ETV Bharat / bharat

ଶ୍ରୀନଗର ଓ ଜମ୍ମୁ ବିମାନ ବନ୍ଦର ସୁରକ୍ଷା ଦାୟିତ୍ବରେ ସିଆଇଏସଏଫ

ଶ୍ରୀନଗର ଓ ଜମ୍ମୁ ବିମାନ ବିମାନବନ୍ଦର ସୁରକ୍ଷା ଦାୟିତ୍ବ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ) ହାତରେ ନ୍ୟସ୍ତ କରାଯାଇଛି।

author img

By

Published : Jan 17, 2020, 12:26 PM IST

cisf-deployed-in-jammu-and-srinagar-airport-for-security
ଶ୍ରୀନଗର ଓ ଜମ୍ମୁ ବିମାନ ବନ୍ଦରର ସୁରକ୍ଷା ଦାୟିତ୍ବରେ ସିଆଇଏସଏଫ

ନୂଆଦିଲ୍ଲୀ: କାଶ୍ମୀରରୁ ଡିଏସପି ଦାଭିନ୍ଦର ସିଂ ଓ 2 ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ଗିରଫ ହେବା ପରେ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଏହିକ୍ରମରେ ଶ୍ରୀନଗର ଏବଂ ଜମ୍ମୁ ବିମାନ ବିମାନବନ୍ଦରର ସୁରକ୍ଷା ଦାୟିତ୍ବ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ) ହାତରେ ନ୍ୟସ୍ତ କରାଯାଇଛି । ଏନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ଶ୍ରୀନଗର ଓ ଜମ୍ମୁ ଏୟାରପୋର୍ଟ ଏକ ସମ୍ବେଦନଶୀଳ ସ୍ଥାନ ଏବଂ ଗୁରତ୍ବପୂର୍ଣ୍ଣ ବିମାନବନ୍ଦର ହୋଇଥିବାରୁ ଏଠାରେ କାର୍ଯ୍ୟରତ ଜଣେ ଡିଏସପି ଦାଭିନ୍ଦର ସିଂଙ୍କ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିଲା । ଏହାର ଫାଇଦା ଉଠାଇ ଆତଙ୍କବାଦୀ ଆକ୍ରମଣ କରିପାରନ୍ତି, ଏପରି ଆଶଙ୍କା କରି କେନ୍ଦ୍ର ସରକାରଙ୍କ ଗୃହମନ୍ତ୍ରଣାଳୟ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପୂର୍ବରୁ ଜମ୍ମୁ ଓ ଶ୍ରୀନଗର ବିମାନ ବନ୍ଦରର ସୁରକ୍ଷା ଦାୟିତ୍ବରେ ଥିଲା ଜମ୍ମୁ କାଶ୍ମୀର ପୋଲିସ।

ଏନେଇ ଜମ୍ମୁକାଶ୍ମୀର ଡିଜିପି ଦିଲବାଗ ସିଂ କହିଛନ୍ତି ଯେ, ଡିଏସପି ଦାଭିନ୍ଦର ସିଂଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଛି । ଏହି ମାମଲାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) କରୁଛି । ଗିରଫ ହୋଇଥିବା ହିଜିବୁଲ ଆତଙ୍କବାଦୀ ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସରେ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.