ETV Bharat / bharat

ପେନସନଭୋଗୀଙ୍କ ପାଇଁ ମୋବାଇଲ ଆପ ଲଞ୍ଚ କଲା CISF - ପେନସନଭୋଗୀଙ୍କ ପାଇଁ ମୋବାଇଲ ଆପ

ପେନସନଭୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଣ୍ଡ୍ରଏଡ ପ୍ଲାଟଫର୍ମରେ ଏକ ଇନ ହାଉସ ମୋବାଇଲ ଆପ ଆରମ୍ଭ କରିଛି CISF । ଏହା ଦ୍ବାରା 36 ହଜାର ପେନସନଭୋଗୀ ଉପକୃତ ହେବେ । ଅଧିକ ପଢନ୍ତୁ..

ପେନସନଭୋଗୀଙ୍କ ପାଇଁ ମୋବାଇଲ ଆପ ଲଞ୍ଚ କଲା CISF

author img

By

Published : Aug 29, 2020, 12:46 PM IST

ନୂଆଦିଲ୍ଲୀ: କୋଭିଡ-19 ମହାମାରୀ ପରେ ଆରମ୍ଭ ହୋଇଥିବା ଇ-ଅଫିସର ପଦକ୍ଷେପ ଭାବେ ପେନସନଭୋଗୀଙ୍କ ସୁବିଧା ପାଇଁ ମୋବାଇଲ ଆପ ଲଞ୍ଚ କଲା କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ(ସିଆଇଏସଏଫ) । ଶୁକ୍ରବାର ଏ ନେଇ ସୂଚନା ଦିଆଯାଇଛି ।

ସିଆଇଏସଏଫର ଜଣେ ମୁଖପାତ୍ର କହିଛନ୍ତି କି, ଏହି ଆପ ଉଭୟ ୱେବ ଏବଂ ଆଣ୍ଡ୍ରଏ଼ ପ୍ଲାର୍ଟଫର୍ମରେ ଉପଲବ୍ଧ ହେବ । ଏଥିରେ ପେନସନଭୋଗୀମାନେ ସେମାନଙ୍କର ତଥ୍ୟ ପାଇପାରିବେ । ଏହି ଆପରେ, ପେନସନଭୋଗୀମାନଙ୍କୁ ନିକଟସ୍ଥ ସିଆଇଏସଏଫ ୟୁନିଟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ନିମନ୍ତ୍ରଣ ମଧ୍ୟ ପଠାଯିବ ।

ବର୍ତ୍ତମାନ ଏହି ଫୋର୍ସରେ 36,000 ପେନସନଭୋଗୀ ଅଛନ୍ତି। ତେବେ ଆପଲ ଫୋନ ପାଇଁ ଏହାର ଆଇଓଏସ ଭର୍ସନ ଖୁବ ଶୀଘ୍ର ପ୍ରସ୍ତୁତ ହେବ ବୋଲି ସିଆଇଏସଏଫ ମୁଖପାତ୍ର ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.