ETV Bharat / bharat

ସାନଫ୍ରାନ୍ସିକୋ-ବେଙ୍ଗାଲୁରୁ ବିମାନର ମହିଳା କର୍ମଚାରୀଙ୍କୁ ମନ୍ତ୍ରୀ ହରଦ୍ବୀପଙ୍କ ପ୍ରଶଂସା

ସାନଫ୍ରାନ୍ସିକୋ-ବେଙ୍ଗାଲୁରୁ ବିମାନର ସମସ୍ତ ମହିଳା କର୍ମଚାରୀଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦ୍ବୀପ ସିଂ ପୁରୀ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jan 10, 2021, 2:50 PM IST

Civil aviation minister praises all women crew of San Francisco-Bengaluru Flight
ସାନଫ୍ରାନ୍ସିକୋ-ବେଙ୍ଗାଲୁରୁ ବିମାନର ମହିଳା କର୍ମଚାରୀଙ୍କୁ ମନ୍ତ୍ରୀ ହରଦିପଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ କମ୍ପାନୀ ପ୍ରଥମ କରି ଅଧିକ ଦୂରତା ବିଶିଷ୍ଟ ନନସ୍ଟପ ବିମାନ ଉଡାଣ ଭରିବାକୁ ଯାଉଛି । ଏହି ବିମାନ ଆମେରିକାର ସାନଫ୍ରାନ୍ସିକୋରୁ ବେଙ୍ଗାଲୁରୁକୁ ଯାତ୍ରୀ ନେଇ ଯିବାକୁ ଥିବାବେଳେ ଏଥିରେ କେବଳ ମହିଳା କର୍ମଚାରୀ କାମ କରିବେ । ଏଥିଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦିପ ସିଂ ପୁରୀ ଏହି ବିମାନର ସମସ୍ତ ମହିଳା କର୍ମଚାରୀଙ୍କୁ ରବିବାର ପ୍ରଶଂସା କରିବା ସହିତ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

  • Way to go girls!
    Professional, qualified & confident, the all women cockpit crew takes off from San Francisco to Bengaluru on @airindiain's flight to fly over North Pole.
    Our Nari Shakti achieves a historic first. pic.twitter.com/X46cs73dQu

    — Hardeep Singh Puri (@HardeepSPuri) January 10, 2021 " class="align-text-top noRightClick twitterSection" data=" ">

ସେ ନିଜ ଟ୍ବିଟର ପୃଷ୍ଠାରେ ଲେଖିଛନ୍ତି, " ୱେ ଟୁ ଗୋ ଗର୍ଲ୍ସ ! ବୃତ୍ତିଗତ, ଯୋଗ୍ୟ ଏବଂ ଆତ୍ମବିଶ୍ୱାସୀ ଏୟାର ଇଣ୍ଡିଆ ସାନଫ୍ରାନ୍ସିକୋ-ବେଙ୍ଗାଲୁରୁ ବିମାନର ସମସ୍ତ ମହିଳା କର୍ମଚାରୀ ଦକ୍ଷିଣ ମେରୁ ଉପରେ ଉଡ଼ାଣ ଭରିବା ପାଇଁ ପ୍ରସ୍ତୁତ ଅଛନ୍ତି । ତେବେ ଭାରତର ନାରୀଶକ୍ତି ପ୍ରଥମ କରି ଏଭଳି ଏକ ଐତିହାସିକ ସଫଳତା ହାସଲ କରିବା ପାଇଁ ପ୍ରସ୍ତୁତ । "ତେବେ ଏ ସମ୍ପର୍କରେ ମନ୍ତ୍ରୀ ପୁରୀ ଶନିବାର କହିଥିଲେ ଯେ ଏୟାର ଇଣ୍ଡିଆର ମହିଳା ଦୁଇ ଦେଶ ମଧ୍ୟରେ ଐତିହାସିକ ଉଡାଣ ଭରିବେ । ଏଥିରୁ ଏୟାର ଇଣ୍ଡିଆର ମହିଳା ଦଳ ବିଶ୍ବରେ ନନସ୍ଟପ ବିମାନ ଯାତ୍ରା କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ ରବିବାରଠାରୁ ଏହି ଐତିହାସିକ ମୁହୂର୍ତ୍ତ ପାଇଁ ଗଣନା ଆରମ୍ଭ ହୋଇଯାଇଛି । ଆଉ କିଛି ମୁହୂର୍ତ୍ତ ସାନଫ୍ରାନ୍ସିକୋ-ବେଙ୍ଗାଲୁରୁ ବିମାନ ଯାତ୍ରା ପାଇଁ ବାକି ରହିଛି । ତେବେ ସୂଚନା ଥାଉ କି ଏୟାର ଇଣ୍ଡିଆର ଦୀର୍ଘତମ ନନସ୍ଟପ ସାନ୍‌ ଫ୍ରାନ୍ସିସ୍କୋ (SFO)-ବେଙ୍ଗାଲୁରୁ ବିମାନ ଯାତ୍ରାରେ କେବଳ ମହିଳା କର୍ମଚାରୀମାନେ କାର୍ଯ୍ୟ କରିବେ । ତେବେ ଏହି ବିମାନ ସପ୍ତାହରେ 2 ଦିନ ନନସ୍ଟପ୍ ଉଡ଼ିବ । ଆସନ୍ତା ଜାନୁଆରୀ 11 ତାରିଖରୁ ଉତ୍ତର ପୋଲରୁ ଦକ୍ଷିଣ ଭାରତ ପର୍ଯ୍ୟନ୍ତ ଏହି ଦୀର୍ଘ ବିମାନ ଯାତ୍ରାକୁ ଏୟାର ଇଣ୍ଡିଆ ଆରମ୍ଭ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.