ETV Bharat / bharat

ମୁଖ୍ୟ ବିଚାରପତି ଏସଏ ବୋବଡେଙ୍କୁ Z+ ସୁରକ୍ଷା

author img

By

Published : Jul 30, 2020, 3:44 PM IST

ଭାରତର ମୁଖ୍ୟ ବିଚାରପତି (CJI) ଏସଏ ବୋବଡେଙ୍କ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ବର୍ତ୍ତମାନ ବୋବଡେଙ୍କୁ Z ପ୍ଲସର ସୁରକ୍ଷା ଦେବାକୁ ନିଷ୍ପତ୍ତି ନିଆଯାଇଛି ।

ମୁଖ୍ୟବିଚାରପତି ଏସଏ ବୋବଡେ
ମୁଖ୍ୟବିଚାରପତି ଏସଏ ବୋବଡେ

ନୂଆଦିଲ୍ଲୀ: ଭାରତର ମୁଖ୍ୟ ବିଚାରପତି (CJI) ଏସଏ ବୋବଡେଙ୍କ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ବର୍ତ୍ତମାନ ବୋବଡେଙ୍କୁ Z ପ୍ଲସ ସୁରକ୍ଷା ଦେବାକୁ ନିଷ୍ପତ୍ତି ନିଆଯାଇଛି । ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ରିପୋର୍ଟକୁ ଆଧାର କରି ଗୃହ ମନ୍ତ୍ରଣାଳୟ ମୁଖ୍ୟ ବିଚାରପତିଙ୍କ ସୁରକ୍ଷାକୁ Z ବର୍ଗରୁ Z ପ୍ଲସ ବର୍ଗରେ ପରିବର୍ତ୍ତନ କରିଛନ୍ତି ।

ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ଦ୍ବାରା Z ପ୍ଲସ ସୁରକ୍ଷା ବ୍ୟବସ୍ଥା ଦିଆଯିବ । ଏହି ବର୍ଗର ସୁରକ୍ଷା କେତେକ ହାଇ ପ୍ରୋଫାଇଲ ବ୍ୟକ୍ତିଙ୍କୁ ହିଁ ଦିଆଯାଇଛି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ସାମିଲ ଅଛନ୍ତି ।

ପ୍ରକାଶଥାଉକି, 2019 ନଭେମ୍ବର 18ରେ ଭାରତର 47 ତମ ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ଶପଥ ଗ୍ରହଣ କରିଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ ବୋବଡେଙ୍କୁ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରାଇଥିଲେ। ନଭେମ୍ବର 17 ରେ ଅବସର ନେଇଥିବା ପୂର୍ବତନ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ମୁଖ୍ୟ ବିଚାରପତି ପଦବୀ ପାଇଁ ଜଷ୍ଟିସ ବୋବଡେଙ୍କ ନାମ ସୁପାରିଶ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.