ETV Bharat / bharat

ଲୋକସଭାରେ ଆଗତ ହେଲା ନାଗରିକ ସଂଶୋଧନ ବିଲ୍‌, ହଙ୍ଗାମା କଲେ ବିରୋଧୀ

author img

By

Published : Dec 9, 2019, 12:55 PM IST

Updated : Dec 9, 2019, 1:16 PM IST

ଲୋକସଭାରେ ଆଗତ ହେଲା ନାଗରିକ ସଂଶୋଧନ ବିଲ୍‌ । ବିଲକୁ ବିରୋଧ କରିଛନ୍ତି ବିରୋଧୀ ଦଳ ।

citizenship-amendment-bil
ଫାଇଲ ଫଟୋ

ନୂଆଦିଲ୍ଲୀ: ଲୋକସଭାରେ ଆଗତ ହେଲା ନାଗରିକ ସଂଶୋଧନ ବିଲ୍‌ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ବିଲ୍‌କୁ ମଧ୍ୟାହ୍ନ 12.20 ସମୟରେ ଆଗତ କରିଛନ୍ତି । ତେବେ ବିଲ୍‌ ଆଗତ ପରେ ଗୃହରେ ହଙ୍ଗାମା କରିଛନ୍ତି ବିରୋଧୀ ଦଳ ।

ଭିଡିଓ ସୌଜନ୍ୟ: ଲୋକସଭା ଟିଭି

ଏହା ପରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏବଂ ଶାହାଙ୍କ ମଧ୍ୟରେ ବାକ ଯୁଦ୍ଧ ମଧ୍ୟ ଦେଖିବାକୁ ମିଳିଛି । ବିଲ୍‌ ଆଗତ ପରେ ଲୋକସଭାରେ ଜୋରଦାର ହଙ୍ଗାମା କରିଥିଲେ ଅଧୀର ରଞ୍ଜନ । ଏହି ବିଲ୍‌ ଧାରା 13 ଏବଂ 14କୁ ଦୁର୍ବଳ କରିଦେବ । ଏହା ସମ୍ବିଧାନର ଅନୁଚ୍ଛେଦ 5, 14 ଏବଂ 15ର ମୂଳ ଭାବନାକୁ ଆଘାତ ପହଞ୍ଚାଇବ ବୋଲି ଅଧୀର ରଞ୍ଜନ କହିଛନ୍ତି । ସେପଟେ ଅଧୀରଙ୍କୁ ଜବାବ ଦେଇଛନ୍ତି ଗୃହମନ୍ତ୍ରୀ ଶାହ । ଏହି ବିଲ୍‌ 0.001 ପ୍ରତିଶତ ମଧ୍ୟ ଦେଶର ସଂଖ୍ୟା ଲଘୁଙ୍କୁ ବିରୋଧରେ ନୁହଁ । ବିରୋଧୀ ଦଳର ସମସ୍ତ ପ୍ରଶ୍ନର ଜବାବ ଦିଆଯିବ ବୋଲି ସେ କହିଛନ୍ତି । ଏହା ସହିତ କକ୍ଷା ତ୍ୟାଗ ନକରିବାକୁ ବିରୋଧୀ ଦଳକୁ ଆଗ୍ରାହ୍ୟ କରିଛନ୍ତି ଶାହ ।

ସଂଶୋଧନ ବିଲ୍‌ରେ ୧୯୫୫ ନାଗରିକତା ଅଧିନିୟମରେ କେତେକ ପରିବର୍ତ୍ତନ ଅଣାଯିବାର ଯୋଜନା ରହିଛି। ଏହି ବିଲ୍ ଆଇନରେ ପରିଣତ ହେଲେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଆସିଥିବା ହିନ୍ଦୁ, ଈସାଇ, ଶିଖ୍‌, ପାର୍ସୀ, ଜୈନ ଏବଂ ବୌଦ୍ଧ ଭଳି ଅଳ୍ପ ସଂଖ୍ୟକ ସମୁଦାୟର ଲୋକମାନେ ୧୨ ବର୍ଷ ପରିବର୍ତ୍ତେ ୬ ବର୍ଷ ଭାରତରେ ରହିବା ପରେ ନାଗରିକତା ପାଇପାରିବେ। ଏହି ବିଲର ପ୍ରବନ୍ଧନ ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଆସିଥିବା ମୁସଲମାନ ମାନଙ୍କୁ ଭାରତର ନାଗରିକତା ଦିଆଯିବ ନାହିଁ ।

Intro:Body:

testing

Conclusion:
Last Updated : Dec 9, 2019, 1:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.