ମୁମ୍ବାଇ: 2.5 କୋଟି ଟଙ୍କାର ଠକାମୀର ଶିକାର ହେଲେ ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଏସଏ ବୋବଡେଙ୍କ ମା’ । ଏନେଇ ଥାନାରେ ହୋଇଛି ଏତଲା । ତାପସ ଘୋଷ ନାମକ ଜଣେ ବ୍ୟକ୍ତି ଠକେଇ କରିଥିବାର ନାଗପୁର ସୀତାବର୍ଦ୍ଦି ପୋଲିସ ଷ୍ଟେସନରେ ହୋଇଛି ମାମଲା ।
ମାମଲା ପରେ ତାପସ ଘୋଷଙ୍କୁ ଗିରଫ କରାଯାଇଛି । ତାପସ, ବୋବଡେଙ୍କ ସମ୍ପତ୍ତିର ଦେଖାଶୁଣା କରୁଥିଲେ । କେୟାରଟେକର ହୋଇ ସମସ୍ତ ପଇସା ମଧ୍ୟ ଆଦାୟ କରୁଥିଲେ । ଦୀର୍ଘ 10 ବର୍ଷ ହେବ ସେ ଏହା କରିଆସୁଥିଲେ ।
ହେଲେ ବୋବଡେଙ୍କ ମା’ଙ୍କ ଅନୁଯାୟୀ, ସେ ତାଙ୍କୁ ଟଙ୍କା ଦେଉନଥିଲେ । ଯେଉଁଥିପାଇଁ ବୋବଡେଙ୍କ ମା’ ଥାନାର ଦ୍ବାରସ୍ଥ ହୋଇଛନ୍ତି । ସେପଟେ ଘଟଣାର ପ୍ରାଥମିକ ତଦନ୍ତ ପରେ ପୋଲିସ ଅଭିଯୁକ୍ତ ଠକକୁ ଗିରଫ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ