ETV Bharat / bharat

ଗୌହାଟିରେ 7 ଘଣ୍ଟା କର୍ଫ୍ୟୁ କୋହଳ - citizenship amendment act

ଆସାମରେ ସ୍ଥିତି ସାମାନ୍ୟ ସୁଧୁରିଥିବା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ଗୌହାଟିରେ ଶନିବାର ସକାଳ 9ଟାରୁ ସନ୍ଧ୍ୟା 4ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି ।

citizenship amendment act
ଫାଇଲ ଫଟୋ
author img

By

Published : Dec 14, 2019, 9:56 AM IST

ଗୌହାଟି: ନାଗରିକତା ସଂଶୋଧନ ଆଇନ୍‌ ବିରୋଧରେ ପୂର୍ବୋତ୍ତର ରାଜ୍ୟ ସମେତ ଦେଶର ଭିନ୍ନ ଭିନ୍ନ ପ୍ରାନ୍ତରେ ଆନ୍ଦୋଳନର ନିଆଁ ଜଳୁଛି । ଆସାମ ଏବଂ ତ୍ରିପୁରାରେ ଏବେ ସୁଦ୍ଧା ସେନା ମୁତୟନ ଥିବାବେଳେ କର୍ଫ୍ୟୁ ଜାରି ରହିଛି । ସେପଟେ ଆସାମରେ ସ୍ଥିତିରେ ସାମାନ୍ୟ ସୁଧୁରିଥିବା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ଗୌହାଟିରେ ଶନିବାର ସକାଳ 9ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି । ସେହିପରି ଦେବ୍ରୁଗଡରେ ମଧ୍ୟ ସକାଳ 8ଟାରୁ ଅପରାହ୍ନ 2ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି । କିନ୍ତୁ ମୋବାଇଲ ଇଣ୍ଟରନେଟ ଏବଂ ମେସେଜିଂ ସେବା ଉପରେ କଟକଣା ଲାଗୁ ରହିଛି ।

ଏହା ପୂର୍ବରୁ ଶୁକ୍ରବାର ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା । କର୍ଫ୍ୟୁ ବିରୋଧରେ ଅଖିଳ ଆସାମ ଷ୍ଟୁଡେଣ୍ଟ ୟୁନିୟନ୍‌ (ଏଏଏସ୍‌ୟୁ) ଶୁକ୍ରବାର ଅନଶନ କରିଥିଲା । ଯେଉଁଥିରେ ଆସାମର ଛାତ୍ରୀଛାତ୍ର, ବରିଷ୍ଠ ନାଗରିକ, କଳାକାର ଓ ଶିକ୍ଷକମାନେ ସାମିଲ ହୋଇଥିଲେ । ସେପଟେ ହିଂସା ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଫ୍ରାନ୍ସ, ଆମେରିକା ଏବଂ ବ୍ରିଟେନ ନିଜ ନିଜ ନାଗରିକଙ୍କୁ ଆଡଭାଇଜରି ଜାରି କରିଛନ୍ତି । ସେମାନଙ୍କୁ ଆସାମ ନଯିବା ପାଇଁ ଆଡଭାଇଜରିରେ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ନାଗରିକତା ସଂଶୋଧନ ବିଲ୍‌ ସଂସଦରେ ପାରିତ ହେବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଏଥିରେ ସ୍ବାକ୍ଷର କରିଛନ୍ତି । ଏହି ବିଲ୍‌ ଏବେ ଆଇନରେ ପରିଣତ ହୋଇଛି। ତେବେ ଏହାକୁ ବିରୋଧ କରି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପ୍ରଦର୍ଶନ କରୁଛନ୍ତି ।

01.05.2019
Radhakanta Mohanty,Kendrapada(AVB)
Slug-od_kpr_atanu on fani preparation_script_7204459
Anchor-ଅପେକ୍ଷିତ ସାମୁଦ୍ରିକ ବାତ୍ୟା "ଫନି"ପାଇଁ ବ୍ୟାପକ ପ୍ରସ୍ତୁତି।ସଚିବାଳୟ ଠାରୁ ଆରମ୍ଭ କରି ଉପକୂଳ ପର୍ଯ୍ୟନ୍ତ ଫାନିର ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ନିର୍ବାଚନ ଆଦର୍ଶ ଆଚରଣ ବିଧି ସାମୟିକ ସମୟ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରୁ ଉଠିବା ପରେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଆଜି ଅପରାହ୍ନରେ ଏକ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଡକାଇ କିଭଳି ଭାବରେ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ଲୋକମାନେ ଏହାଦ୍ୱାରା ଅଧିକ ପ୍ରଭାବିତ ନହେବେ ସେନେଇ ଆଲୋଚନା କରିଥିଲେ।ସଂଭାବ୍ୟ ବାତ୍ୟା ଫନି କୁ ନେଇ ମହାକାଳପଡା ବିଜେଡି କାର୍ଯ୍ୟାଳୟରେ ମହାକାଳପଡା ବିଧାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ୧୯୯୯ ମହାବାତ୍ୟାରେ ଜଗତସିଂହପୁର ଜିଲ୍ଲା ପରେ ମହାକାଳପଡା ବ୍ଲକରେ ଅନେକ କ୍ଷୟକ୍ଷତି ହୋଇଥିଲା। ଏହାକୁ ନଜରରେ ରଖି ମହାକାଳପଡା ବ୍ଲକ ଓ ମାର୍ଶାଘାଈ ବ୍ଲକରେ ଜୋନ ଅନୁଯାୟୀ କମିଟି ଗଠନ କରାଯାଇଛି । ସରକାରଙ୍କ ତରଫରୁ ଫନି ର ମୁକାବିଲା କରିବା ପାଇଁ ତତ୍ପରତା ଦେଖାଦେଇଛି । ସରକାରକୁ ଠିକ୍ ଭାବରେ ସହଯୋଗ କରିବେ କମିଟିର ସଦସ୍ୟ ମାନେ ବୋଲି ଆଶାବ୍ୟକ୍ତ କରିଛନ୍ତି।କେବଳ ସେତିକି ନୁହେଁ ପୁର୍ବରୁ ଯେତେବେକେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଜିଲ୍ଲାକୁ ଓ ମହାକାଳପଡ଼ା ଅଞ୍ଚଳକୁ ମାଡ଼ିଆସିଛି ସେହି ସମୟରେ ଅତନୁ ସବ୍ୟସାଚୀ ଲୋକମାନଙ୍କ ସହିତ ରହି ଆଲୋଚନା ଓ ପ୍ରସ୍ତୁତ କରି ରଖିଛନ୍ତି ସମସ୍ତ ବିଭାଗକୁ।
ବାଇଟ- ଅତନୁ ସବ୍ୟସାଚ୍ଚୀ ନାୟକ ( ବିଧାୟକ ମହାକାଳପଡା )
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.