ETV Bharat / bharat

ଉଡ୍ଡାନ 4.0: 78ଟି ନୂଆ ରୁଟକୁ ଅନୁମୋଦନ କଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

author img

By

Published : Aug 27, 2020, 7:10 PM IST

ଉଡ୍ଡାନର ତିନୋଟି ସଫଳ ପର୍ଯ୍ୟାୟ ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଚତୁର୍ଥ ରାଉଣ୍ଡ ଆଞ୍ଚଳିକ ଯୋଗାଯୋଗ ଯୋଜନା (ଆରସିଏସ୍) ଆରମ୍ଭ କରିଛି । ଏହି ଉଡାନ ବା ଉଡେ ଦେଶ କା ଆମ୍ ନାଗରିକ(UDAN)ଯୋଜନା ଅଧୀନରେ ଦେଶର 78ଟି ନୂଆ ରୁଟକୁ ଅନୁମୋଦନ କରିଛି। ଅଧିକ ପଢନ୍ତୁ...

ଉଡ୍ଡାନ 4.0: 78ଟି ନୂଆ ରୁଟକୁ ଅନୁମୋଦନ କଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ
ଉଡ୍ଡାନ 4.0: 78ଟି ନୂଆ ରୁଟକୁ ଅନୁମୋଦନ କଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଉଡ୍ଡାନର ତିନୋଟି ସଫଳ ପର୍ଯ୍ୟାୟ ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଚତୁର୍ଥ ରାଉଣ୍ଡ ଆଞ୍ଚଳିକ ଯୋଗାଯୋଗ ଯୋଜନା (ଆରସିଏସ୍) ଆରମ୍ଭ କରିଛି । ଏହି ଉଡାନ ବା ଉଡେ ଦେଶ କା ଆମ୍ ନାଗରିକ(UDAN)ଯୋଜନା ଅଧୀନରେ ଦେଶର 78ଟି ନୂଆ ରୁଟକୁ ଅନୁମୋଦନ କରିଛି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଉତ୍ତର-ପୂର୍ବାଞ୍ଚଳ, ପାହାଡ଼ିଆ ରାଜ୍ୟ ତଥା ଦ୍ୱୀପପୁଞ୍ଜକୁ ନୂତନ ରୁଟ ପାଇଁ ଅନୁମୋଦନ ପ୍ରକ୍ରିୟାରେ ପ୍ରାଥମିକତା ଦିଆଯାଇଛି। 29ଟି ସେବା, ଆଠଟି ଅଣସେବା, ଦୁଇଟି ହେଲିପୋର୍ଟ, ଗୋଟିଏ ୱାଟର ଏରୋଡ୍ରୋମ ଏବଂ ଦୁଇଟି ଅଣସଂରକ୍ଷିତ ବିମାନବନ୍ଦରକୁ ଅନୁମୋଦିତ କରାଯାଇଛି । ଉଡ୍ଡାନ ଯୋଜନା ଅଧିନରେ ଏପର୍ଯ୍ୟନ୍ତ 766ଟି ରୁଟକୁ ଅନୁମୋଦନ ମିଳିଥିବା ସୂଚନା ମିଳିଛି ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢୀ କହିଛନ୍ତି ଯେ, ତିନିଟି ପର୍ଯ୍ୟାୟ ସଫଳ ହେବା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଡିସେମ୍ବର 2019ରେ ଏହାର ଚତୁର୍ଥ ପର୍ଯ୍ଯାୟ ଆରମ୍ଭ କରିଥିଲା । ଏହି ପର୍ଯ୍ୟାୟରେ ପାହାଡ଼ିଆ ରାଜ୍ୟ ଏବଂ ଦ୍ୱୀପପୁଞ୍ଜ ଗୁଡିକୁ ପ୍ରାଧାନ୍ୟ ଦିଆଯାଇଛି । ଯାହା କେନ୍ଦ୍ର ସରକାରଙ୍କ ଆକ୍ଟ ଇଷ୍ଟ ପଲିସି ସହିତ ସମାନ ଅଟେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.