ETV Bharat / bharat

ଯୌନ ନିର୍ଯ୍ୟାତନା ମାମଲା: ମୁଖ୍ୟ ବିଚାରପତିଙ୍କୁ କ୍ଲିନଚିଟ - Ranjan Gogoi

ସର୍ବୋଚ୍ଚ କୋର୍ଟର ତିନି ଜଣିଆ ସଦସ୍ୟ କମିଟି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କୁ କ୍ଲିନଚିଟ ପ୍ରଦାନ କରିଛନ୍ତି । ସୋମବାର ଏହି ତିନ ଜଣିଆ ଖଣ୍ଡପୀଠ ବିଚାରପତିଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ ହୋଇଥିବା ଦର୍ଶାଇଛନ୍ତି ।

ଫାଇଲ ଫଟୋ
author img

By

Published : May 6, 2019, 9:22 PM IST

ନୂଆଦିଲ୍ଲୀ: ଯୌନ ନିର୍ଯ୍ୟାତନା ମାମଲାରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ମିଳିଛି କ୍ଲିନଚିଟ । ସର୍ବୋଚ୍ଚ କୋର୍ଟର ତିନି ଜଣିଆ ସଦସ୍ୟ କମିଟି ଏହି କ୍ଲିନଚିଟ ପ୍ରଦାନ କରିଛନ୍ତି । ମୁଖ୍ୟ ବିଚାରପତିଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ତିନି ଜଣିଆ ଖଣ୍ଡପୀଠ ।

ବିଚାରପତି ଏସଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ତିନି ଜଣିଆ କମିଟି ଯୌନ ନିର୍ଯ୍ୟାତନା ଅଭିଯୋଗକୁ ଖଣ୍ଡନ କରିଛନ୍ତି । କମିଟି ନିଜ ରିପୋର୍ଟ କୋର୍ଟରେ ଜମା କରିଛି ।

ଏହାପୂର୍ବରୁ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଥିବା ମହିଳା ଏହି ମାମଲାର ଶୁଣାଣି କରୁଥିବା ବିଚାରପତିଙ୍କ ସମିତି ଉପରେ ପ୍ରଶ୍ନ ଉଠାଇଥିଲେ । ମହିଳା ଜଣକ ସମିତି ଉପରେ ଯୌନ ଉତ୍ପୀଡନ ଅଧିନିୟମ ଗୁଡିକର ଉଲଘଂନ କରିବା ଅଭିଯୋଗ କରିଛନ୍ତି ।

Intro:Body:

HNM H

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.