷ୍ପତ୍ତିକୁ ଲିଗ ଚ୍ୟାଲେଞ୍ଜ କରିନଥିଲା ।

ମୁସଲିମ ଲିଗ 2003 ମସିହାରେ ଏଏସଆଇ ଦେଇଥିବା ରିପୋର୍ଟକୁ ବିରୋଧ କରିଛି । ରିପୋର୍ଟରେ ଉଲ୍ଲେଖ ଥିଲା ଯେ ବିବାଦୀୟ ସ୍ଥାନରେ ଥିବା କଳାକୃତି, ପ୍ରତିମା ଏବା ଅବଶିଷ୍ଟାଂଶକୁ ଅନୁଧ୍ୟାନ କରି ବାବରୀ ମସଜିଦ ପୂର୍ବରୁ ସେଠାରେ ଏକ ମନ୍ଦିର ରହିଥିଲା । ଯାହାର କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ବା ସାକ୍ଷୀ ନଥିବା କହିଛି ମୁସଲିମ ଲିଗ ।

ମୁସଲିମ ଲିଗର ଏହି ନିଷ୍ପତ୍ତିକୁ ବିରୋଧ କରିବା ସହିତ ସୁପ୍ରିମ କୋର୍ଟ କହିଛନ୍ତି ଯେ, ଏଏସଆଇ ରିପୋର୍ଟର ଯାହାର କୌଣସି ଆପତ୍ତି ରହିଛି, ସେ ନିଜର ପକ୍ଷ କୋର୍ଟରେ ଦର୍ଶାଇବା ଉଚିତ ବୋଲି କୋର୍ଟ କହିଛନ୍ତି ।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.